‘ଆନିମଲ’ରେ ନଜର ଆସିବେ ରଶ୍ମିକା

ମୁମ୍ବାଇ: ରଶ୍ମିକା ମନ୍ଧାନାଙ୍କ ଭାଗ୍ୟ ଏବେ ଚମକୁଛି । ଗୋଟିଏ ପରେ ଗୋଟିଏ ବଡ ପ୍ରୋଜେକ୍ଟ ଏବେ ରଶ୍ମିକାଙ୍କ ହାତରେ । ଯେବେ ତାଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା’କୁ ସଫଳତା ମିଳିଲା ସେବେଠାରୁ ରଶ୍ମିକା ଆଉ ପଛକୁ ଫେରି ଚାହିଁ ନାହାନ୍ତି । ଏବେ ଅଭିନେତ୍ରୀଙ୍କୁ ଫିଲ୍ମ ‘ଆନିମଲ’ରେ ଦେଖିବାକୁ ମିଳିବ । ଆଉ ଦର୍ଶକେ ଏହା ଜାଣିବା ପରେ ବଡ ଉତ୍ସୁକତାର ସହ ପୁଣିଥରେ ରଶ୍ମିକାଙ୍କ ଅଭିନୟ ଦେଖିବାକୁ ଅପେକ୍ଷା ରଖିଛନ୍ତି । କିଛିଦିନ ତଳେ ଶୁଣିବାକୁ ମିଳିଥିଲା କି ଆନିମଲ ପାଇଁ ରଶ୍ମିକାଙ୍କ ନାମ କନଫର୍ମ ହୋଇନାହିଁ । ହେଲେ ଏବେ ନିଜେ ରଶ୍ମିକା ସୋସିଆଲ ମିଡିଆ ମାଧ୍ୟମରେ ଏହା କନଫର୍ମ କରିଛନ୍ତି ଯେ ସେ ଆନିମଲରେ ନଜର ଆସିବେ । ଅଭିନେତ୍ରୀ କହିଛନ୍ତି, ‘ଆନିମଲ’ର ନିର୍ମାତା ପୁଷ୍ପାରେ ମୋର ଅଭିନୟ ଦେଖିବା ପରେ ମୋ ସହ ଯୋଗାଯୋଗ କରି ଅଫର ଦଇଥିଲେ । ଆଉ ମୁଁ ଏ ବିଷୟରେ ଦ୍ୱିତୀୟ ଥର ନ ଭାବି ଏକାଥରେ ହଁ ଭରି ଦେଇଥିଲି । କାରଣ ଆନିମଲରେ ଦର୍ଶକେ ମୋର ଏକ ନୂଆ ରୂପ ଦେଖିବେ ।
ସୂଚନାଯୋଗ୍ୟ, ଫିଲ୍ମ ‘ଆନିମଲ’ରେ ରଶ୍ମିକା ମନ୍ଧାନାଙ୍କ ସହ ରଣବୀର କପୁର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଫିଲ୍ମର ଏକ ଭିଡିଓ ପୋଷ୍ଟର ବି ରିଲିଜ୍ ହୋଇ ସାରିଛି । ପୋଷ୍ଟରଟିକୁ ଦର୍ଶକେ ଖୁବ୍ ପସନ୍ଦ କରିଛନ୍ତି । ଏବେ ସାଉଥ କୁଇନଙ୍କ ସହ ସାୱରିୟା ବୟଙ୍କ ଡେବ୍ୟୁକୁ ନେଇ ଫ୍ୟାନ୍ସଙ୍କ ଏକ୍ସାଇଟମେଣ୍ଟ ଲେବଲ ହାଇ ହୋଇଯାଇଛି ।

Share