ଗୋଆରେ ନିଜର ଚତୁର୍ଥ ଘର କିଣିଲେ ଏହି ସୁନ୍ଦରୀ ଅଭିନେତ୍ରୀ, ବିଳାସମୟ ଜୀବନଶୈଳୀ ଦେଖିଲେ…

ହାଇଦ୍ରାବାଦ: ତେଲୁଗୁ ଫିଲ୍ମ ‘ଗୀତା ଗୋବିନ୍ଦମ୍‌’ ଜରିଆରେ ଲାଇମ୍‌ଲାଇଟ୍‌କୁ ଆସିଥିଲେ ସୁନ୍ଦରୀ ଅଭିନେତ୍ରୀ ରଶ୍ମିକା ମନ୍ଦାନା। ଏବେ ସେ ନ୍ୟାଶନାଲ କ୍ରସ୍‌। ସମସ୍ତେ ତାଙ୍କର ଚୁଲବୁଲି ସ୍ବଭାବ ସାଙ୍ଗକୁ ଅଭିନୟକୁ ବେଶ ପସନ୍ଦ କରନ୍ତି। ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ଫିଲ୍ମ ଭେଟି ଦେବାଯୋଗୁ ତାଙ୍କର ଚାହିଦା ବଢ଼ିଛି। ଫିଲ୍ମ ପିଛା ମୋଟା ଅଙ୍କର ପାଉଣା ନେଉଛନ୍ତି ସେ। ଏବେ ମନ୍ଦାନା ଗୋଆରେ ନିଜର ଚତୁର୍ଥ ଘର କିଣି ଚର୍ଚ୍ଚାରେ ଅଛନ୍ତି। ଏହି ଘରର ଫଟୋ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ପୂର୍ବରୁ ରଶ୍ମିକା ହାଇଦ୍ରାବାଦ, ମୁମ୍ବାଇ ଏବଂ କୁର୍ଗରେ ଘର କିଣି ସାରିଥିଲେ।

ଲଗାତାର ଭାବେ ସଫଳତାର ଶିଡି ଚଢ଼ୁଛନ୍ତି ରଶ୍ମିକା। ନିଜର ଜୀବନକୁ ବିଳାସମୟ ପୂର୍ଣ୍ଣ କରିବାକୁ ସେ ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ଏବେ ନିଜର ନୂଆ ଘର କିଣିବା ପରେ ଇନ୍‌ଷ୍ଟାଗ୍ରାମ ଷ୍ଟୋରିରେ ଫଟୋ ଶେୟାର କରି ସେ ଇର୍ଷା ଲାଗୁଥିବା କହିଛନ୍ତି।

ମୂଳତଃ କର୍ନାଟକର ବାସିନ୍ଦା ରଶ୍ମିକା। ସେ ମା’ବାପାଙ୍କ ସହ ବିଜରାପେଟ, କୋଡାଗୁରେ ଥିବା ନିଜ ବଙ୍ଗଳାରେ ରୁହନ୍ତି। ସେ ଗତ ସେପ୍ଟେମ୍ବରରେ ହାଇଦ୍ରାବାଦର ଗାଚିବୋବଲି ଅଞ୍ଚଳରେ ଏକ ଘର କିଣିଥିଲେ। ବଲିଉଡ୍‌ ଫିଲ୍ମ ‘ମିଶନ ମଜନୁ’ କରିବା ସମୟରେ ଯା’ଆସରେ ଅସୁବିଧା ହେବା କାରଣରୁ ମୁମ୍ବାଇରେ ମଧ୍ୟ ସେ ଏକ ଆପାର୍ଟମେଣ୍ଟ କିଣିଥିଲେ।

Share