ରଶ୍ମିକା ମନ୍ଦାନା ଡିପଫେକ ଭିଡିଓ ମାମଲାରେ ଦିଲ୍ଲୀ ପୋଲିସକୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ/ମୁମ୍ବାଇ,୨୩।୧୧: ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଡିପଫେକ ଭିଡିଓ ବିଷୟରେ ଦିଲ୍ଲୀ ପୋଲିସ କହିଛି ଯେ ଏହି ଭିଡିଓ ସହ ଜଡିତ ମାମଲାର ତଦନ୍ତରେ ସେମାନେ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଛନ୍ତି ଏବଂ ବୈଷୟିକ ବିଶ୍ଳେଷଣ ମାଧ୍ୟମରେ ଏହାର ଯାଞ୍ଚ କରାଯାଉଛି। ବୈଷୟିକ ବିଶ୍ଳେଷଣର ଏକ ଅଂଶ ଭାବରେ ଭିଡିଓଗୁଡିକ ଅପଲୋଡ ହୋଇଥିବା ସମସ୍ତ ଆଇପି ଠିକଣା ଚିହ୍ନଟ କରାଯାଉଥିବା ପୋଲିସ ଅଧିକାରୀ କହିଛନ୍ତି।
ପୋଲିସ କହିଛି, ଆମେ ସେହି ଠିକଣାକୁ ଖୋଜିବାକୁ ଚେଷ୍ଟା କରୁଛୁ ଯେଉଁଠାରୁ ଭିଡିଓ ପ୍ରଥମେ ଇଣ୍ଟରନେଟରେ ଅପଲୋଡ ହୋଇଥିଲା। ଆଇପି ଠିକଣା ହେଉଛି ଏକ ଠିକଣା ଯାହା ଇଣ୍ଟରନେଟ କିମ୍ବା ସ୍ଥାନୀୟ ନେଟୱାର୍କରେ ଏକ ଉପକରଣ ଚିହ୍ନଟ କରେ।
ଡେପୁଟି କମିଶନର ହେମନ୍ତ ତିୱାରୀ କହିଛନ୍ତି ଯେ ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି ଏବଂ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ। ନଭେମ୍ବର ୧୧ରେ, ଦିଲ୍ଲୀ ମହିଳା କମିଶନ ନଗର ପୋଲିସକୁ ନୋଟିସ ପଠାଇବା ପରେ ଦିଲ୍ଲୀ ପୋଲିସର ଇଣ୍ଟେଲିଜେନ୍ସ ଫ୍ୟୁଜନ ଆଣ୍ଡ ଷ୍ଟ୍ରାଟେଜିକ ଅପରେସନ (ଆଇଏଫଏସଓ) ଏହି ଘଟଣାରେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ପଞ୍ଜୀକୃତ କରିଥିଲା।

Share