ମହାରାଣୀ ୟେଶୁବାଈଙ୍କ ଭୂମିକାରେ ରଶ୍ମିକା

ମୁମ୍ବାଇ: ଆସନ୍ତା ଫେବୃଆରୀ ୧୪ରେ ମରାଠା ଶାସକ ଛତ୍ରପତି ସମ୍ଭାଜି ମହାରାଜଙ୍କ ଜୀବନୀକୁ ନେଇ ନିର୍ମିତ ହୋଇଥିବା ‘ଛାବା’ ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମରେ ଛତ୍ରପତି ସମ୍ଭାଜି ମହାରାଜଙ୍କ ଭୂମିକାରେ ଅଭିନେତା ଭିକି କୌଶଲ ନଜରକୁ ଆସିବେ। ସେହିପରି ଛତ୍ରପତି ସମ୍ଭାଜି ମହାରାଜଙ୍କ ସ୍ତ୍ରୀ ମହାରାଣୀ ୟେଶୁବାଈ ଭୋଁସଲେଙ୍କ ଭୂମିକାରେ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କୁ ଦେଖିବାକୁ ମିଳିବ। ‘ଛାବା’ ଫିଲ୍ମର ନିର୍ମାଣ କରିଥିବା ପ୍ରଡକ୍ସନ କମ୍ପାନୀ ‘ମେଡକ୍‌ ଫିଲ୍ମସ୍‌’ ପକ୍ଷରୁ ମଙ୍ଗଳବାର ଫିଲ୍ମରେ ମହାରାଣୀ ୟେଶୁବାଈ ଭାବେ ରଶ୍ମିକାଙ୍କର ପ୍ରଥମ ଲୁକ୍‌ର ୨ଟି ପୋଷ୍ଟରକୁ ଜାରି କରାଯାଇଛି। ପ୍ରଥମ ପୋଷ୍ଟରରେ ରଶ୍ମିକା ଭାରି ଅଳଙ୍କାର ସହ ଶାଢ଼ି ପିନ୍ଧିଛନ୍ତି। ସେହିପରି ରଶ୍ମିକା ମୁଣ୍ଡରେ ଓଢ଼ଣା ପକାଇଥିବା ସହ ହସୁଥିବାର ନଜରକୁ ଆସୁଛନ୍ତି। ଦ୍ୱିତୀୟ ପୋଷ୍ଟରରେ ରଶ୍ମିକାଙ୍କୁ ଗମ୍ଭୀର ମୁଦ୍ରାରେ ଦେଖିବାକୁ ମିଳିଛି। କ୍ୟାପ୍‌ଶନ୍‌ରେ ମେଡକ୍‌ ଫିଲ୍ମସ୍‌ ପକ୍ଷରୁ ଲେଖାଯାଇଛି, ” ପ୍ରତ୍ୟେକ ମହାନ୍‌ ରାଜାଙ୍କ ସଫଳତା ପଛରେ ଜଣେ ରାଣୀ ଅଦୃଶ୍ୟ ଶକ୍ତି ଭାବରେ ଛିଡ଼ାହୋଇ ରହିଥାନ୍ତି। ବୁଧବାର ‘ଛାବା’ ଫିଲ୍ମର ଟ୍ରେଲର ରିଲିଜ୍‌ ହେବ।“ ଲକ୍ଷ୍ଣଣ ଉଟେକରଙ୍କ ନିର୍ଦ୍ଦେଶିତ ଏବଂ ଦିନେଶ ଭିଜାନଙ୍କ ନିର୍ମିତ ‘ଛାବା’ ଫିଲ୍ମରେ ଅନ୍ୟମାନଙ୍କ ମଧ୍ୟରେ ଅଭିନେତା ଅକ୍ଷୟ ଖାନ୍ନା, ଆଶୁତୋଷ ରାଣା, ଅଭିନେତ୍ରୀ ଦିବ୍ୟା ଦତ୍ତା ପ୍ରମୁଖଙ୍କୁ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଭିଡିଓ ବାର୍ତ୍ତା ମାଧ୍ୟମରେ ଇରାନକୁ କଡ଼ା ବାର୍ତ୍ତା ଦେଲେ ନେତାନ୍ୟାହୁ, ଜାଣନ୍ତୁ କ’ଣ କହିଲେ

ଜେରୁଜେଲମ,୭।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଶନିବାର (ମାର୍ଚ୍ଚ ୭, ୨୦୨୬) ଜେରୁଜେଲମରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ଇସ୍ରାଏଲୀ ଲୋକଙ୍କ ସାହସ ଏବଂ ଏକତାକୁ…

ନେପାଳ ରାଜନୀତିର ରଣନୀତିକାର

ନେପାଳ ୨୦୨୫ ସେପ୍ଟେମ୍ବରରେ ଦେଖିଥିଲା ଜେନ୍‌ ଜି ବିପ୍ଳବ। ଏହାର ପ୍ରଭାବ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଅନୁଭୂତ ହୋଇଥିଲା। ପରିଣାମ ସ୍ବରୂପ ନେପାଳରେ କେ.ପି. ଶର୍ମା ଓଲିଙ୍କ…

ପୁଷ୍ପଗିରି ବିଶ୍ୱବିଦ୍ୟାଳୟ: ଅସ୍ମିତାର ପରିଚୟ

ଇଉରୋପରେ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବାର ବହୁ ପୂର୍ବରୁ ଭାରତରେ ବିଶ୍ୱବିଦ୍ୟାଳୟ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବାର ପ୍ରମାଣ ମିଳେ। ଭାରତରେ ଉଚ୍ଚ ଶିକ୍ଷା ଅଧ୍ୟୟନ ଅତି ପୁରାତନ। ପ୍ରାଚୀନ…

ସାହସ ନାହିଁ

ଏକ ଦେଶ ଭାବରେ ଆମେ ସବୁବେଳେ କିମ୍ବା ପ୍ରାୟତଃ ଯାହା ଚାହୁଁ ତାହା ପାଇପାରିବୁ ନାହିଁ, ଏହି ବାସ୍ତବତାକୁ ସ୍ବୀକାର କରିବାରେ ମୋର କୌଣସି ସମସ୍ୟା ନାହିଁ।…

ସରକାରୀ ଉଚ୍ଚ ମାଧ୍ୟମିକ ଛାତ୍ରାବାସରେ ପିଲାଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କଲେ ଓଡିଶା ପର୍ଯ୍ୟଟନ ବିଭାଗ ସଚିବ ବଳବନ୍ତ ସିଂ

ଦାରିଙ୍ଗବାଡି, ୭ ।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଶନିବାର ଓଡିଶା ପର୍ଯ୍ୟଟନ ବିଭାଗର ସଚିବ ତଥା ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ବଳବନ୍ତ…

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri