ମହାରାଣୀ ୟେଶୁବାଈଙ୍କ ଭୂମିକାରେ ରଶ୍ମିକା

ମୁମ୍ବାଇ: ଆସନ୍ତା ଫେବୃଆରୀ ୧୪ରେ ମରାଠା ଶାସକ ଛତ୍ରପତି ସମ୍ଭାଜି ମହାରାଜଙ୍କ ଜୀବନୀକୁ ନେଇ ନିର୍ମିତ ହୋଇଥିବା ‘ଛାବା’ ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମରେ ଛତ୍ରପତି ସମ୍ଭାଜି ମହାରାଜଙ୍କ ଭୂମିକାରେ ଅଭିନେତା ଭିକି କୌଶଲ ନଜରକୁ ଆସିବେ। ସେହିପରି ଛତ୍ରପତି ସମ୍ଭାଜି ମହାରାଜଙ୍କ ସ୍ତ୍ରୀ ମହାରାଣୀ ୟେଶୁବାଈ ଭୋଁସଲେଙ୍କ ଭୂମିକାରେ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କୁ ଦେଖିବାକୁ ମିଳିବ। ‘ଛାବା’ ଫିଲ୍ମର ନିର୍ମାଣ କରିଥିବା ପ୍ରଡକ୍ସନ କମ୍ପାନୀ ‘ମେଡକ୍‌ ଫିଲ୍ମସ୍‌’ ପକ୍ଷରୁ ମଙ୍ଗଳବାର ଫିଲ୍ମରେ ମହାରାଣୀ ୟେଶୁବାଈ ଭାବେ ରଶ୍ମିକାଙ୍କର ପ୍ରଥମ ଲୁକ୍‌ର ୨ଟି ପୋଷ୍ଟରକୁ ଜାରି କରାଯାଇଛି। ପ୍ରଥମ ପୋଷ୍ଟରରେ ରଶ୍ମିକା ଭାରି ଅଳଙ୍କାର ସହ ଶାଢ଼ି ପିନ୍ଧିଛନ୍ତି। ସେହିପରି ରଶ୍ମିକା ମୁଣ୍ଡରେ ଓଢ଼ଣା ପକାଇଥିବା ସହ ହସୁଥିବାର ନଜରକୁ ଆସୁଛନ୍ତି। ଦ୍ୱିତୀୟ ପୋଷ୍ଟରରେ ରଶ୍ମିକାଙ୍କୁ ଗମ୍ଭୀର ମୁଦ୍ରାରେ ଦେଖିବାକୁ ମିଳିଛି। କ୍ୟାପ୍‌ଶନ୍‌ରେ ମେଡକ୍‌ ଫିଲ୍ମସ୍‌ ପକ୍ଷରୁ ଲେଖାଯାଇଛି, ” ପ୍ରତ୍ୟେକ ମହାନ୍‌ ରାଜାଙ୍କ ସଫଳତା ପଛରେ ଜଣେ ରାଣୀ ଅଦୃଶ୍ୟ ଶକ୍ତି ଭାବରେ ଛିଡ଼ାହୋଇ ରହିଥାନ୍ତି। ବୁଧବାର ‘ଛାବା’ ଫିଲ୍ମର ଟ୍ରେଲର ରିଲିଜ୍‌ ହେବ।“ ଲକ୍ଷ୍ଣଣ ଉଟେକରଙ୍କ ନିର୍ଦ୍ଦେଶିତ ଏବଂ ଦିନେଶ ଭିଜାନଙ୍କ ନିର୍ମିତ ‘ଛାବା’ ଫିଲ୍ମରେ ଅନ୍ୟମାନଙ୍କ ମଧ୍ୟରେ ଅଭିନେତା ଅକ୍ଷୟ ଖାନ୍ନା, ଆଶୁତୋଷ ରାଣା, ଅଭିନେତ୍ରୀ ଦିବ୍ୟା ଦତ୍ତା ପ୍ରମୁଖଙ୍କୁ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri