Categories: ଖେଳ

ଦେଶର ସ୍ଥିତିକୁ ନେଇ ଭାଙ୍ଗି ପଡ଼ିଛନ୍ତି ଏହି କ୍ରିକେଟର; ସ୍ବାଧୀନତା ଦିବସ ଅବସରରେ…

କାବୁଲ,୨୦।୮: ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଏବେ କ୍ରିକେଟ ମୁଖ୍ୟାଳୟରେ ମଧ୍ୟ ପ୍ରବେଶ କରିଛି। ଏଭଳି ଭୟର ବାତାବରଣ ମଧ୍ୟରେ ଦେଶବାସୀ ନିଜ ଜୀବନ ରକ୍ଷା କରିବାକୁ ଯଥାସମ୍ଭବ ଚେଷ୍ଟା କରିଛନ୍ତି। ଏଭଳି ସମୟରେ ଆଫଗାନିସ୍ତାନ କ୍ରିକେଟ ଦଳର ତାରକା ଅଲରାଉଣ୍ଡର ରସିଦ ଖାନ୍‌ ଦେଶର ସ୍ବାଧୀନତା ଦିବସ ଅବସରରେ ଏକ ଭାବପ୍ରବଣ ଟୁଇଟ୍‌ କରିଛନ୍ତି।

ଅଗଷ୍ଟ ୧୯ରେ ସ୍ବାଧୀନତା ଲାଭ କରିଥିଲା ଆଫଗାନିସ୍ତାନ। ଏହି ଦିନକୁ ମନେ ପକାଇ ରସିଦ କହିଛନ୍ତି, ଆଜି ଆମେ ଆମ ଦେଶକୁ ମହତ୍ୱ ଦେବା ପାଇଁ କିଛି ସମୟ ବାହାର କରିବା ଉଚିତ। ତାଙ୍କର ବଳିଦାନକୁ ଭୁଲିବା ଉଚିତ ନୁହେଁ। ଏକ ଶାନ୍ତିପୂର୍ଣ୍ଣ, ବିକଶିତ ତଥା ଏକଜୁଟ୍‌ ଦେଶ ପାଇଁ ଆଶା ଏବଂ ପ୍ରାର୍ଥନା ରହିଛି। ସ୍ବାଧୀନତା ଦିବସର ଶୁଭେଚ୍ଛା ବୋଲି ସେ କହିଛନ୍ତି।
କହିରଖୁଛୁ, ରସିଦ ବର୍ତ୍ତମାନ ଇଂଲଣ୍ଡରେ ‘ଦ ହଣ୍ଡ୍ରେଡ୍‌’ ଟୁର୍ନାମେଣ୍ଟ ଖେଳୁଛନ୍ତି। ହେଲେ ସେ ଆଫଗାନିସ୍ତାନରେ ସାମ୍ପ୍ରତିକ ପରିସ୍ଥିତି ବିଷୟରେ ସମ୍ପୂର୍ଣ୍ଣ ଭାବେ ଅବଗତ ଅଛନ୍ତି। ଦେଶର ଅବସ୍ଥା ଖୁବ୍‌ ଶୀଘ୍ର ଠିକ୍‌ ହୋଇଯିବ ବୋଲି ସେ ଆଶା ରଖିଛନ୍ତି। କିଛି ଦିନ ପୂର୍ବରୁ ରସିଦ ବିଶ୍ୱ ନେତାମାନାମାନଙ୍କୁ ଆଫଗାନିସ୍ତାନକୁ ଖରାପ ଅବସ୍ଥାରେ ନ ଛାଡ଼ିବାକୁ ନିବେଦନ କରିଥିଲେ।

Share