Categories: ଖେଳ

ତାଲିବାନକୁ ଭୟ ନାହିଁ; କିଛି ଏଭଳି ଢ଼ଙ୍ଗରେ ଜବାବ ଦେଲେ ଆଫଗାନିସ୍ତାନର ଏହି ସ୍ପିନର

ନୂଆଦିଲ୍ଲୀ,୨୨।୮: ଆଫଗାନିସ୍ତାନକୁ ଦଖଲକୁ ନେଇଛି ତାଲିବାନ। ଏହାକୁ ନେଇ ଦେଶରେ ଆତଙ୍କ ଖେଳିଯାଇଛି। ଲୋକମାନେ ଦେଶର ଭବିଷ୍ୟତକୁ ନେଇ ଚିନ୍ତା ପ୍ରକଟ କରୁଛନ୍ତି। ଏପରି ସ୍ଥିତିରେ ଦେଶଠାରୁ ଦୂରରେ ଇଂଲଣ୍ଡରେ କ୍ରିକେଟ ଖେଳୁଥିବା ଆଫଗାନିସ୍ତାନ କ୍ରିକେଟ ଟିମ୍‌ର ସ୍ପିନର ରସିଦ ଖାନ୍‌ ତାଲିବାନକୁ ଆଦୌ ଭୟ କରୁ ନ ଥିବା ସ୍ପଷ୍ଟ କରିଛନ୍ତି। ଏପରିକି ସେ ନିଜସ୍ବ ଶୈଳୀରେ ଉପଯୁକ୍ତ ଉତ୍ତର ଦେବା ସହ ଦେଶକୁ ସମର୍ଥନ ଜଣାଇଛନ୍ତି। ରସିଦ ଇଂଲଣ୍ଡରେ ଖେଳୁଥିବା ‘ ଦ ହଣ୍ଡ୍ରେଡ୍‌’ ଲିଗ୍‌ର ଏଲିମିନେଟର ମ୍ୟାଚ୍‌ରେ ମୁହଁରେ ଆଫଗାନିସ୍ତାନର ପତାକା କରି ମଇଦାନକୁ ଓହ୍ଲାଇଥିଲେ। ଏହାକୁ ସୋସିଆଲ ମିଡିଆରେ ପ୍ରଶଂସା କରାଯାଉଛି।

ପ୍ରକାଶ ଯେ, କିଛି ଦିନ ପୂର୍ବରୁ ଆଫଗାନିସ୍ତାନର ବିଭିନ୍ନ ପ୍ରଦେଶକୁ ତାଲିବାନ ନିଜ କବ୍ଜାକୁ ନେଇଥିଲା। ଏହି ସମୟରେ ରସିଦ ବିଶ୍ୱ ନେତାମାନଙ୍କୁ ଦେଶକୁ ନ ଛାଡ଼ିବାକୁ ନିବେଦନ କରିଥିଲେ।ଏହାଛଡ଼ା ୧୯ ଅଗଷ୍ଟ ଦେଶର ସ୍ବାଧୀନତା ଦିବସ ଅବସରରେ ସେ ବଳିଦାନକୁ କେବେ ବି ଭୁଲନ୍ତୁ ନାହିଁ। ଏକ ଶାନ୍ତିପୂର୍ଣ୍ଣ, ବିକଶିତ ତଥା ମିଳିତ ଦେଶ ପାଇଁ ଆଶା ଏବଂ ପ୍ରାର୍ଥନା କରୁଛି ବୋଲି ଟୁଇଟ୍‌ କରି କହିଥିଲେ।

Share