Posted inଖେଳ

ଇତିହାସ ରଚିଲେ ରଶିଦ ଖାନ: ଟି-୨୦ରେ କଲେ ବଡ଼ କାରନାମା

କାବୁଲ,୫।୨: ଆଫଗାନିସ୍ତାନର ଷ୍ଟାର ସ୍ପିନର ରଶିଦ ଖାନ ଟି-୨୦ କ୍ରିକେଟରେ ସର୍ବାଧିକ ଉଇକେଟ ନେବାର ବିଶ୍ୱ ରେକର୍ଡ କରିଛନ୍ତି। ସେ ୱେଷ୍ଟଇଣ୍ଡିଜର ପୂର୍ବତନ ଅଲରାଉଣ୍ଡର ଡ୍ବେନ ବ୍ରାଭୋଙ୍କୁ ପଛରେ ପକାଇ ସର୍ବାଧିକ ଉଇକେଟ ନେବାର ରେକର୍ଡ କରିଛନ୍ତି। ରଶିଦ ବର୍ତ୍ତମାନ ଏସଏ୨୦ରେ ଖେଳୁଛନ୍ତି, ଯାହା ମାଧ୍ୟମରେ ସେ ସର୍ବାଧିକ ଟି-୨୦ ଉଇକେଟ ପାଇଁ ଟାଇଟଲ ହାସଲ କରିଛନ୍ତି।
ସୂଚନାଯୋଗ୍ୟ ଯେ, ରଶିଦ ଏସଏ୨୦ରେ ଏମଆଇ କେପଟାଉନର ନେତୃତ୍ୱ ନେଉଛନ୍ତି। ଟୁର୍ନାମେଣ୍ଟର ପ୍ରଥମ କ୍ୱାଲିଫାୟର ମ୍ୟାଚ ପାର୍ଲ ରୟାଲ୍ସ ଓ ଏମଆଇ କେପଟାଉନ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ରଶିଦ ପ୍ରଥମ ଉଇକେଟ ନେବା ମାତ୍ରେ ବ୍ରାଭୋଙ୍କ ରେକର୍ଡ ଭାଙ୍ଗିଥିଲେ। ବ୍ରାଭୋ ତାଙ୍କ ଟି-୨୦ କ୍ୟାରିୟରରେ ୬୩୧ ଉଇକେଟ ନେଇଥିବା ବେଳେ ରଶିଦ ଏବେ ୬୩୩ ଉଇକେଟ ନେଇଛନ୍ତି।
୧୦ ବର୍ଷରୁ କମ ସମୟ ମଧ୍ୟରେ ରଶିଦ ଏହି ସଫଳତା ହାସଲ କରିଛନ୍ତି। ଅକ୍ଟୋବର ୨୦୧୫ରେ ଜିମ୍ବାୱେ ବିପକ୍ଷରେ ରସିଦ ଟି-୨୦ ପଦାର୍ପଣ କରିଥିଲେ, ଯେଉଁଠାରେ ସେ ମାତ୍ର ୧ଟି ଉଇକେଟ ନେଇଥିଲେ। ଏବେ ୧୦ ବର୍ଷରୁ କମ ସମୟ ମଧ୍ୟରେ ସେ ଟି-୨୦ କ୍ରିକେଟରେ ସର୍ବାଧିକ ଉଇକେଟ ନେଇଥିବା ବୋଲର ହୋଇଛନ୍ତି।
ଗତବର୍ଷ (୨୦୨୪) କ୍ରିକେଟରୁ ଅବସର ନେଇଥିବା ଡ୍ବେନ ବ୍ରାଭୋ ୨୦୦୬ ଫେବ୍ରୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ପଦାର୍ପଣ କରିଥିଲେ। ଏକ ନିର୍ଦ୍ଦିଷ୍ଟ ସଂଖ୍ୟାରେ ପହଞ୍ଚିବା ପାଇଁ ବ୍ରାଭୋଙ୍କୁ ପ୍ରାୟ ୧୮ ବର୍ଷ ସମୟ ଲାଗିଥିବା ବେଳେ ରସିଦ ଖାନ ୧୦ ବର୍ଷରୁ କମ ସମୟ ମଧ୍ୟରେ ଅଧିକ ସଂଖ୍ୟା ହାସଲ କରିଛନ୍ତି।

ସୂଚନାଯୋଗ୍ୟ, ବ୍ରାଭୋ ୫୮୨ ଟି-୨୦ ମ୍ୟାଚ ରେ ୨୪.୪୦ ହାରରେ ୬୩୧ ଉଇକେଟ ନେଇଛନ୍ତି। ଅପରପକ୍ଷରେ ରଶିଦ ମାତ୍ର ୪୬୧ ମ୍ୟାଚରେ ୧୮.୦୭ ହାରାହାରିରେ ୬୩୩ ଉଇକେଟ ନେଇଛନ୍ତି। ତାଲିକାର ତୃତୀୟ ସ୍ଥାନରେ ୱେଷ୍ଟଇଣ୍ଡିଜର ସୁନୀଲ ନାରିନ ରହିଛନ୍ତି, ଯିଏ ଏପର୍ଯ୍ୟନ୍ତ ୫୭୩ ଉଇକେଟ ନେଇଛନ୍ତି। ତାଙ୍କ ପଛକୁ ଦକ୍ଷିଣ ଆଫ୍ରିକାର ଇମ୍ରାନ ତାହିର ଚତୁର୍ଥ ଓ ବାଂଲାଦେଶର ସାକିବ ଅଲ ହାସନ ପଞ୍ଚମ ସ୍ଥାନରେ ରହିଛନ୍ତି।

ଟି-୨୦ରେ ସର୍ବାଧିକ ଉଇକେଟ ନେଇଥିବା ଖେଳାଳି:
ରଶିଦ ଖାନ (ଆଫଗାନିସ୍ତାନ) – ୬୩୩ ଉଇକେଟ
ଡ୍ବେନ ବ୍ରାଭୋ (ୱେଷ୍ଟଇଣ୍ଡିଜ) – ୬୩୧ ଉଇକେଟ
ସୁନୀଲ ନାରାୟଣ (ୱେଷ୍ଟଇଣ୍ଡିଜ) – ୫୭୩ ଉଇକେଟ
ଇମ୍ରାନ ତାହିର (ଦକ୍ଷିଣ ଆଫ୍ରିକା) – ୫୩୧ ଉଇକେଟ
ସାକିବ ଅଲ ହାସନ (ବାଂଲାଦେଶ) – ୪୯୨ ଉଇକେଟ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୪୪ ରନ୍‌ ଆଗରେ ଅଷ୍ଟ୍ରେଲିଆ

ବ୍ରିସ୍‌ବେନ୍‌(ଅଷ୍ଟ୍ରେଲିଆ),୫ା୧୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଆଶେସ ଟେଷ୍ଟର ଶୁକ୍ରବାର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୪ ରନ୍‌ ଅଗ୍ରଣୀ ଲାଭ କରିଛି। ଭ୍ରମଣକାରୀ...

ଫ୍ରାନ୍ସକୁ ହରାଇ ସେମିରେ ପହଞ୍ଚିଲା ଜର୍ମାନୀ

ଚେନ୍ନାଇ,୫ା୧୨: ସାତ ଥର ଚାମ୍ପିୟନ ଜର୍ମାନୀ ଶୁଟ୍‌ ଆଉଟ୍‌ରେ ଫ୍ରାନ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ଚଳିତ ଏଫ୍‌ଆଇଏଚ୍‌ ଜୁନିୟର ପୁରୁଷ ବିଶ୍ୱକପ୍‌ ହକି ଟୁର୍ନାମେଣ୍ଟର...

ପ୍ରଶଂସକଙ୍କ ପାଇଁ ଖୁସିଖବର: ଦକ୍ଷିଣ ଆଫ୍ରିକା ODI ସିରିଜ ପରେ ଟି-୨୦କୁ ଫେରିବେ ରୋହିତ!

ନୂଆଦିଲ୍ଲୀ,୫।୧୨: ରୋହିତ ଶର୍ମା ଭାରତୀୟ ଘରୋଇ କ୍ରିକେଟ ପ୍ରତି ଏତେ ପ୍ରତିବଦ୍ଧତା ଦେଖାଉଛନ୍ତି ଯେ ସେ କେବଳ ଲିଷ୍ଟ ଏ କ୍ରିକେଟ ନୁହେଁ ବରଂ ଟି-୨୦...

ଓ୍ବାସିମ ଆକ୍ରମଙ୍କୁ ଟପିଲେ ଷ୍ଟାର୍କ

ବ୍ରିସବେନ,୫ା୧୨: ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ଗୁରୁବାରଠାରୁ ଦ୍ୱିତୀୟ ଆଶେସ ଟେଷ୍ଟ ଆରମ୍ଭ ହୋଇଯାଇଛି। ଟେଷ୍ଟ କ୍ରିକେଟରେ ଅଷ୍ଟ୍ରେଲିଆର ଫାଷ୍ଟ ବୋଲର ମିଚେଲ ଷ୍ଟାର୍କ ସବୁଠୁ ସଫଳ ବାମହାତୀ...

ସାମ୍ନାକୁ ଆସିଲା ବିରାଟ-ରୋହିତଙ୍କ ସୁରକ୍ଷାରେ ବଡ଼ ତ୍ରୁଟି, ଟିମଙ୍କ ସହ ବୁଲିଲେ ଅପରାଧି!

ରାୟପୁର,୫।୧୨: ରାୟପୁରରେ ଖେଳାଯାଇଥିବା ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ମ୍ୟାଚ ସମୟରେ ଖେଳାଳିଙ୍କ ସୁରକ୍ଷାରେ ବଡ଼ ଅବହେଳାର ପର୍ଦ୍ଦାଫାସ ହୋଇଛି। ଏହି...

IPL ନିଲାମ ପୂର୍ବରୁ ମାତ୍ର ୪ଟି ମ୍ୟାଚ ଖେଳିବା ପାଇଁ ଏତେ କୋଟି ଟଙ୍କା ମାଗିଲେ ଏହି ଅଷ୍ଟ୍ରେଲୀୟ ଖେଳାଳି, ଜାଣିଲେ…

ନୂଆଦିଲ୍ଲୀ,୫।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡିସେମ୍ବର ୯, ୨୦୨୫ରୁ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ। ସମସ୍ତେ ଏହି ସିରିଜ ସମୟରେ...

ସ୍ମୃତି-ପଲାଶଙ୍କ ବିବାହ ସ୍ଥଗିତ ରହିବା ପରେ ପ୍ରଥମ ଥର ଏମିତି କହିଲେ ଭଉଣୀ ପଲକ, କଲେ ବଡ଼ ଖୁଲାସା

ମୁମ୍ବାଇ,୫।୧୨: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ ବିଶ୍ୱକପ ବିଜୟୀ ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ବିବାହକୁ ନେଇ ବହୁତ ଆଲୋଚନା...

ବାରବାଟୀ ଟି୨୦ ପାଇଁ ଆଜିଠୁ ଅଫଲାଇନ ଟିକେଟ ବିକ୍ରି: ରାତିରୁ ଅସମ୍ଭାଳ ଭିଡ଼

କଟକ,୪।୧୨(ଶିଳ୍ପା ପ୍ରିୟଦର୍ଶିନୀ): ଆଜିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହେବ। ଅଫଲାଇନ ଟିକେଟ ବିକ୍ରି ପୂର୍ବରୁ ଅସମ୍ଭାଳ ଭିଡ଼ ଦେଖାଯାଇଛି। ଦିନ ୯ଟାରୁ ଟିକେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri