Categories: ଖେଳ

ଧୋନୀଙ୍କ ଭଳି ହେଲିକପ୍ଟର ଶର୍ଟ ମାରୁଥିଲେ ଏହି ଖେଳାଳି, ଘଟିଲା ଏମିତି

ଆଇପିଏଲ ୨୦୨୦ର ଏକ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ସନରାଇଜର୍ସ ହାଇଦ୍ରାବାଦକୁ ୨୦ ରନ୍‌ରେ ପରାସ୍ତ କରିଛି। ଏହି ମ୍ୟାଚରେ ଚେନ୍ନାଇ ବ୍ୟାଟ୍ସମ୍ୟାନଙ୍କ ଭଲ ପ୍ରଦର୍ଶନ ପରେ ବୋଲର ମଧ୍ୟ ଉନ୍ନତମାନର ବୋଲିଂ କରିଥିଲେ। ସନରାଇଜର୍ସ ହାଇଦ୍ରାବାଦ ଇନିଂସର ୧୯ତମ ଓଭରର ଷଷ୍ଠ ବଲରେ ରସିଦ ଖାନ ମହେନ୍ଦ୍ର ସିଂ ଧୋନୀଙ୍କ ଭଳି ଏକ ହେଲିକପ୍ଟର ଶର୍ଟ ଖେଳିବାକୁ ଚେଷ୍ଟା କରିଥିଲେ। ଏହି ଶର୍ଟ ଯୋଗୁ ସେ ହିଟ୍‌ ଉଇକେଟ ଆଉଟ ହୋଇଥିଲେ। କୌତୁହଳର ବିଷୟ ଯେ ରସିଦ ଖାନ ଯେଉଁ ବଲରେ ହେଲିକପ୍ଟର ଶର୍ଟ ଖେଳିଥିଲେ, ତାଙ୍କୁ ଦୀପକ ଚହର ମଧ୍ୟ କ୍ୟାଚ୍‌ ଧରିଥିଲେ। ଗୋଟିଏ ବଲ୍‌ରେ ସେ ଦୁଇଟି ଆଉଟ୍‌ ହୋଇଥିଲେ। ଶେଷରେ ତାଙ୍କୁ ହିଟ ଉଇକେଟ ଆଉଟ ଦିଆଯାଇଥିଲା। ଏହି ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ସନରାଇଜର୍ସ ହାଇଦ୍ରାବାଦକୁ ୨୦ ରନରେ ପରାସ୍ତ କରିଛି। ଚେନ୍ନାଇର ୧୬୮ ରନ ଲକ୍ଷ୍ୟକୁ ପିଛା କରି ହାଇଦ୍ରାବାଦ ଦଳ ୨୦ ଓଭରରେ ୮ ଉଇକେଟ ହରାଇ୧୪୭ ରନ ସ୍କୋର କରିବାରେ ସକ୍ଷମ ହୋଇଥିଲା। ହାଇଦ୍ରାବାଦ ପାଇଁ କେନ ୱିଲିୟମ୍ସନ ୫୭ ରନ ସଂଗ୍ରହ କରିଥିଲେ। ଏହି ବିଜୟ ସହିତ ଚେନ୍ନାଇ ସୁପର କିଙ୍ଗ୍ସ ଟୁର୍ଣ୍ଣାମେଣ୍ଟରେ ରହିବାର ଆଶାକୁ ବଜାୟ ରଖିଛି।

Share