ନିରବିଲେ ‘ଆଓଗେ ଜବ୍‌ ତୁମ୍‌ ଓ ସାଜ୍‌ନା’ ଗାୟକ ଉସ୍ତାଦ ରଶିଦ ଖାନ୍‌, ୫୫ ବର୍ଷରେ ପରଲୋକ

କୋଲକାତା: ଖ୍ୟାତନାମା ଗାୟକ ଉସ୍ତାଦ ରଶିଦ ଖାନ୍‌ ଆଉ ନାହାନ୍ତି। ଦୀର୍ଘ ବର୍ଷ ଧରି କ୍ୟାନ୍‌ସର ସହ ଲଢ଼େଇରେ ହାରି ଯାଇଛନ୍ତି ସେ। କୋଲକାତାର ଏକ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଜାରି ରହିଥିବା ବେଳେ ମଙ୍ଗଳବାର ସେ ଆଖି ବୁଜିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା। ତେବେ ରଶିଦଙ୍କ ପରଲୋକ ଖବର ସାମ୍ନାକୁ ଆସିବା ପରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। ବୁଧବାର ତାଙ୍କର ଅନ୍ତିମସଂସ୍କାର କରାଯିବ ବୋଲି ଜଣାପଡ଼ିଛି।
ଉତ୍ତରପ୍ରଦେଶରେ ରଶିଦ ଜନ୍ମଲାଭ କରିଥିଲେ। ସେ ପ୍ରାରମ୍ଭିକ ସଙ୍ଗୀତ ଶିକ୍ଷା ଜେଜେବାପା ଉସ୍ତାଦ ନାସିର ହୁସୈନ ଖାନଙ୍କଠାରୁ ଗ୍ରହଣ କରିଥିଲେ। ସେ ଉସ୍ତାଦ ଗୁଲାମ ମୁସ୍ତଫା ଖାଦଙ୍କ ଭଣଜା ଥିଲେ। ୨୦୦୪ରେ ସେ ସୁବାଷ ଘାଇଙ୍କ ଚଳଚ୍ଚିତ୍ର ‘କିସ୍‌ନା’ରୁ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ୨୦୦୭ରେ ଆସିଥିବା ଶାହିଦ କପୁରଙ୍କ ଚଳଚ୍ଚିତ୍ର ‘ଜବ୍‌ ଓ୍ବି ମେଟ୍‌’ ତାଙ୍କୁ ଲୋକପ୍ରିୟ କରାଇଥିଲା। ‘ଆଓଗେ ଜବ୍‌ ତୁମ୍‌ ସାଜନା’ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା। ଏହାଛଡ଼ା ସେ ‘ମାଇ ନେମ୍‌ ଇଜ୍‌ ଖାନ୍‌, ମୌସମ୍‌, ଶାଦି ମେ ଜରୁର୍‌ ଆନା, ହେଟ୍‌ ଷ୍ଟୋରୀ ୨ ଭଳି ଫିଲ୍ମରେ ନିଜ ସ୍ବରର ଜାଦୁ ଦେଖାଇଥିଲେ।

Share