Posted inଖେଳ

ଏହି ବୋଲରଙ୍କ ସାମ୍ନାରେ ବିବଶ ହୋଇଯାଉଛନ୍ତି କୋହଲି; ଆଉଟ୍‌ ହେବା ପରେ ସାମ୍ନାକୁ ଆସିଲା….

ନୂଆଦିଲ୍ଲୀ,୨୭।୩: ଭାରତୀୟ ଟିମ୍‌ର ଅଧିନାୟକ ବିରାଟ କୋହଲି ଏଭଳି ଜଣେ ଷ୍ଟାର ବ୍ୟାଟ୍ସମ୍ୟାନ୍‌, ଯାହାଙ୍କୁ ସାମ୍ନା କରିବାକୁ ବୋଲରମାନେ ଦ୍ୱିଧା ପ୍ରକାଶ କରିଥାନ୍ତି। ଘରୋଇ ହେଉ ଅଥବା ବିଦେଶ ମଇଦାନରେ ଏହି ବ୍ୟlଟ୍ସମ୍ୟାନ୍‌ ନିଜର ଦମ୍‌ ଦେଖାଇବାର କ୍ଷମତା ରଖିଛନ୍ତି। ହେଲେ କିଛି ବୋଲର କୋହଲିଙ୍କୁ କିଭଳି ଆଉଟ୍‌ କରିବେ ତାହା ଜାଣି ସାରିଛନ୍ତି। ପୁଣେରେ ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ଆଦିଲ ରସିଦ ବିରାଟଙ୍କ ଉଇକେଟ ନେବା ପରେ ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ସାମ୍ନାକୁ ଆସିଛି।

ବିରାଟ ଦ୍ୱିତୀୟ ଦିନିକିଆରେ ୭୯ ବଳ୍‌ରୁ ୩ ଚୌକା ଏବଂ ୧ ଛକା ସହ ୬୬ରନ୍‌ର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ହେଲେ ରସିଦଙ୍କ ବଲ୍‌ରେ ଉଇକେଟକିପର ଜୋଶ ବଟଲରଙ୍କୁ କ୍ୟାଚ୍‌ ଦେଇଥିଲେ। ଦୀର୍ଘ ସମୟ ଧରି କୋହଲି ଶତକ ମାରିବାରୁ ବଞ୍ଚିତ ହେଉଥିବାରୁ ଏଥର ସୁଯୋଗ ହାତଛଡ଼ା କରିବାକୁ ଚାହୁଁ ନ ଥିଲେ। ବେଶ ସଂଯମତାର ସହ ଖେଳୁଥିଲେ ହେଁ ବିଦେଶୀ ସ୍ପିନର ରସିଦ ମ୍ୟାଚ୍‌ର ୩୨ ଓଭରର ଶେଷ ବଲ୍‌ରେ ଉଇକେଟ ନେଇଥିଲେ। ବିରାଟ ପଏଣ୍ଟ ଦିଗରେ ଏକ ଶଟ୍‌ ଖେଳିବାକୁ ଚାହୁଁଥିଲେ। କିନ୍ତୁ ରସିଦ ତାଙ୍କୁ ନିଜ ଜାଲରେ ଫସାଇ ଭାରତକୁ ଝଟକା ଦେଇଥିଲେ। ପୂର୍ବରୁ କୋହଲି ୩୫ରନ୍‌ରେ ଖେଳୁଥିବା ବେଳେ ରସିଦଙ୍କ ଅନ୍ୟ ଏକ ବଲ୍‌ରେ କ୍ୟାଚ୍‌ ଦେଇଥିଲେ। ହେଲେ ବଟଲରଙ୍କ ଯୋଗୁ ସେ ଜୀବନଦାନ ପାଇଥିଲେ।

କୋହଲି ଲଗାତାର ଭାବେ ରସିଦଙ୍କ ବଲ୍‌ର ଶିକାର ହେଉଥିବା ନଜର ଆସୁଛି। ଅନ୍ତର୍ଜାତୀୟ କ୍ରିକେଟରେ ଏପରି ୯ମ ଥର ପାଇଁ ହୋଇଛି। କୋହଲିଙ୍କୁ ଅଧିକାଂଶ ଥର ଆଉଟ୍‌ କରିବା ମାମଲାରେ ରସିଦ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି। ଏହି ମାମଲାରେ ଶୀର୍ଷରେ ରହିଛନ୍ତି ନ୍ୟୁଜିଲାଣ୍ଡର ଟିମ୍‌ ସାଉଥୀ। ସେ ୧୦ ଥର ବିରାଟଙ୍କ ଉଇକେଟ ନେଲେଣି। ସେହିଭଳି ଜେମ୍ସ ଆଣ୍ଡରସନ ୮ ଥର ବିରାଟଙ୍କ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri