ବିଜେଡି ଛାଡିବା ପରେ ଏମିତି କହିଲେ ରାସେଶ୍ୱରୀ

ଭୁବନେଶ୍ୱର,୨୩।୪: ବିଜେଡି ଛାଡିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ମଙ୍ଗଳବାର ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ଇସ୍ତଫା ପରେ ରାସେଶ୍ୱରୀ ପ୍ରେସମିଟ୍‌ କରି କହିଛନ୍ତି, ସମ୍ବଲପୁରର ଅସ୍ମିତା ପାଇଁ ବିଜେଡି ଛାଡିଲି। ଦଳ ଯେଭଳି ନିଷ୍ପତ୍ତି ନେଲା, ସମ୍ବଲପୁର ପାଇଁ ଅବମାନନା। ସମ୍ବଲପୁରରେ କ’ଣ ନେତା ନାହାନ୍ତି, ବାହାରୁ ଆଣି ଲଢାଉଛନ୍ତି ସେ ପ୍ରଶ୍ନ କରିଛନ୍ତି।

ରାସେଶ୍ୱରୀ ସମ୍ବଲପୁରରୁ ଟିକେଟ୍‌ ଆଶାୟୀ ଥିଲେ। କିନ୍ତୁ ତାଙ୍କୁ ଟିକେଟ୍‌ ଦିଆଯାଇ ନ ଥିଲା। ତାଙ୍କ ସ୍ଥାନରେ ରୋହିତ ପୂଜାରୀଙ୍କୁ ଟିକେଟ ଦିଆଯାଇଥିଲା। ଏଥିରେ ସେ ଅସନ୍ତୁଷ୍ଟ ଥିଲେ।