ସଫଳ ହେଲା ବିରଳ ଅସ୍ତ୍ରୋପଚାର: ଯୋଡ଼ାହେଲା କଟା ହାତ

ଭୁବନେଶ୍ୱର,୧୦।୭(ବ୍ୟୁରୋ): ସଡକ ଦୁର୍ଘଟଣାରେ କଟିଯାଇଥିବା ଜଣେ ବ୍ୟକ୍ତିଙ୍କ ହାତକୁ ବିରଳ ଅସ୍ତ୍ରୋପଚାର ମାଧ୍ୟମରେ ଯୋଡାଯାଇଛି। କଳିଙ୍ଗ ହସ୍ପିଟାଲରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଜଣେ ୨୪ ବର୍ଷୀୟ ଯୁବକଙ୍କ କଟା ହାତକୁ ଯୋଡିବାରେ ସଫଳ ହୋଇଛନ୍ତି। ସୂଚନା ମୁତାବକ, ପଶ୍ଚିମବଙ୍ଗ ମେଦିନାପୁର ଅଞ୍ଚଳର ଜଣେ ଡ୍ରାଇଭର ଗାଡ଼ିଧରି ଓଡ଼ିଶା ଆସୁଥିବାବେଳେ ଜାତୀୟ ରାଜପଥରେ ଦୁର୍ଘଟଣାର ଶିକାର ହୋଇଥିଲେ। ଏଥିରେ ତାଙ୍କର ଗୋଟିଏ ହାତ ସମ୍ପୂର୍ଣ୍ଣଭାବେ କଟିଯାଇଥିଲା। ତେବେ ଦୁର୍ଘଟଣାର ୬ରୁ ୮ ଘଣ୍ଟା ବିଳମ୍ବରେ ହସ୍ପିଟାଲ ନିଆଯିବାବେଳକୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡ଼ିଥିଲା। ଏହାଛଡ଼ା କଟା ହାତକୁ ମଧ୍ୟ ପୁନଃପ୍ରତିରୋପଣ ପାଇଁ ଭଲ ଭାବେ ସଂରକ୍ଷିତ କରାଯାଇ ନ ଥିଲା। ଏଭଳିସ୍ଥଳେ ରୋଗୀଙ୍କ ବଞ୍ଚତ୍ବା ଓ ହାତ ଯୋଡ଼ିହେବା ଆଶା ଖୁବ୍‌ କମ୍‌ ରହିଥିଲା। ଏଭଳି କ୍ଷେତ୍ରରେ କଟା ହାତକୁ ଯୋଡ଼ିବା ପାଇଁ ଅସ୍ତ୍ରୋପଚାରର ସଫଳତା ହାର ମାତ୍ର ୨ ରୁ ୩% ରହିଥାଏ। ହେଲେ କଳିଙ୍ଗ ହସ୍‌ପିଟାଲ ଡାକ୍ତରମାନେ ଏହି ଅସ୍ତ୍ରୋପଚାର ସଫଳତାର ସହ କରିଛନ୍ତି। ରୋଗୀଙ୍କ କଟା ହାତ ପୁନଃପ୍ରତିରୋପଣ ପରେ ଏବେ ଭଲ ଭାବରେ କାମ କରୁଛି ଏବଂ କ୍ଷତ ମଧ୍ୟ ଭଲ ହୋଇଛି। ବରିଷ୍ଠ ପ୍ଲାଷ୍ଟିକ୍‌ ଓ କସ୍‌ମେଟିକ୍‌ ସର୍ଜନ ଡ. ଅକ୍ଷୟ ରାଉତ ଏବଂ ଅର୍ଥୋପେଡିକ୍‌ ସର୍ଜନ ଡ. ଗୟାଧର ବେହେରାଙ୍କ ନେତୃତ୍ୱରେ ଏହି ଅସ୍ତ୍ରୋପଚାର କରାଯାଇଥିଲା। ଏ ସମ୍ପର୍କରେ ସୂଚନା ଦେଇ ଡ. ରାଉତ କହିଛନ୍ତି, କ୍ଷତିଗ୍ରସ୍ତ ମାଂସପେଶୀ ଓ କଟିଯାଇଥିବା ଅଂଶର ବିଭାଜନ କାରଣରୁ ହାତର ପୁନଃପ୍ରତିରୋପଣ କରିବା ଜଟିଳ ଥିଲା। ମାଂସପେଶୀରୁ ନିଃସୃତ ଟକ୍ସିନ୍‌ ରାଗୀଙ୍କ ପାଇଁ ଘାତକ ହୋଇଥିବାରୁ ଆମକୁ ଅସ୍ତ୍ରୋପଚାର ସମୟରେ ତାହାର ଯତ୍ନ ନେବାକୁ ପଡ଼ିଥିଲା। ହେଲେ ଏସବୁସତ୍ତ୍ୱେ ମଧ୍ୟ ଆମେ ରୋଗୀଙ୍କ ହାତ ଓ ଜୀବନ ବଞ୍ଚାଇବାରେ ସଫଳ ହୋଇଛୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri