କେୟାର ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର ,୧୪।୭ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ କେୟାର ହସ୍ପିଟାଲ ଚିକିତ୍ସା କ୍ଷେତ୍ରରେ ଆଉ ଏକ ନୂଆ ମାଇଲ୍‌ଷ୍ଟୋନ୍‌ ଅତିକ୍ରମ କରିଛି। ଏପରିକି କେୟାର ହସ୍ପିଟାଲ ଭୁବନେଶ୍ୱରରେ ଏକ ବିରଳ ଅସ୍ତ୍ରୋପ୍ରଚାର ସଫଳତା ସହ ସମ୍ପୂର୍ଣ୍ଣ କରାଯାଇଛି। ଉଲ୍ଲେଖଯୋଗ୍ୟ, କେୟାର ହସ୍ପିଟାଲ ଭୁବନେଶ୍ୱରର ବରିଷ୍ଠ ନ୍ୟୁରୋସର୍ଜନ ଡା.ଆତ୍ମାରଞ୍ଜନ ଦାଶ ଓ ତାଙ୍କ ଟିମ୍‌ ଆପେଲ୍‌ ଭିଜନ୍‌ ପ୍ରୋ ବ୍ୟବହାର କରି ବିଶ୍ୱର ସବୁଠାରୁ ଅତ୍ୟାଧୁନିକ ମିକ୍ସ୍‌ ଭର୍ଚୁଆଲ୍‌ ରିଅଲିଟି ଟେକ୍ନୋଲୋଜି ସାହାଯ୍ୟରେ ଦେଶର ପ୍ରଥମ ନ୍ୟୁରୋ ସର୍ଜରି(ଏଣ୍ଡୋସ୍କୋପିକ୍‌ ବ୍ରେନ୍‌ ଓ ମେରୁଦଣ୍ଡ ସର୍ଜରି) ସଫଳତାର ସହିତ କରିଛନ୍ତି। ଏପରିକି ଆପଲ୍‌ ଭିଜନ୍‌ ପ୍ରୋ ଭର୍ଚୁଆଲ ରିଏଲିଟି ସିଷ୍ଟମ୍‌ ଦ୍ୱାରା ପରିଚାଳିତ ଏହି ନ୍ୟୁରୋ ସର୍ଜରି ଅପରେଶନ୍‌ରେ ସଠିକତା ଏବଂ ସଫଳତା ବେଶ୍‌ ଅଧିକ ରହିଥାଏ।
ଏହି ପରିପ୍ରେକ୍ଷୀରେ କେୟାର ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଶନିବାର ଏକ ଖବରଦାତା ସମ୍ମିଳନୀ ଭୁବନେଶ୍ୱରର ଏକ ୫ତାରକା ହୋଟେଲ ଠାରେ ଆୟୋଜନ କରାଯାଇଥିଲା। ଏହି ଅବସରରେ କେୟାର ହସ୍ପିଟାଲ୍‌ ଭୁବନେଶ୍ୱରର ଡା.ଆତ୍ମାରଞ୍ଜନ ଦାଶ, ଡା.ଲୋକନାଥ ଦାସ, ଡା.ବିମଳ ସାହୁ, ଡା.ମନ୍ଦାର ପତି, ଦିପ୍ତୀମାନ ବଳିୟାରସିଂହ ଏବଂ ଡା ବିବେକାନନ୍ଦ ସାହୁ ପ୍ରମୁଖ ଯୋଗ ଦେଇ ସମ୍ମିଳନୀର ଆଭିମୂଖ୍ୟ ଓ ମିକ୍ସ୍‌ ଭର୍ଚୁଆଲ୍‌ ରିଏଲିଟି ବ୍ରେନ୍‌ ସର୍ଜରୀ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ।
ସୂଚନାଯୋଗ୍ୟ, ୨୦୨୪ ଜୁଲାଇ ୮ରେ ପ୍ରଥମ ଥର ପାଇଁ ଆପଲ୍‌ ଭିଜନ୍‌ ପ୍ରୋ ଭର୍ଚୁଆଲ ରିଏଲିଟି ସିଷ୍ଟମ୍‌ ବ୍ୟବହାର କରି ଜଣେ ୬୫ ବର୍ଷୀୟା ମହିଳାଙ୍କ ବ୍ରେନ୍‌ରେ ପିଟୁଟାରୀ ଗ୍ଲାଣ୍ଡରେ ଥିବା ଟ୍ୟୁମର ଏବଂ ପରେ ବାଇ ପୋର୍ଟାଲ ଏଣ୍ଡୋସ୍କୋପିକ୍‌ ପଦ୍ଧତିରେ ସ୍ପାଇନ୍‌ ସର୍ଜରି କରାଯାଇଥିଲା। ବିଶେଷ କରି ଏହା କେବଳ ଓଡ଼ିଶାରେ ନୁହେଁ ସମଗ୍ର ଦେଶରେ ମଧ୍ୟ ପ୍ରଥମ ଅପରେଶନ୍‌ ବୋଲି ହସ୍ପିଟାଲ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଥିଲା। ଏ ସମ୍ପର୍କରେ କେୟାର ହସ୍ପିଟାଲର ଏଚ୍‌ସିଓଓ କିସଲେ ଆନନ୍ଦ ଏହି ସଫଳତା ପାଇଁ ଡା.ଆତ୍ମାରଞ୍ଜନ ଦାଶ ଓ ତାଙ୍କ ପୂରା ଟିମ୍‌କୁ ଅଭିନନ୍ଦନ ଜଣାଇବା ସହିତ ଭର୍ଚୁଆଲ ରିଏଲିଟି ସିଷ୍ଟମ୍‌ ସାହାଯ୍ୟରେ ସଫଳତାର ସହ ବ୍ରେନ୍‌ ଓ ମେରୁଦଣ୍ଡ ସର୍ଜରି କରିବା କେବଳ ଓଡ଼ିଶାରେ ନୁହେଁ ସମଗ୍ର ଭାରତ ପାଇଁ ଏକ ଗୌରବର କଥା ବୋଲି ସେ ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri