Categories: ଜାତୀୟ

ଭିକ୍ଟୋରିଆ ମେମୋରିଆଲରେ ବିରଳ ଦୃଶ୍ୟ: ଏକାଠି ହେଲେ ଦିଦି-ମୋଦି

କୋଲକାତା,୨୩।୧: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ବାର୍ଷିିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ସ୍ବତନ୍ତ୍ର ବିମାନରେ ଆସି କୋଲକାତାରେ ଓହ୍ଳାଇ ଥିଲେ। ସେଠାରୁ ସେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମାରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ସେ ଭିକ୍ଟୋରିଆ ମେମୋରିଆଲରେ ପହଞ୍ଚି ଥିଲେ। ଭିକ୍ଟୋରିଆ ମେମୋରିଆଲ ପରିଦର୍ଶନ ବେଳେ ତାଙ୍କ ସହ ପଞ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟପାଳ ଜଗଦୀପ ଧନଖର ମଧ୍ୟ ଉପସ୍ଥିତ ଥିଲେ। ଏହା ଏକ ବିରଳ ଦୃଶ୍ୟ ବୋଲି ଚର୍ଚ୍ଚା ହେଉଛି। ପଞ୍ଚିମବଙ୍ଗ ବିଧାନସଭା ର୍ନିବାଚନକୁ ମାତ୍ର କିଛି ମାସ ବାକି ଥିବା ବେଳେ ପରସ୍ପରର ପ୍ରତିନ୍ଦ୍ୱନ୍ଦ୍ୱୀଙ୍କ ଏକାଠି ହେବାର ଦୃଶ୍ୟ ରାଜ୍ୟ ରାଜନୀତିକୁ ସରଗରମ କରିଛି।

Share