Posted inଜାତୀୟ

ଜିନ୍‌ପିଙ୍ଗ୍‌ଙ୍କୁ ବିରୋଧକରି ବେଜିଂରେ ବିକ୍ଷୋଭ

ବାରାଣସୀ,୧୫।୧୦(ପି.ଟି.): ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କୁ ବିରୋଧ କରି ସର୍ବସାଧାରଣରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଚାଇନାର ‘ଜିରୋ କୋଭିଡ୍‌’ ନୀତିକୁ ସମାଲୋଚନା କରାଯାଇ ରାଜଧାନୀ ବେଜିଂର ବିଭିନ୍ନ ବ୍ୟସ୍ତବହୁଳ ଛକ ସ୍ଥାନରେ ବ୍ୟାନର ଲଗାଯାଇଛି। ଗୁରୁବାର ଲାଗିଥିବା ଏହି ବ୍ୟାନରଗୁଡ଼ିକରେ ରାଷ୍ଟ୍ରପତି ଜିନ୍‌ପିଙ୍ଗକୁ ସିଧାସଳଖ ସମାଲୋଚନା କରାଯାଇଛି। ଚାଇନା ଶାସକଙ୍କ ବିରୋଧରେ ସର୍ବସାଧାରଣରେ ବିକ୍ଷୋଭ ଏକ ବିରଳ ଘଟଣା। ଜିନ୍‌ପିଙ୍ଗ ରାଷ୍ଟ୍ରପତି ହେବା ଦିନରୁ ଏଭଳି ବିରୋଧ କେବେ ଦେଖାଯାଇ ନ ଥିଲା। ତେବେ ଉକ୍ତ ବ୍ୟାନର କିଏ ଲଗାଇଛି ତାହା ସ୍ପଷ୍ଟ ଜଣାପଡ଼ି ନାହିଁ। ପୋଲିସ ବିଭିନ୍ନ ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି।
ବ୍ୟାନରରେ ଜିନ୍‌ପିଙ୍ଗଙ୍କୁ ଏକଚ୍ଛତ୍ରବାଦୀ ଏବଂ ଉତ୍ପୀଡ଼କ ବୋଲି ଦର୍ଶାଯାଇ ତାଙ୍କର ବହିଷ୍କାର ଦାବି କରାଯାଇଛି। ଜିରୋ କୋଭିଡ୍‌ ନୀତିର କଟକଣା କୋହଳ କରିବା ଲାଗି ଏଥିରେ ଆହ୍ବାନ ଦିଆଯାଇଛି। ଜନସାଧାରଣଙ୍କର ଅଧିକାର ରହିବା ଆବଶ୍ୟକ, ସେମାନଙ୍କୁ କ୍ରୀତଦାସ ଭଳି ବ୍ୟବହାର କରାଯିବା ଉଚିତ ନୁହେଁ ବୋଲି ବ୍ୟାନରରେ ଲେଖାଯାଇଛି। ଚାଇନା କମ୍ୟୁନିଷ୍ଟ ପାର୍ଟି (ସିପିସି)ର ୨୦ତମ ଜାତୀୟ କଂଗ୍ରେସ ରବିବାର ଡକାଯାଇଛି। ଏହି ବୈଠକରେ ଜିନ୍‌ପିଙ୍ଗଙ୍କୁ ପୁନର୍ବାର ନେତା ନିର୍ବାଚନ କରାଯିବ ବୋଲି କୁହାଯାଉଥିଲା। ସେ ତୃତୀୟ ଥର ଲାଗି ଚାଇନା ରାଷ୍ଟ୍ରପତି ରହିବେ ବୋଲି ଆଶା କରାଯାଉଥିଲାବେଳେ ତାଙ୍କ ବିରୋଧରେ ଦେଶରେ ବିକ୍ଷୋଭ ଦେଖାଦେଇଛି। ଏହା ସତ୍ତ୍ୱେ ଚାଇନା ତାହାର ଜିରୋ କୋଭିଡ୍‌ ନୀତି ବଦଳାଇବା ନେଇ କୌଣସି ସୂଚନା ମିଳିନାହିଁ। ଚାଇନାରେ ରାଜନୈତିକ ବିକ୍ଷୋଭ ଅତି ବିରଳ ଘଟଣା ହୋଇଥିବାରୁ ବ୍ୟାନର ଜରିଆରେ ସାଙ୍କେତିକ ବିକ୍ଷୋଭକୁ ଅତ୍ୟନ୍ତ ଗୁରୁତର ସହ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri