ଜନ୍ମାଷ୍ଟମୀ ପରଦିନ ସୃଷ୍ଟି ହେବ ଦୁର୍ଲଭ ମହାଲକ୍ଷ୍ମୀ ରାଜଯୋଗ, କେବଳ ଏହି ୩ ରାଶି ଉପରେ ହେବ ଧନବର୍ଷା

ଜ୍ୟୋତିଷ ଶାସ୍ତ୍ରରେ ମହାଲକ୍ଷ୍ମୀ ରାଜଯୋଗକୁ ଅତ୍ୟନ୍ତ ଶୁଭ ଯୋଗ ବୋଲି ମନେ କରାଯାଏ । ଚନ୍ଦ୍ରମା ଓ ମଙ୍ଗଳ ଗ୍ରହ ଗୋଟିଏ ରାଶିରେ ଏକତ୍ର ହେଲେ ଏହି ଯୋଗ ସୃଷ୍ଟି ହୋଇଥାଏ । ଜ୍ୟୋତିଷ ଗଣନା ଅନୁସାରେ, ଜନ୍ମାଷ୍ଟମୀର ଠିକ୍ ପରଦିନ ସେପ୍ଟେମ୍ବର ୫ ତାରିଖ ସକାଳ ୧୦ଟା ୧୯ ମିନିଟ୍‌ରେ ଚନ୍ଦ୍ରମା ମିଥୁନ ରାଶିରେ ପ୍ରବେଶ କରିବେ। ଅନ୍ୟପଟେ ମଙ୍ଗଳ ଗ୍ରହ ପୂର୍ବରୁ ମିଥୁନ ରାଶିରେ ଅବସ୍ଥାନ କରୁଛନ୍ତି । ଫଳରେ ଚନ୍ଦ୍ରମା ମିଥୁନରେ ପ୍ରବେଶ କରିବା ପରେ ଉଭୟ ଗ୍ରହଙ୍କ ଅବସ୍ଥିତି କାରଣରୁ ମହାଲକ୍ଷ୍ମୀ ରାଜଯୋଗ ଗଠନ ହେବ । ଜ୍ୟୋତିଷ ମତରେ ଏହି ଯୋଗ କିଛି ରାଶିର ଜାତକଙ୍କ ପାଇଁ ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ହୋଇପାରେ।

ବୃଷ- ଏହି ରାଶିର ଜାତକଙ୍କ ଦ୍ୱିତୀୟ ଭାବରେ ମହାଲକ୍ଷ୍ମୀ ରାଜଯୋଗ ଗଠନ ହେବ । ଜ୍ୟୋତିଷରେ ଦ୍ୱିତୀୟ ଭାବକୁ ଧନ ଓ ବାଣୀ ସହ ଜଡ଼ିତ ବୋଲି କୁହାଯାଏ। ତେଣୁ ଏହି ସମୟରେ ଆର୍ଥିକ ଲାଭର ସୁଯୋଗ ମିଳିପାରେ। କେଉଁଠି ଅଟକି ରହିଥିବା ଟଙ୍କା ଫେରି ପାଇବାର ସମ୍ଭାବନା ରହିଛି। ଅଧୁରା ରହିଥିବା କାମ ମଧ୍ୟ ଆଗକୁ ବଢ଼ିପାରେ। ମିଡିଆ କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତିମାନେ ନୂଆ ସଫଳତା ପାଇପାରନ୍ତି । ନିବେଶରୁ ମଧ୍ୟ ଭଲ ରିଟର୍ନ ମିଳିବାର ଯୋଗ ରହିଛି । ପରିବାରରେ କୌଣସି ଶୁଭ କାର୍ଯ୍ୟ କିମ୍ବା କାର୍ଯ୍ୟକ୍ରମରେ ସାମିଲ ହେବାର ସୁଯୋଗ ମିଳିପାରେ।

ମିଥୁନ- ମିଥୁନ ରାଶି ପାଇଁ ଏହି ରାଜଯୋଗ ବିଶେଷ ମହତ୍ତ୍ୱ ରଖିବ । ସେପ୍ଟେମ୍ବର ୫ରେ ଚନ୍ଦ୍ରମା ଏହି ରାଶିରେ ପ୍ରବେଶ କରି ମଙ୍ଗଳଙ୍କ ସହ ଏକତ୍ର ହେବେ । ଏହାର ପ୍ରଭାବରେ ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ବ୍ୟବସାୟୀମାନଙ୍କୁ ହଠାତ୍ ବଡ଼ ଲାଭ ମିଳିବାର ଯୋଗ ରହିଛି । ଏହା ସହିତ ସମାଜରେ ମାନ-ସମ୍ମାନ ବଢ଼ିପାରେ । କିଛି ଜାତକ ନିଜର ନୂଆ ବ୍ୟବସାୟ କିମ୍ବା କାମ ଆରମ୍ଭ କରିବାରେ ସଫଳ ହୋଇପାରନ୍ତି । ଦାମ୍ପତ୍ୟ ଜୀବନରେ ମଧ୍ୟ ସକାରାତ୍ମକ ପରିବର୍ତ୍ତନ ଆସିପାରେ।

କୁମ୍ଭ- ଏହି ରାଶିର ଜାତକଙ୍କ ପଞ୍ଚମ ଭାବରେ ମହାଲକ୍ଷ୍ମୀ ଯୋଗ ଗଠନ ହେବ । ଜ୍ୟୋତିଷ ଶାସ୍ତ୍ରରେ ପଞ୍ଚମ ଭାବକୁ ‘ଲକ୍ଷ୍ମୀ ସ୍ଥାନ’ ମଧ୍ୟ କୁହାଯାଏ । ତେଣୁ ଏହି ରାଜଯୋଗ କୁମ୍ଭ ରାଶି ପାଇଁ ମଧ୍ୟ ଶୁଭ ଫଳ ଦେଇପାରେ । କିଛି ଜାତକଙ୍କୁ ଶେୟର ବଜାରରୁ ଭଲ ଲାଭ ମିଳିବାର ଯୋଗ ରହିଛି। ଚାକିରି କରୁଥିବା ବ୍ୟକ୍ତିଙ୍କ ପଦୋନ୍ନତିର ସମ୍ଭାବନା ମଧ୍ୟ ରହିଛି । ଅବିବାହିତଙ୍କୁ ଯୋଗ୍ୟ ଜୀବନସାଥୀ ମିଳିପାରନ୍ତି। ଏହା ସହିତ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ କିଛି ଭଲ ପରିବର୍ତ୍ତନ ଦେଖାଦେଇପାରେ ।

 

Dharitri – Odisha’s No.1 Odia Daily

Share