ଗ୍ରାମୀ ପୁରସ୍କାର ବିଜେତା ରାପର କୁଲିଓଙ୍କର ପରଲୋକ

ଗ୍ରାମୀ ପୁରସ୍କାର ବିଜେତା ରାପର କୁଲିଓଙ୍କର ୫୯ ବର୍ଷ ବୟସରେ ଲସ୍‌ ଆଞ୍ଜେଲସ୍‌ରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ୧୯୯୫ରେ ହିଟ ଗୀତ ‘ଗ୍ୟାଙ୍ଗଷ୍ଟା ପାରାଡାଇଜ’ ପାଇଁ କୁଲିଓ ପ୍ରସିଦ୍ଧ। କୁଲିଓଙ୍କର ସମ୍ପୂର୍ଣ୍ଣ ନାମ ହେଉଛି ଆର୍ଟିସ ଲିଓନ ଆଇଭି ଜୁ।
କୁଲିଓ ୮୦ ଦଶକରେ କାଲିଫର୍ନିଆରେ ନିଜର ରାପିଂ କ୍ୟାରିଅର୍‌ ଆରମ୍ଭ କରିଥିଲେ। କିନ୍ତୁ ସେ ୧୯୯୫ରେ ଗ୍ୟାଙ୍ଗଷ୍ଟା ପାରାଡାଇଜ ଗୀତରୁ ତାଙ୍କର ପ୍ରକୃତ ପରିଚୟ ପାଇଥିଲେ। ଏହି ସାଉଣ୍ଡଟ୍ରାକ ଡେଞ୍ଜରସ ମାଇଣ୍ଡ ଫିଲ୍ମରେ ଥିଲା। ସେହି ବର୍ଷ ସମାନ ଗୀତ ପାଇଁ କୁଲିଓଙ୍କୁ ଗ୍ରାମୀ ପୁରସ୍କାର ପ୍ରଦାନ କରାଯାଇଥିଲା।
ଗ୍ୟାଙ୍ଗଷ୍ଟା ପାରାଡାଇଜର ସଫଳତା ପରେ କୁଲିଓ ଅନେକ ଗୀତ ରଚନା କରିଥିଲେ। କୁଲିଓ ଜଣେ ରାପର୍‌ ସହିତ ଜଣେ ମହାନ ଅଭିନେତା। ସେ ଅନେକ ଫିଲ୍ମ ଏବଂ ଟିଭି ଶୋ’ରେ ଅଭିନୟ କରିଛନ୍ତି। ସେ ମାର୍ଟିନ ସହ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଷାକୁକୁର ମୃତ୍ୟୁରେ ବିରୁଷ୍କା ଦୁଃଖୀ

ମୁମ୍ବାଇ: ଅନୁଷ୍କା ଶର୍ମା ଏବଂ ତାଙ୍କ ସ୍ବାମୀ ତଥା ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ନିଜ ପୋଷାକୁକୁର ମୃତ୍ୟୁରେ ଗଭୀର ମର୍ମାହତ। ଏହି କୁକୁରର...

ଏହି ଦିନ ରିଲିଜ ହେବ ‘ବ୍ରହ୍ମାସ୍ତ୍ର: ପାର୍ଟ ୨’

ମୁମ୍ବାଇ: ନିର୍ଦ୍ଦେଶକ ଆର୍ୟନ ମୁଖାର୍ଜୀଙ୍କ ସୁପରହିଟ୍‌ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଗତ ବର୍ଷ ସେପ୍ଟେମ୍ବରରେ ମୁକ୍ତିଲାଭ କରିଥିଲା। ଯାହା ବକ୍ସ ଅଫିସରେ ରେକର୍ଡ ସଂଖ୍ୟକ ଆୟ କରିଥିଲା।...

ଆଜି ଛାତ୍ରୀଛାତ୍ରଙ୍କ ସହ ସୁପର-୩୦ ଦେଖିବେ ଆନନ୍ଦ କୁମାର

ଭୁବନେଶ୍ୱର, ୨୧-୭: ସୁପର-୩୦ର ପ୍ରତିଷ୍ଠାତା ଆନନ୍ଦ କୁମାର ରାଜ୍ୟର ଛାତ୍ରୀଛାତ୍ରଙ୍କ ସହ ଏହି ଚଳଚ୍ଚିତ୍ରକୁ ଦେଖିବେ। ଆଦ୍ୟାନ୍ତ ଉଚ୍ଚ ମାଧ୍ୟମିକ ସ୍କୁଲର ପ୍ରତିଷ୍ଠାତା, ଆକାଶ ଭୁବନେଶ୍ୱର...

ସୋନୁ ସୁଦ୍‌ଙ୍କୁ ରାଖୀ ବାନ୍ଧିଲେ ଜଣେ ମହିଳା: ଜବାବରେ ଅଭିନେତା କହିଲେ…

କରୋନାର ଦ୍ୱିତୀୟ ଲହର ସାରା ଦେଶରେ ବ୍ୟାପିଛି। ଏହି ଭୂତାଣୁ ସଂକ୍ରମଣ ଯୋଗୁ ପ୍ରତିଦିନ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି। ସାରା ଦେଶରେ ଲୋକମାନେ...

ପ୍ରତିକ ବାବରଙ୍କ ଗର୍ଲ ଫ୍ରେଣ୍ଡ ଭାବେ ଚର୍ଚ୍ଚାରେ ଥିଲେ ଏମି

ମୁମ୍ବାଇ: ଏମି ଜ୍ୟାକସନ ୩୦ ବର୍ଷରେ ପଦାର୍ପଣ କରିଛନ୍ତି । ‘୨.୦ ଦ ଭିଲେନ’ ମୁଭିରେ ଏମିଙ୍କର ଅଭିନୟକୁ ଦର୍ଶକେ ବେଶ୍ ପସନ୍ଦ କରିଥିଲେ ।...

ରୋହିତ ସେଟ୍ଟୀଙ୍କ ବଦାନ୍ୟତା

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ କରୋନା ମହାମାରୀର ମୁକାବିଲା ଲାଗି ସମସ୍ତେ ସହଯୋଗ କରିବାକୁ ଆଗେଇ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ରୋହିତ ସେଟ୍ଟୀ ଅନ୍ୟତମ। କିଛିଦିନ...

ଡ୍ରଗ୍ସ ମାମଲାରେ ନୋଟିସ୍‌ ପରେ ଟ୍ରୋଲ ହେଉଛନ୍ତି କରନ୍‌ ଜୋହର: ଲୋକେ କହୁଛନ୍ତି ଏବେ ‘କଫି ଉଇଥ୍‌ ଏନ୍‌ସିବି’ର ସମୟ

ବମ୍ବେ: ବଲିଉଡ୍‌ ପାଇଁ ଅଡ଼ୁଆ ପାଲଟିଲାଣି ଏନ୍‌ସିବି ଯାଞ୍ଚ। ଗୋଟିଏ ପରେ ଗୋଟିଏ ଅଭିନେତାଙ୍କୁ ଏନ୍‌ସିବିରୁ ଡାକରା ଆସୁଛି। ଡ୍ରଗ୍ସ ସେବନଠାରୁ ଆରମ୍ଭ କରି ବିଭିନ୍ନ...

‘ଆର୍‌ଆର୍‌ଆର୍‌’କୁ ଗୋଲ୍ଡେନ ଗ୍ଲୋବ ଆଓ୍ବାର୍ଡ: ଶାହାରୁଖ କହିଲେ ଆହୁରି ଆଓ୍ବାର୍ଡ ଆସିବାକୁ ବାକି ଅଛି

ମୁମ୍ବାଇ: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ର ସୁପରହିଟ୍‌ ଗୀତ ‘ନାଟୁ ନାଟୁ’ ଗୋଲ୍ଡେନ ଗ୍ଲୋବ ଆଓ୍ବାର୍ଡ ଜିତିଛି। ଅନ୍ତର୍ଜାତୀୟ ସ୍ତରରେ ଏହି ସଫଳତା ହାସଲ କରିବା...

Advertisement
Archives

Model This Week