ପୁଣି ପ୍ରେମରେ ପଡ଼ିଛନ୍ତି ରାପର୍‌ ବାଦ୍‌ଶାହା

ବମ୍ବେ: ରାପର ତଥା ଗାୟକ ବାଦ୍‌ଶାହା ପଡ଼ିଛନ୍ତି ପୁଣି ପ୍ରେମରେ। ଦୁଇ ବର୍ଷ ପୂର୍ବେ ସ୍ତ୍ରୀଙ୍କଠାରୁ ଅଲଗା ହୋଇଥିଲେ ବାଦ୍‌ଶାହା। ଏବେ ତାଙ୍କ ଲଭ୍‌ ଲାଇଫ୍‌ରେ ପଞ୍ଜାବୀ ଅଭିନେତ୍ରୀ ଈଶା ରେଖି ଏଣ୍ଟ୍ରୀ ମାରିଛନ୍ତି। ବର୍ଷେ ହେଲାଣି ଉଭୟଙ୍କ ଆଫେୟାର ଚାଲିଛି। ହେଲେ କେହି ବି ଏନେଇ ମୁହଁ ଖୋଲି ନାହାନ୍ତି।

ଏକ ପାର୍ଟିରେ ବାଦ୍‌ଶାହା ଈଶାଙ୍କୁ ଭେଟିଥିଲେ। ପ୍ରଥମ ଦେଖାରେ ହିଁ ଉଭୟ ଉଭୟଙ୍କୁ ପସନ୍ଦ କରିଥିଲେ। ପରେ ସେମାନେ ନିଜର ସମ୍ପର୍କକୁ ନେଇ ପରିବାରକୁ ଜଣାଇଥିଲେ।

ପେସାରେ ଈଶା ଜଣେ ଅଭିନେତ୍ରୀ। ୨୦୧୩ରେ ସେ ଡେବ୍ୟୁ କରିଥିଲେ। ଏଯାବତ ସେ ଅନେକ ପଞ୍ଜାବୀ ସୁପରଷ୍ଟାରଙ୍କ ସହ କାମ କରିଛନ୍ତି। ଏହାଛଡ଼ା ସେ ବଲିଉଡ୍‌ ଫିଲ୍ମ ‘ନବାବଯାଦେ’ରୁ ଡେବ୍ୟୁ କରିଥିଲେ। ହେଲେ ତାଙ୍କୁ ସେତେଟା ସଫଳତା ମିଳି ନ ଥିଲା। ଏହାଛଡ଼ା ସେ ଅନେକ ମ୍ୟୁଜିକ୍‌ ଭିଡିଓରେ କାମ କରିଛନ୍ତି।

Share