ସ୍ବାମୀଙ୍କୁ ବାନ୍ଧି ସ୍ତ୍ରୀଙ୍କୁ ଗଣବଳାତ୍କାର

ବ୍ରହ୍ମଗିରି,୧୮।୨(ସ୍ବାଧୀନ ଚମ୍ପତ୍ତିରାୟ)ଜଣେ ବ୍ୟକ୍ତିଙ୍କୁ ବାନ୍ଧି ତାଙ୍କ ସ୍ତ୍ରୀଙ୍କୁ ଗଣବଳାତ୍କାର କରାଯାଇଛି। ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ଅରଖକୁଦା ମେରାଇନ ଥାନା ଅଞ୍ଚଳରେ ଶୁକ୍ରବାର ରାତିରେ ଘଟିଛି ଏହି ଘଟଣା। ଏନେଇ ଅଭିଯୋଗ ପାଇବା ପରେ ମେରାଇନ ଥାନା ପୋଲିସ ଅରଖକୁଦା ଗ୍ରାମର ବୁଲୁ ଗାର୍ଗି ନାମକ ଜଣେ ବ୍ୟକ୍ତିଙ୍କୁ ଶନିବାର ଗିରଫ କରିଛି। ଅନ୍ୟ ଜଣେ ଅଭିଯୁକ୍ତ ତ୍ରିନାଥ ବେହେରା ଫେରାର ହୋଇଯାଇଛନ୍ତି। ଅଭିଯୋଗ ଅନୁଯାୟୀ, ଶୁକ୍ରବାର ରାତିରେ ପୀଡ଼ିତା ଓ ତାଙ୍କ ସ୍ବାମୀ ଘରେ ଶୋଇଥିଲେ। ବିଳମ୍ବିତ ରାତିରେ ତ୍ରିନାଥ ଏବଂ ବୁଲୁ ପହଞ୍ଚତ୍ ପୀଡ଼ିତାଙ୍କ ସ୍ବାମୀଙ୍କୁ ଘରୁ ନିକଟସ୍ଥ ଆମ୍ବତୋଟାକୁ ଡାକି ନେଇଥିଲେ। ସେଠାରେ ତାଙ୍କୁ ସେମାନେ ମଦ ପିଆଇ ମରଣାନ୍ତକ ଆକ୍ରମଣ କରିଥିଲେ। ସ୍ବାମୀଙ୍କ ଚିତ୍କାର ଶୁଣି ପୀଡ଼ିତା ଘରୁ ଆସି ବିରୋଧ କରିଥିଲେ। ହେଲେ ଅଭିଯୁକ୍ତ ଦ୍ୱୟ ପୀଡ଼ିତାଙ୍କୁ ମଧ୍ୟ ଆକ୍ରମଣ କରିବା ସହ ତାଙ୍କ ସ୍ବାମୀଙ୍କୁ ବାନ୍ଧିଦେଇଥିଲେ। ଏହାପରେ ତାଙ୍କ ସ୍ବାମୀଙ୍କ ଆଗରେ ତାଙ୍କୁ ସେମାନେ ବଳାତ୍କାର କରିଥିଲେ। ପୀଡ଼ିତାଙ୍କ ଏଭଳି ଅଭିଯୋଗକୁ ଆଧାର କରି ପୋଲିସ ଆଇପିସି ଦଫା ୩୭୬(ବି) ଅନୁଯାୟୀ ୯/୨୪ ନମ୍ବରରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଏଥିସହ ପୋଲିସ ମହିଳା ଏବଂ ଅଭିଯୁକ୍ତଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଇଛି।

ଗର୍ଭବତୀଙ୍କୁ ଗଣବଳାତ୍କାର ପରେ ନିଆଁ ଲଗାଇଦେଲେ

ମୋରେନା,୧୮।୨ମଧ୍ୟପ୍ରଦେଶର ମୋରେନାରେ ଏକ ଗଣବଳାତ୍କାର ଓ ହତ୍ୟା ଉଦ୍ୟମ ମାମଲା ସାମନାକୁ ଆସିଛି। ଜଣେ ୩୪ ବର୍ଷୀୟା ଗର୍ଭବତୀ ମହିଳାଙ୍କୁ ୩ ଜଣ ବଳାତ୍କାର କରିବା ପରେ ତାଙ୍କ ଦେହରେ ନିଆଁ ଲଗାଇଦେଇଛନ୍ତି। ଫଳରେ ପୀଡ଼ିତାଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ିଯାଇଛି। ତାଙ୍କୁ ଗ୍ବାଲିଅରର ଏକ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ମୋରେନା ଜିଲାର ଅମ୍ବାହ ସହର ନିକଟ ଚାନ୍ଦ କା ପୁରା ଗ୍ରାମରେ ଏଭଳି ଘଟଣା ଘଟିଛି। ପୋଲିସ କହିବା ଅନୁଯାୟୀ, ପୀଡ଼ିତାଙ୍କ ସ୍ବାମୀଙ୍କ ବିରୋଧରେ ଗାଁର ଅନ୍ୟ ଜଣେ ମହିଳା ପୂର୍ବରୁ ବଳାତ୍କାର ଅଭିଯୋଗ ଆଣିଥିଲେ। ଏହାର ସମାଧାନ ପାଇଁ ପୀଡ଼ିତା ଜଣକ ସମ୍ପୃକ୍ତ ମହିଳାଙ୍କ ଘରକୁ ଯାଇଥିବାବେଳେ ଅଭିଯୋଗର ସମାଧାନ ପରିବର୍ତ୍ତେ ସେଠାରେ ଉପସ୍ଥିତ ଥିବା ୩ ଜଣ ଲୋକ ଗର୍ଭବତୀ ଜଣକୁ ଗଣବଳାତ୍କାର କରିଥିଲେ। ପରେ ୩ ଅଭିଯୁକ୍ତ ସମ୍ପୃକ୍ତ ମହିଳାଙ୍କ ସହ ମିଶି ପୀଡ଼ିତାଙ୍କ ଉପରେ ଇନ୍ଧନ ଢାଳି ନିଆଁ ଲଗାଇଦେଇଥିଲେ। ପୀଡ଼ିତା ମାଜିଷ୍ଟ୍ରେଟ୍‌ଙ୍କ ଆଗରେ ବୟାନ ରେକର୍ଡ କରାଇଥିବାବେଳେ ପୋଲିସ ଏପର୍ଯ୍ୟନ୍ତ ବୟାନ ରେକର୍ଡ କରିନାହିଁ। ତଦନ୍ତ ଜାରି ରହିଥିବାବେଳେ ଖୁବ୍‌ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri