ପେଟରେ ଇନ୍‌ଫେକ୍ସନ୍‌ ହେଲେ କ’ଣ ଖାଇପାରିବେ, ଜାଣନ୍ତୁ…

ଅସନ୍ତୁଳିତ ଖାଦ୍ୟ ଖାଇବା, ଦୂଷିତ ପାଣି ପିଇବା କିମ୍ବା କୌଣସି ବ୍ୟାକ୍ଟେରିଆ ସଂସ୍ପର୍ଶରେ ଆସିବା ଦ୍ୱାରା ବେଳେବେଳେ ପେଟରେ ଇନ୍‌ଫେକ୍ସନ ହୋଇ ଖୁବ୍‌ ଯନ୍ତ୍ରଣା ଅନୁଭବ ହୋଇଥାଏ। ଏହି ସମୟରେ କ’ଣ ଖାଇବା ଭଲ କ’ଣ ନୁହେଁ; ତାହାକୁ ନେଇ ଅନେକେ ଦ୍ୱନ୍ଦ୍ୱରେ ରହିଥାନ୍ତି। ଜାଣନ୍ତୁ ସେ ନେଇ କିଛି ଟିପ୍ସ ସମ୍ପର୍କରେ…

* ଏକ ସର୍ବେକ୍ଷଣ ଅନୁଯାୟୀ, ଏହି ସମୟରେ ଦହି ହେଉ କିମ୍ବା ଛାଛ୍‌ ଖାଇବା ଶରୀର ପାଇଁ ଉପକାରୀ ହୋଇଥାଏ। ଏଥିରେ ଥିବା ପ୍ରୋବାୟୋଟିକ୍ସ ତତ୍ତ୍ୱ ପାଚନ ତନ୍ତ୍ରକୁ ସକ୍ରିୟ କରିବାରେ ସାହାଯ୍ୟ କରିଥାଏ। ତା’ସହିତ ଦହି ଶରୀରକୁ ସତେଜ ରଖେ।

* ପଇଡ଼ ପାଣି ବି ଏହି ସମୟରେ ପିଇପାରିବେ। ଏଥିରେ ଥିବା ଇଲେକ୍ଟ୍ରୋଲାଇଟ୍ସ ତତ୍ତ୍ୱ ବାନ୍ତି ତଥା ପତଳା ଝାଡ଼ା ସମସ୍ୟାରୁ କେତେକାଂଶରେ ମୁକ୍ତି ଦେଇଥାଏ। ଶରୀରକୁ ସତେଜ ଓ ସୁସ୍ଥ ରଖିବା ସହ ପାଚନ ତନ୍ତ୍ରକୁ ମଧ୍ୟ ଠିକ୍‌ କରିବାରେ ଏହା ଉପଯୋଗୀ ହୋଇଥାଏ।

* ସୁପ୍‌ ମଧ୍ୟ ପେଟ ଇନ୍‌ଫେକ୍ସନରୁ କେତେକାଂଶରେ ରକ୍ଷା କରିଥାଏ। ଅଧିକ ସୁଫଳ ପାଇଁ ସୁପ୍‌ରେ ପୁଦିନା/ ଅଦା/ ପାନମଧୁରୀରୁ କିଛି ମିଶାଇପାରିବେ। ଏଥିରେ ପ୍ରାକୃତିକ ଆଣ୍ଟି-ଅକ୍ସିଡାଣ୍ଟ ତଥା ଆଣ୍ଟି-ଇନ୍‌ଫ୍ଲେମେଟରୀ ଗୁଣ ଭରି ରହିଥିବାରୁ ଏହା ଶରୀର ପାଇଁ ଉପକାରୀ ହୋଇଥାଏ।

* ଏହି ସମୟରେ ଏମିତି ଫଳ ଓ ପରିବା ଖାଇବା ଦରକାର; ଯାହା ତାଜା ହେବା ସହ ଶୀଘ୍ର ହଜମ ହୋଇପାରୁଥିବ। ଯେମିତିକି କଦଳୀ, ଅଙ୍ଗୁର, କମଳା ଇତ୍ୟାଦି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପରେ ସ୍ବାମୀଙ୍କ ଭାଗ୍ୟ ଚମକାନ୍ତି ଏହି ୩ ରାଶିର ଯୁବତୀ

ଯେତେବେଳେ ବିବାହ କଥା ଉଠେ, ସମସ୍ତେ ଉତ୍ତମ ବୁଝାବଣା ଥିବା ଜୀବନସାଥୀଟିଏ ଖୋଜିଥାନ୍ତି। କୁହାଯାଏ ବିବାହ ପରେ ସ୍ବାମୀ ସହ ସ୍ତ୍ରୀର ଭାଗ୍ୟ ଯୋଡ଼ି ହୋଇଯାଏ।...

ଏହି ୫ ଗୁଣ ସ୍ତ୍ରୀଙ୍କ ପାଖରେ ଥିଲେ ଭାଗ୍ୟବାନ ହୋଇଥାନ୍ତି ସ୍ବାମୀ; ଜାଣନ୍ତୁ କ’ଣ କୁହନ୍ତି…

ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନକୁ ସଫଳ କରିବା ପାଇଁ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଯେଉଁ ବ୍ୟକ୍ତି ଏହାକୁ ଅନୁସରଣ କରେ ତାର ଜୀବନରୁ...

ଶ୍ରାବଣରେ ମହାଦେବଙ୍କ ଶୁଭଦୃଷ୍ଟି ପାଇବାକୁ ଚାହାନ୍ତି କି, କରନ୍ତୁ ଏପରି…

ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି। ବିଶ୍ୱାସ ରହିଛି ଯଦି ଭଗବାନ ଶିବ ଏହି ମାସରେ ସନ୍ତୁଷ୍ଟ ହୁଅନ୍ତି ତେବେ ସେ ଭକ୍ତର ପ୍ରତ୍ୟେକ ଇଚ୍ଛା ପୂରଣ...

ଝାଡାବାନ୍ତି ହେଉଥିଲେ…କେମିତି ନେବେ ଯତ୍ନ

ସାଧାରଣତଃ ବର୍ଷାଦିନେ ଥଣ୍ଡା, କାଶ, ଜ୍ୱର, ମ୍ୟାଲେରିଆ, ଡେଙ୍ଗୁ ଆଦି ସ୍ବାସ୍ଥ୍ୟ ସମସ୍ୟା ଅଧିକ ପରିମାଣରେ ଦେଖିବାକୁ ମିଳିଥାଏ। ଏହି ଋତୁରେ ଅନ୍ୟ ଏକ ସମସ୍ୟା...

ସନ୍ତୁଳିତ ଓଜନ ଲାଗି…ଆପଣାନ୍ତୁ ଏହି ଟିପ୍ସ

ଆଜିକାଲି ଓଜନ ବୃଦ୍ଧି ବା ଓବେସିଟି ଏକ ସାଧାରଣ କଥା ପାଲଟି ଗଲାଣି। ଖାଦ୍ୟପେୟ, ନିୟମିତ ବ୍ୟାୟାମ ନ କରିବା, ଅସନ୍ତୁଳିତ ଜୀବନଶୈଳୀ ଏହାର କେତୋଟି...

ଖାଆନ୍ତୁ ଡାଳିମ୍ବ: ଦୂର ହେବ ଏସବୁ ରୋଗ

ଡାଳିମ୍ବରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପଯୋଗୀ ଗୁଣ ଭରି ରହିଛି। ଜାଣନ୍ତୁ ସେ ସମ୍ପର୍କରେ… ଭିଟାମିନ୍‌ ‘ସି’ର ଅନ୍ୟତମ ପ୍ରମୁଖ ଉତ୍ସ ହେଉଛି ଡାଳିମ୍ବ। ଏଥିରେ ଥିବା...

ଲାଞ୍ଜ ହଜିବା ରହସ୍ୟ

”ଜାପାନସ୍ଥିତ କେଇଓ ବିଶ୍ୱବିଦ୍ୟାଳୟର କିଛି ଜୈବ ଇଞ୍ଜିନିୟର ମଣିଷଠାରେ ଲଗାଇବା ପାଇଁ କୃତ୍ରିମ ଲାଞ୍ଜ ତିଆରି କରିଛନ୍ତି। ଏହାର ନାମ ରଖାଯାଇଛି ‘ଆରକ୍ୟୁ’। ଭଲ କରି...

ଖର୍ଚ୍ଚ ବଢ଼ୁଛି, ଘରେ ଲାଗି ରହୁଛି କି କଳହ? ବାସ୍ତୁଦୋଷ ହୋଇପାରେ କାରଣ, ଜାଣନ୍ତୁ ପ୍ରତିକାର…

ଅନେକଥର ଏମିତି ହୋଇଥିବ, ଘରେ କୌଣସି ଜିନିଷର ଅଭାବ ନଥିବ, କିନ୍ତୁ କଳହ ସବୁବେଳେ ଲାଗି ରହୁଥିବ। ଏପରିକି ଘରର ଉନ୍ନତି ପଥରେ ବାରମ୍ବାର ବାଧା...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri