Categories: ଜାତୀୟ

୧୪୦୦ ଟଙ୍କା ପରେ ଘରେ କିଛି ନ ମିଳିବାରୁ ସ୍ବାମୀଙ୍କ ଆଗରେ ସ୍ତ୍ରୀଙ୍କୁ ଗଣବଳାତ୍କାର

ଜୟପୁର,୧୩।୧୧: ରାଜସ୍ତାନର ସିରୋହୀ ଜିଲାରେ ଜଣେ ୪୫ ବର୍ଷୀୟା ମହିଳାଙ୍କୁ ତାଙ୍କୁ ସ୍ବାମୀଙ୍କ ସମ୍ମୁଖରେ ୪ ଜଣ ଗଣବଳାତ୍କାର କରିଥିବା ପୋଲିସ କହିଛି। ଅଭିଯୁକ୍ତମାନେ ବୁଧବାର ରାତିରେ ଡକାୟତି ଉଦ୍ଦେଶ୍ୟରେ ଦମ୍ପତିଙ୍କ ଘରେ ପଶିଥିଲେ। ସେମାନେ ୧,୪୦୦ ଟଙ୍କା ନେବା ପରେ ଅନ୍ୟ କୌଣସି ମୂଲ୍ୟବାନ ସାମଗ୍ରୀ ନ ପାଇବାରୁ ମହିଳାଙ୍କୁ ବଳାତ୍କାର କରିଥିଲେ। ଏଥିରେ ଦମ୍ପତି ଏତେ ଡରିଯାଇଥିଲେ ଯେ, ସେମାନେ ଗୋଟିଏ ଦିନ ଘରେ ରହିବା ପରେ ଶୁକ୍ରବାର ଥାନାରେ ଏତଲା ଦେଇଥିଲେ। ୩ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଚତୁର୍ଥ ଅଭିଯୁକ୍ତ ଫେରାର ଅଛନ୍ତି।

Share