ବ୍ୟାଙ୍କିଙ୍ଗ୍‌ ଠକେଇ ରୋକିବ ‘ରାପିଡ୍‌ ଆଲର୍ଟ ସିଷ୍ଟମ’

ଭୁବନେଶ୍ୱର,୫।୧୨(ଅନୁରାଧା ମହାରଣା):ଡିଜିଟାଲ ବ୍ୟାଙ୍କିଂର ବ୍ୟବହାର ବୃଦ୍ଧି ସହିତ ବ୍ୟାଙ୍କିଙ୍ଗ ଠକେଇ ଘଟଣା ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ତେବେ ଏପରି ଠକେଇ ମାମଲାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ବର୍ତ୍ତମାନ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହ ନୂଆ ପ୍ରସ୍ତାବ ଉପରେ ବିଚାର କରୁଛନ୍ତି। ବିଶେଷକରି ୟୁପିଆଇ ମାଧ୍ୟମରେ ହେଉଥିବା ଠକେଇ କ୍ଷେତ୍ରରେ ସରକାର ଅନେକ ପ୍ରସ୍ତାବ ଗ୍ରହଣ କରିଛନ୍ତି, ଯାହା ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହୋଇପାରେ। ଅର୍ଥ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ଯେ, ଏକ ନିର୍ଦ୍ଦିଷ୍ଟ ସୀମାଠାରୁ ଅଧିକ ଡିଜିଟାଲ ପେମେଣ୍ଟ ପାଇଁ ରାପିଡ୍‌ ଆଲର୍ଟ ସିଷ୍ଟମ ଲାଗୁ ହେବ, ଯାହା ଠକେଇଜନିତ ସତର୍କ ସୂଚନା ଦେବ। ୫୦୦୦ରୁ ଅଧିକ ଟଙ୍କା ଡିଜିଟାଲ ପେମେଣ୍ଟ ପାଇଁ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଆର୍ଥିକ ପ୍ରତିଷ୍ଠାନ ଏହି ବ୍ୟବସ୍ଥା ଲାଗୁ କରିପାରିବେ। କେବଳ ନୂଆ କାରବାର କ୍ଷେତ୍ରରେ ଏହି ସତର୍କତା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହେବ। ଏହି ଆଲର୍ଟ ସିଷ୍ଟମ ଅନୁସାରେ, ଯେତେବେଳେ ଜଣେ ଉପଭୋକ୍ତା ପ୍ରଥମଥର ପାଇଁ ୟୁପିଆଇ ମାଧ୍ୟମରେ ୫୦୦୦ରୁ ଅଧିକ ଟଙ୍କା ଅନ୍ୟ କେଉଁ ଆକାଉଣ୍ଟକୁ ଟ୍ରାନ୍ସଫର କରନ୍ତି, ସେ ଦେୟ ଆରମ୍ଭ କରିବା ମାତ୍ରେ ଏକ ଯାଞ୍ଚ ମେସେଜ୍‌ କିମ୍ବା କଲ୍‌ ପାଇବେ। ଆକାଉଣ୍ଟରୁ ଟଙ୍କା ଡେବିଟ ହେବା ପୂର୍ବରୁ ଏହି ଯାଞ୍ଚ ମେସେଜ୍‌ ବା କଲ୍‌ ଆସିବ। ଯାଞ୍ଚ ପରେ ହିଁ ତାଙ୍କ ଆକାଉଣ୍ଟରୁ ଟଙ୍କା କଟିବ। ତେବେ ଏଥିରେ ସନ୍ଦେହ ହେଲେ ପେମେଣ୍ଟ ସ୍ବୟଂଚାଳିତ ଭାବରେ ଅଟକି ରହିବ। ତେବେ ଅର୍ଥ ମନ୍ତ୍ରଣାଳୟର ଅଧିକାରୀମାନେ କହିଛନ୍ତି ଯେ, ବହୁ ଆର୍ଥିକ ସଂସ୍ଥା ବଡ଼ କାରବାର ପାଇଁ ଏଭଳି ଆଲର୍ଟ ସିଷ୍ଟମ ପରୀକ୍ଷାମୂଳକ ଭାବେ ବ୍ୟବହାର କରିସାରିଛନ୍ତି। ଅନ୍ୟପଟେ ୟୁପିଆଇ ଦେୟ ମାମଲାରେ ସରକାର ସମୟ ସୀମା ଧାର୍ଯ୍ୟ କରିପାରନ୍ତି। ଏହା ଅଧୀନରେ ନୂତନ ଉପଭୋକ୍ତା କିମ୍ବା ବିକ୍ରେତା ଯୋଡି ହେବାପରେ ଅତିକମ୍‌ରେ ୪ ଘଣ୍ଟା ପରେ ଦେୟ ଦେବା ସମ୍ଭବ ହେବ ବୋଲି ଯୋଜନା ରହିଛି। ତେବେ ସର୍ବନିମ୍ନ ସମୟ ସୀମା କିମ୍ବା ରାପିଡ୍‌ ଆଲର୍ଟ ସିଷ୍ଟମକୁ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ଚୂଡ଼ାନ୍ତ ଅନୁମୋଦନ ଦେଇ ନ ଥିବା ଜଣାପଡିଛି।
ବ୍ୟାଙ୍କିଙ୍ଗ ଠକେଇକୁ ନେଇ ସରକାର ପୂର୍ବରୁ ଅନେକ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହିକ୍ରମରେ ଲକ୍ଷ ଲକ୍ଷ ମୋବାଇଲ ନମ୍ବର ପ୍ରାରମ୍ଭିକ ପଦକ୍ଷେପ ଭାବରେ ଅବରୋଧ କରାଯାଇଛି। ଆର୍ଥିକ ସେବା ସଚିବ ବିବେକ ଯୋଶୀ ବ୍ୟାଙ୍କ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ କହିଛନ୍ତି, ସନ୍ଦେହଜନକ କାରବାରରେ ଜଡିତ ଥିବାରୁ ସରକାର ୭୦ ଲକ୍ଷ ମୋବାଇଲ ନମ୍ବରକୁ ବନ୍ଦ କରିଛନ୍ତି। ଡିସେମ୍ବର ୧ରୁ ସିମ କାର୍ଡ ସମ୍ବନ୍ଧୀୟ ନିୟମକୁ ମଧ୍ୟ ସରକାର କଡ଼ା କରିଛନ୍ତି। ଏହି ସମସ୍ତ ପଦକ୍ଷେପ ଡିଜିଟାଲ ବ୍ୟାଙ୍କିଙ୍ଗ ଠକେଇକୁ ବହୁ ପରିମାଣରେ ରୋକିବାରେ ସଫଳ ହେବ ବୋଲି ଆଶା କରାଯାଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri