Categories: ଜାତୀୟ

ଚାଇନାର ଚିନ୍ତା ବଢ଼ାଇଛି ରାଫାଲ

ବେଙ୍ଗାଲୁରୁ, ୪।୨: ଭାରତର ରାଫାଲ ଯୁଦ୍ଧ ବିମାନ ଚାଇନାର ଚିନ୍ତା ବଢ଼ାଇଛି। ତେଣୁ ଚାଇନା ଏଲ୍‌ଏସିରେ ଜେ-୨୦ ଯୁଦ୍ଧ ବିମାନ ମୁତୟନ କରିଛି ବୋଲି ଭାରତୀୟ ବାୟୁସେନା ମୁଖ୍ୟ ଆର୍‌.କେ.ଏସ୍‌. ଭାଦୁରିଆ ଗୁରୁବାର ପ୍ରକାଶ କରିଛନ୍ତି। ପୂର୍ବ ଲଦାଖରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ ଫ୍ରାନ୍ସ୍‌ରୁ ରାଫାଲ ଭାରତକୁ ଆସିଥିଲା। ଏହାକୁ ନେଇ ଚାଇନା ଭୟଭୀତ ହୋଇ ଯାଇଛି। ବାୟୁସେନା ଏଲ୍‌ଏସି ସ୍ଥିତି ଉପରେ ତୀକ୍ଷଣ୍‌ ନଜର ରଖଛି। ଯେକୌଣସି ପ୍ରକାର ମୁକାବିଲା ଲାଗି ଭାରତ ପ୍ରସ୍ତୁତ ବୋଲି ସେ କହିଛନ୍ତି। ପ୍ରତିରକ୍ଷା ବିକାଶ ପାଇଁ ୨୦ ହଜାର କୋଟି ଟଙ୍କାର ପାଣ୍ଠି ବୃଦ୍ଧି ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

Share