ଛୁରି ଦେଖାଇ ମହିଳାଙ୍କୁ ବଳାତ୍କାର, ଏତଲା ଦେଲେ ହତ୍ୟା ଧମକ

ବାଲିଗୁଡ଼ା,୨୨ା୧୦(ଡି.ଏନ୍‌.ଏ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ବଳାତ୍କାର ଓ ପରେ ହତ୍ୟା ଧମକ ଦେଇଥିବା ନେଇ ପୀଡ଼ିତାଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ରାତିରେ ବାହାରକୁ ମହିଳା ଜଣକ ଶୌଚ ହେବାକୁ ଯାଇଥିବା ବେଳେ ଛୁରି ଦେଖାଇ ବଳାତ୍କାର କରିଥିବା ବେଳେ ଏହି ବିଷୟ ଥାନାରେ କିମ୍ବା ଅନ୍ୟ କାହାରିକୁ ଜଣାଇଲେ ଜୀବନରେ ମାରିଦେବା ନେଇ ବଳାତ୍କାରୀଙ୍କ ୩ ସହଯୋଗୀ ଧମକ ଦେଇଥିଲେ। ଅଭିଯୋଗ ଅନୁଯାୟୀ, କୋଟଗଡ଼ ଥାନା କେସ୍‌ ନଂ.୧୦୯/୨୨ରେ ଏକ ମାମଲା ରୁଜୁ କରି ସମ୍ପୃକ୍ତ ବଳାତ୍କାରୀଙ୍କୁ ଗିରଫ ସହ ତଦନ୍ତ ଆରମ୍ଭ କରିଛି ପୋଲିସ।

ସୂଚନାନୁଯାୟୀ, ମହିଳା ଜଣଙ୍କ ବାପଘର କୋଟଗଡ଼ ଥାନା ଓରା ପଞ୍ଚାୟତ ଅଞ୍ଚଳକୁ କିଛିଦିନ ହେବ ଆସିଥିଲେ। ଗତ ୧୯ ତାରିଖ ରାତିରେ ମହିଳା ଜଣକ ବାହାରକୁ ଶୌଚ ହେବାକୁ ଯାଇଥିବା ବେଳେ ସେହି ଅଞ୍ଚଳର ଦାମୋଦର ନାୟକ ନାମକ ଜଣେ ବ୍ୟକ୍ତି ସମ୍ପୃକ୍ତା ମହିଳାଙ୍କୁ ଛୁରି ଦେଖାଇ ଭୟଭୀତ କରାଇ ବଳାତ୍କାର କରିଥିବା କୋଟଗଡ଼ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପ୍ରକାରେ କୋଟଗଡ଼ ଥାନାଧିକାରୀ ଧୀରଜ କୁମାର ଲେଙ୍କା ତଦନ୍ତ ଆରମ୍ଭ କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିବା ବେଳେ ଏତଲାରେ ଧମକ ଦେଇଥିବା ୩ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଛି। ମହିଳା ଜଣକ ରାୟଗଡ଼ା ଜିଲାର ଚନ୍ଦ୍ରପୁର ଅଞ୍ଚଳରେ ବିବାହ କରିଥିବା ବେଳେ କିଛିଦିନ ହେବ ନିଜ ବାପଘର କୋଟଗଡ଼ ଥାନା ଓରା ଅଞ୍ଚଳକୁ ଆସିଥିବା ବେଳେ ଏଭଳି ଘଟଣା ଘଟିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ସେପଟେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି କୋଟଗଡ଼ ପୋଲିସ।


Enter your email to get our daily news in your inbox.

All Right Reserved By Dharitri.Com

ଦିନଟିଏ ମନ୍ଦାରମାଳ

ବର୍ଷସାରା ଭଳିକି ଭଳି ଫୁଲ ଲାଗି ହୋଇଥାଆନ୍ତି ତିନିଠାକୁର। ଅଣସରରେ କେବଳ ଧଳାଫୁଲ ଲାଗି ହେଉଥିବା ବେଳେ ବର୍ଷକରେ ମାତ୍ର ଗୋଟିଏ ଦିନ ଠାକୁରଙ୍କ ରତ୍ନସିଂହାସନକୁ...

ୟୁଟ୍ୟୁବର ଅନିମେଷଙ୍କ ନାଁରେ ମାମଲା

ପୁରୀ ଅଫିସ, ୫ା୧୨:ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳ ତଥା ନୋ ଫ୍ଲାଇଙ୍ଗ୍‌ ଜୋନ୍‌ରେ ଜଣେ ବଙ୍ଗୀୟ ୟୁଟ୍ୟୁବର ଡ୍ରୋନ ଉଡ଼ାଇ ଶ୍ରୀମନ୍ଦିରର ବିଭିନ୍ନ ଭିଡିଓ ଭାଇରାଲ କରିବା ସହ...

ହଷ୍ଟେଲରେ ନ ରହି ପରୀକ୍ଷା ଦେଲେ ବିଦ୍ୟାଭାରତୀ

ବଲାଙ୍ଗୀର ଅଫିସ,୨୯ା୯: ଗଜପତି ଜିଲା ପାରଳାଖେମୁଣ୍ଡିର ଦିବଂଗତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସ୍ତ୍ରୀ ବିଦ୍ୟାଭାରତୀ ବୁଧବାର ବଲାଙ୍ଗୀର ପ୍ରାଣୀଧନ ନିରୀକ୍ଷକ ତାଲିମ କେନ୍ଦ୍ରରେ ଫାଇନାଲ ପରୀକ୍ଷା...

୫୦୦ ଏଏସ୍‌ଓଙ୍କୁ ନିଯୁକ୍ତି ପ୍ରଦାନ: ନିଷ୍ଠାପର ମନୋଭାବ ରଖି ସେବା କର; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୭ା୭(ବ୍ୟୁରୋ): ରାଜ୍ୟ ସଚିବାଳୟରେ ନୂତନ ଭାବେ ନିଯୁକ୍ତ ହୋଇଥିବା ସହକାରୀ ଉପଅଧିକାରୀ (ଏଏସ୍‌ଓ)ଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶୁକ୍ରବାର ରବୀନ୍ଦ୍ର ମଣ୍ଡପଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି...

୨୩ରୁ ଗଞ୍ଜାମ ଜିଲାରେ ବୁଲିବ ଅହିଂସା ରଥ

ଛତ୍ରପୁର, ୪।୯(ଡି.ଏନ.ଏ):  ଚଳିତ ମାସ ୨୩ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲାରେ ଅହିଂସା ରଥ ପରିଭ୍ରମଣ କରିବ। ତେଣୁ ଏହି ରଥକୁ କିଭଳି...

ମିଳିନି କ୍ଷତିପୂରଣ, ଉପଜିଲାପାଳ ଅଫିସ ଘେରିଲେ ଚାଷୀ

ବରଗଡ ଅଫିସ,୨୩।୯- ଚଳିତ ଖରିଫ ଚାଷ ପ୍ରାୟ ଅଧେ ସରିଯାଇଛି। ମାତ୍ର ଏ ପର୍ଯ୍ୟନ୍ତ ବରଗଡ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକର ଲଖମରା, ଭେଙ୍ଗରାଜପୁର,...

ରଥ କାଠ ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ଦଶପଲ୍ଲା,୨୦ା୧୨(ଡି.ଏନ୍‌.ଏ.): ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ଚଳିତବର୍ଷ ଦଶପଲ୍ଲା ବନାଞ୍ଚଳରେ ରଥକାଠ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ଦଶପଲ୍ଲା ବ୍ଲକର ସାକେଣୀ ଫରେଷ୍ଟ ସେକ୍‌ସନରେ...

ଗଞ୍ଜାମ ଏସ୍‌ପିଙ୍କ ଖବରଦାତା ସମ୍ମିଳନୀ, ଭାଜପା ସମର୍ଥକଙ୍କୁ ହତ୍ୟା ଘଟଣାର ଚାଲିଛି ତଦନ୍ତ

ଛତ୍ରପୁର,୨୦ା୪(ଡି.ଏନ.ଏ.)-ଗଞ୍ଜାମ ପୋଲିସ ଜିଲା ଅଞ୍ଚଳରେ ସାଧାରଣ ନିର୍ବାଚନ ବେଳେ ଘଟିଥିବା ଅପରାଧ ନେଇ ଅଭିଯୁକ୍ତଙ୍କ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନଷ୍ଠାନ ସମ୍ପର୍କରେ ଶୁକ୍ରବାର ଛତ୍ରପୁରରେ ଅନୁଷ୍ଠିତ...

Advertisement
Archives

Model This Week