Categories: ଜାତୀୟ

ଆୟୁରବେଦିକ ମସାଜ ଅଫର ଦେଇ ବିଦେଶୀଙ୍କୁ ବଳାତ୍କାର

ଜୟପୁର,୧୯।୩: ଏକ ହୋଟେଲରେ ଆୟୁରବେଦିକ ବଡି ମସାଜ ନେବାକୁ ଯାଇଥିବା ଜଣେ ୩୧ ବର୍ଷୀୟା ଡଚ ମହିଳା ବଳାତ୍କାର ଅଭିଯୋଗ ଆଣିଛନ୍ତି। ଏଭଳି ଘଟଣା ସାମ୍ନାକୁ ଆସିଛି ରାଜସ୍ଥାନର ଜୟପୁରରୁ। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ବିଜୁ ମୁରଲିଧରଣଙ୍କୁ ଖାଟିପୁରା ଅଞ୍ଚଳରୁ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଘଟଣା ବୁଧବାର ଘଟିଥିଲା। ସେ ରହୁଥିବା ହୋଟେଲ ରୁମ୍‌କୁ ମସାଜ ପାଇଁ ବିଜୁଙ୍କୁ ଡକାଇଥିଲେ। କିନ୍ତୁ ସେଠାରେ ବିଜୁ ତାଙ୍କୁ ବଳାତ୍କାର କରିଥିଲେ। ଏଥି ଯୋଗୁ ତାଙ୍କ ବିରୋଧରେ ଆଇପିସି ଦଫା ୩୭୬ (ବଳାତ୍କାର)ରେ ମାମଲା ରୁଜୁ କରାଯାଇଛି। ମହିଳା ଜଣଙ୍କ ଗତ ୧୨ ତାରିଖରେ ପରିବାର ସଦସ୍ୟ ଏବଂ ପର୍ଯ୍ୟଟକଙ୍କ ସହ ଦିଲ୍ଲୀ ଆସିଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Share