ଲିଫ୍ଟ ଦେବା ଆଳରେ ଯୁବତୀଙ୍କୁ ବଳାତ୍କାର: ଅଭିଯୁକ୍ତ ଯୁବକ ଗିରଫ

ଭୁବନେଶ୍ୱର,୧୦।୩(ବ୍ୟୁରୋ): ଲିଫ୍ଟ ଦେବା ଆଳରେ ଜଣେ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱରର ମୈତ୍ରୀବିହାର ଥାନା ଅଞ୍ଚଳରେ ମଙ୍ଗଳବାର ରାତିରେ ଏହି ଘଟଣା ଘଟିଥିବାବେଳେ ବୁଧବାର ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଗାଡ଼କଣ ଅଞ୍ଚଳରେ ରହୁଥିବା ସତ୍ୟନାରାୟଣ ସାହୁ (୩୧)। ଅଭିଯୁକ୍ତ ସତ୍ୟନାରାୟଣଙ୍କୁ କୋର୍ଟଚାଲାଣ ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୋଲିସ ସୂଚନା ଅନୁଯାୟୀ, ପୀଡ଼ିତା ଯୁବତୀ ଜଣକ ଗଜପତି ନଗର ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ କାମ କରୁଥିବାବେଳେ ନିକଟସ୍ଥ ଏକ ମେସ୍‌ରେ ରୁହନ୍ତି। ମଙ୍ଗଳବାର ରାତି ପ୍ରାୟ ୮ଟାରେ ସେ ଉକ୍ତ ରେଷ୍ଟୁରାଣ୍ଟରୁ କାମ ସାରି ମେସ୍‌କୁ ଫେରୁଥିଲେ। ତେବେ ରୁମ୍‌ର ଚାବି ଭୁଲିଯାଇଥିବା ଉକ୍ତ ରେଷ୍ଟୁରାଣ୍ଟରେ କାମ କରୁଥିବା ତାଙ୍କ ସାଙ୍ଗଙ୍କୁ ଜଣାଇଥିଲେ। ସାଙ୍ଗ ଜଣକ ଚାବି ଆଣି ଦେବେ ବୋଲି କହିବାରୁ ପୀଡିତା ଯୁବତୀ ସୈନିକ ସ୍କୁଲ୍‌ ଛକରେ ତାଙ୍କୁ ଅପେକ୍ଷା କରିଥିଲେ। ଏହି ସମୟରେ ଅଭିଯୁକ୍ତ ସତ୍ୟନାରାୟଣ ସେଠାରେ ବାଇକ୍‌ରେ ପହଞ୍ଚତ୍ ଲିଫ୍ଟ ଦେଇ ମେସ୍‌ ନିକଟରେ ଛାଡ଼ିଦେବାକୁ କହିବାରୁ ଯୁବତୀ ଜଣକ ତାଙ୍କ ସାଙ୍ଗରେ ଯାଇଥିଲେ। ବାଟରେ ଉକ୍ତ ଯୁବତୀଙ୍କୁ ସତ୍ୟନାରାୟଣ ସୈନିକ ସ୍କୁଲ ନିକଟ ଏକ ଶୂନ୍‌ଶାନ ସ୍ଥାନକୁ ନେଇ ବଳାତ୍କାର କରିଥିଲେ। ଯୁବତୀଙ୍କ ଚିତ୍କାର ଶୁଣି ୧୦ରୁ ଊର୍ଦ୍ଧ୍ୱ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚତ୍ ସତ୍ୟନାରାୟଣଙ୍କୁ କାବୁ ନିସ୍ତୁକ ମାଡ଼ ମାରି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ ଯୁବତୀଙ୍କୁ ଉଦ୍ଧାର କରିବା ସହ ଆହତ ସତ୍ୟନାରାୟଣଙ୍କୁ ଥାନାକୁ ନେଇଥିଲା। ପୀଡିତାଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା (ନଂ.୭୩/୨୦୨୩) ରୁଜୁ କରି ସତ୍ୟନାରାୟଣଙ୍କୁ ଗିରଫ କରିଛି। ସେହିପରି ପୀଡିତା ଡାକ୍ତରୀ ପରୀକ୍ଷା ସହ ବୟାନ ରେକର୍ଡ କରାଯାଇଛି।