ଧାର ଟଙ୍କା ମାଗିବାରୁ ମହିଳାଙ୍କୁ ବଳାତ୍କାର

ଭୁବନେଶ୍ୱର,୨୦।୪ (ବ୍ୟୁରୋ): ଧାର୍‌ ଟଙ୍କା ମାଗିବାରୁ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଛି। ପୁଣି ଏହାର ଭିଡିଓ ରେକର୍ଡ କରାଯିବା ସହ ଧମକ ଦିଆଯାଇ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି। ପୀଡିତା ଜଣକ ଭୟରେ ପାଟି ଚୁପ୍‌ କରି ରହିବା ସହ ଶେଷରେ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା (ନଂ.୧୬୭/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏଥିସହ ପୋଲିସ ଟିମ୍‌ ବୁଧବାର ପୀଡ଼ିତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରୀମାଇନା କରାଇବା ସହ ତାଙ୍କର ବୟାନ ରେକର୍ଡ କରିଛି। ଥାନାଧିକାରୀ ସୁଧୀର କୁମାର ସାହୁ କହିଛନ୍ତି, ଏହି ମାମଲାରେ ସତ୍ୟାସତ୍ୟ ଜାଣିବାକୁ ଅଧିକ ତଦନ୍ତ କରାଯାଉଛି। ଅଭିଯୁକ୍ତଙ୍କୁ ଧରିବାକୁ ପ୍ରୟାସ କରାଯାଉଥିବା ସେ କହିଛନ୍ତି। ଏହି ଘଟଣା ପଦାକୁ ଆସିବା ପରେ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି।
ଅଭିଯୋଗ ଅନୁଯାୟୀ, ଗଜପତିନଗର ଅଞ୍ଚଳରେ ପୀଡ଼ିତାଙ୍କର ଏକ ତେଜରାତି ଦୋକାନ ରହିଛି। କେନ୍ଦ୍ରାପଡ଼ାର ମୃତ୍ୟୁଞ୍ଜୟ ପାତ୍ର ନାମକ ୩୬ ବର୍ଷୀୟ ଯୁବକ ପୀଡ଼ିତାଙ୍କ ଦୋକାନକୁ ଆସି ଅନେକ ସମୟରେ ସଉଦା ନିଅନ୍ତି। ଏପରିକି ଯୁବକ ଜଣକ ଅନେକ ସମୟରେ ବାକିରେ ମଧ୍ୟ ମହିଳାଙ୍କଠାରୁ ସଉଦା ନିଅନ୍ତି। ଚିହ୍ନା ପରିଚିତ ହୋଇଯିବାରୁ ମୃତ୍ୟୁଞ୍ଜୟ ତାଙ୍କ ବାପାଙ୍କ ଦେହ ଅସୁସ୍ଥ କହି ପୀଡ଼ିତାଙ୍କ ଠାରୁ ଚାରି ଥରରେ ୫୦ ହଜାର ଟଙ୍କା ଧାର ନେଇଥିଲେ। ମାସକ ଭିତରେ ଫେରସ୍ତ କରିଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ସେ ନିର୍ଦ୍ଧାରିତ ସମୟ ଭିତରେ ଟଙ୍କା ନ ଦେବାରୁ ପୀଡ଼ିତା ଜଣକ ତାଙ୍କୁ ମାଗିଥିଲେ। ମାର୍ଚ୍ଚ ୨୯ ସାରେ ଘରେ ଟଙ୍କା ଦେଇଦେବେ ବୋଲି ଯୁବକ ଜଣକ କହିଥିଲେ। ହେଲେ ଉକ୍ତ ଦିନ ପୀଡ଼ିତାଙ୍କ ସ୍ବାମୀ ଘରେ ନ ଥିବାବେଳେ ଟଙ୍କା ଫେରସ୍ତ ଆଳରେ ଯୁବକ ଜଣକ କବାଟ ବନ୍ଦ କରି ମହିଳାଙ୍କୁ ଜୋର୍‌ ଜବରଦସ୍ତ ବଳାତ୍କାର କରିଥିଲେ। ଏହାକୁ ବିରୋଧ କରିବାରୁ ପୀଡ଼ିତାଙ୍କୁ ସେ ହତ୍ୟା ଧମକ ଦେବା ସହ ଏ ବିଷୟରେ ପୋଲିସ କିମ୍ବା ତାଙ୍କ ସ୍ବାମୀଙ୍କୁ ନ ଜଣାଇଲେ ଭଲ
ହେବ ନାହିଁ ବୋଲି କହିଥିଲେ। ଏପରିକି ଯୁବକ ଜଣକ ତାଙ୍କ ମୋବାଇଲରେ ବଳାତ୍କାର ସମୟର ଭିଡିଓ ରେକର୍ଡ କରିଥିଲେ ବୋଲି ମଙ୍ଗଳବାର ଦିଆଯାଇଥିବା ଅଭିଯୋଗ ଫର୍ଦ୍ଦରେ ପୀଡ଼ିତା ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ଘଟଣାକୁ ୨୦ ଦିନ ବିତିଯାଇଥିବା ବେଳେ ମହିଳାଙ୍କ ଅଭିଯୋଗ କରିବାକୁ ନେଇ ନାନା ପ୍ରଶ୍ନ ମଧ୍ୟ ଉଠିଛି। ଯଦି ଏହି ବଳାତ୍କାର ସତ ହୋଇଥାଏ ତେବେ ପୋଲିସକୁ ଏ ସଂକ୍ରାନ୍ତରେ ପ୍ରମାଣ ଯୋଗାଡ଼ କରିବା କଷ୍ଟସାଧ୍ୟ ହୋଇପାରେ ବୋଲି ମଧ୍ୟ କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?