ନାବାଳିକାଙ୍କୁ ବଳାତ୍କାର, ଜଣେ ଗିରଫ

ରାଉରକେଲା ଅଫିସ,୨।୧: ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ଝାଡତରଙ୍ଗ ଗ୍ରାମର ଗାନ୍ଧୁ ଗାନ୍ଧୁ ଟୋପୋ(୪୫)। ତାଙ୍କୁ ସୋମବାର କୋର୍ଟଚାଲାଣ କରାଯାଇଛି। ଏ ନେଇ ପୋଲିସ ଏକ ମାମଲା (ନଂ.୩।୨୩) ରୁଜୁ କରିଛି। ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟାରେ ଗାନ୍ଧୁଙ୍କ ଘର ପାଖରେ ଉକ୍ତ ନାବାଳିକା ଖେଳୁଥିବା ସମୟରେ ସେ ତାଙ୍କୁ ଏକ ନିଛାଟିଆ ଜାଗାକୁ ନେଇ ବଳାତ୍କାର କରିଥିଲେ। ପରେ ନାବାଳିକାଙ୍କ ପରିବାର ଲୋକେ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ।