ବଜାର ବୁଲାଇ ନେବା ବାହାନାରେ ଶିଶୁକନ୍ୟାଙ୍କୁ ବଳାତ୍କାର: ଅଭିଯୁକ୍ତ ଗିରଫ

ବାରିପଦା,୧୫ା୧୧-ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା ଅଞ୍ଚଳରେ ଜଣେ ୪ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ନିର୍ମମ ହତ୍ୟା ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ଅଞ୍ଚଳରେ ଶନିବାର ପୁଣି ଏକ ଲଜ୍ଜାଜନକ ଘଟିଛି। ସନ୍ଧ୍ୟାରେ ସମସ୍ତେ ଦୀପାବଳି ପାଳନରେ ବ୍ୟସ୍ତ ଥିବା ବେଳେ ଜଣେ ଯୁବକ ୪ବର୍ଷର ଶିଶୁ କନ୍ୟାଙ୍କୁ ବଜାର ବୁଲାଇ ନେବା ବାହାନାରେ ଜଙ୍ଗଲକୁ ନେଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ପୋକ୍‌ସୋ ଆକ୍ଟରେ ଏକ ବଳାତ୍କାର ମାମଲା (ନଂ. ୮୦୦/୧୨) ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଶିବ ସିଂ। ଉଭୟଙ୍କ ଡାକ୍ତରୀ ମାଇନା କରାଯାଇଛି।
ଶିଶୁ କନ୍ୟା ଜଣକ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। ରାତି ୯ଟା ସମୟରେ ଶିବ ତାଙ୍କୁ ଧରି ଘରକୁ ଫେରିବା ପରେ ଶିଶୁକନ୍ୟା ଜଣକ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ପିଆର୍‌ଏମ୍‌ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ ଜାରି ରହିଥିବା ତଦନ୍ତକାରୀ ଅଫିସର ବୀରେନ୍ଦ୍ର ସେନାପତି କହିିଛନ୍ତି ା