Categories: ଜାତୀୟ

ବନ୍ଧୁକ ଦେଖାଇ ଦଳିତ ଯୁବତୀଙ୍କୁ ଗଣବଳାତ୍କାର

କାନପୁର, ୨୦ା୧୦: ଉତ୍ତରପ୍ରଦେଶ (ୟୁପି)ରେ ଗଣବଳାତ୍କାର ଘଟଣା ଥମିବାର ନଁା ନେଉନାହିଁ। ହାଥ୍‌ରସ, ବାରବାଙ୍କି, ବଲିଆରେ ଗଣବଳାତ୍କାର ଘଟଣାକୁ ନେଇ ସମାଲୋଚନାର ସ୍ବର ଲମ୍ବି ଚାଲିଥିବାବେଳେ ଏବେ କାନପୁର ନେହାଟ୍‌ରେ ଜଣେ ଦଳିତ ଯୁବତୀ (୨୨)ଙ୍କୁ ବନ୍ଧୁକ ଦେଖାଇ ୨ ଯୁବକ ଗଣବଳାତ୍କାର କରିଥିବା ଜଣାପଡ଼ିଛି।
ଘଟଣାଟି ଏକ ସପ୍ତାହ ତଳର ହୋଇଥିବାବେଳେ ପୋଲିସକୁ ପୀଡ଼ିତା ପରିବାର ପକ୍ଷରୁ ଗତ ରବିବାର ଖବର ଦିଆଯାଇଥିଲା। କାନପୁର ଦେହେଟ୍‌ ଏସ୍‌ପି କେଶବ କୁମାରଙ୍କ କହିବାନୁଯାୟୀ ଯୁବତୀ ଜଣକ ଘରେ ଏକୁଟିଆ ଥିବାବେଳେ ଅଭିଯୁକ୍ତ ଦ୍ୱୟ ତାଙ୍କ ଘରେ ପଶି ବନ୍ଧୁକ ଦେଖାଇ ବଳାତ୍କାର କରିଥିଲେ। କାହାକୁ ଏ ବିଷୟରେ କହିଲେ ଜୀବନରେ ମାରିଦେବେ ବୋଲି ଧମକ ଦେଇଥିଲେ। ପୋଲିସ ଏ ନେଇ ତଦନ୍ତକୁ ଜୋର୍‌ଦାର କରିଛି। ୩ଟି ଟିମ୍‌ ଗଠନ କରାଯାଇ ଅଭିଯୁକ୍ତଙ୍କୁ ତଲାସି କରାଯାଉଥିବା ଏସ୍‌ବି କହିଛନ୍ତି।

Share