୨ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର

ନୂଆପଡା ଅଫିସ,୧୦।୭: ନୂଆପଡ଼ା ଜିଲା କୋମନା ଥାନା ଅଞ୍ଚଳରେ ଦୁଇ ଭିନ୍ନ ଗାଁରେ ୨ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। କୋମନା ପୋଲିସ ଗୋଟିଏ ଘଟଣାରେ ଜଣେ ନାବାଳକ ଓ ଅନ୍ୟ ଘଟଣାରେ ଜଣେ ବିବାହିତ ଯୁବକଙ୍କୁ ଗିରଫ କରିଛି। ଶନିବାର ଅଭିଯୁକ୍ତ ଯୁବକଙ୍କୁ କୋର୍ଟ ଚାଲାଣ କରିଛି। ନାବାଳକଙ୍କୁ ବାଳସୁଧାର ଗୃହ ପଠାଯାଇଛି। ଜଣେ ୧୭ ବର୍ଷର ନାବାଳିକାଙ୍କୁ ୨୮ ବର୍ଷର ବିବାହିତ ଯୁବକ ଅପହରଣ କରି ବଳାତ୍କାର କରିଥିବା ବେଳେ ଅନ୍ୟ ଜଣେ ୧୬ ବର୍ଷର ନାବାଳିକାଙ୍କୁ ୧୬ ବର୍ଷର ନାବାଳକ ବଳାତ୍କାର କରିଥିବା କୋମନା ଥାନାରେ ଅଭିଯୋଗ ହୋଇଥିଲା। ଏ ନେଇ କୋମନା ଥାନାରେ ଏକ ମାମଲା (ନଂ.୧୮୧।୨୧) ରୁଜୁ ସହ ୩୬୩, ୩୭୬ ପୋକସୋ ଆକ୍ଟରେ ଯୁବକଙ୍କୁ ଗିରଫ କରାଯାଇଛି। ଅନ୍ୟ ଏକ ମାମଲା (ନଂ.୧୮୬।୨୧)ରୁଜୁ କରାଯାଇ ୩୭୬ ଧାରା ଓ ପୋକସୋ ଆକ୍ଟରେ ନାବାଳକଙ୍କୁ ଗିରଫ କରାଯାଇଛି। ଘଟଣାର ଅଧିକ ତଦନ୍ତ ଚାଲିଥିବା କୋମନା ଆଇଆଇସି ଜ୍ୟୋତିରଞ୍ଜନ ଗୌଡ ପ୍ରକାଶ କରିଛନ୍ତି।