Posted inଜାତୀୟ

ବଳାତ୍କାର ହତ୍ୟାଠାରୁ ଜଘନ୍ୟ ଅପରାଧ, ପୋକ୍ସୋ କୋର୍ଟଙ୍କ ରାୟ…

ମୁମ୍ବାଇ, ୧୦।୪ : ମୁମ୍ବାଇରେ ଜଣେ ୧୫ ବର୍ଷ ବୟସ୍କା ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗରେ ପୋକ୍ସୋ କୋର୍ଟ ଦୋଷୀଙ୍କୁ ଦଶ ବର୍ଷ ଜେଲ ଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି। ବାଳିକା ଜଣଙ୍କ ମାନସିକ ସ୍ତରରେ ଅସୁସ୍ଥ ଥିଲେ। ଅଭିଯୁକ୍ତ ଅନ୍ୟ ଜଣେ ଯୁବକଙ୍କ ସହ ମିଶି ତାଙ୍କର ବଳାତ୍କାର କରିବାକୁ ଚେଷ୍ଟା କରିଥିଲେ। ଏହି ମାମଲାର ଶୁଣାଣି ସମୟରେ ପୋକ୍ସୋ କୋର୍ଟ କହିଛନ୍ତି ଯେ ହତ୍ୟା ଅପେକ୍ଷା ବଳାତ୍କାର ଏକ ଜଘନ୍ୟ ଅପରାଧ । ଏହା ପୀଡିତାଙ୍କ ଆତ୍ମାରେ ଗଭୀର ଆଘାତ ଦେଇଥାଏ।

ଏହି ମାମଲାରେ ପୀଡ଼ିତା କୋର୍ଟରେ ହାଜର ହୋଇ ଅଭିଯୁକ୍ତଙ୍କ ବିରୋଧରେ ବିବୃତ୍ତି ଦେଇଥିଲେ। ସ୍ବତନ୍ତ୍ର ବିଚାରପତି ଏଚ.ସି ସିନ୍ଦେ କହିଛନ୍ତି ଯେ ପୀଡିତାଙ୍କ ବକ୍ତବ୍ୟ ଗ୍ରହଣଯୋଗ୍ୟ। ପୀଡିତାଙ୍କୁ ବଳାତ୍କାର କରିବା ଉଦ୍ଦେଶ୍ୟରେ ଅଭିଯୁକ୍ତ ତାଙ୍କୁ ଏକ ନିର୍ଜନ ସ୍ଥାନକୁ ନେଇଯାଇଥିଲେ। ଏହି ମାମଲାରେ ପୀଡିତା ଜଣକ ଅଭିଯୁକ୍ତକୁ ଚିହ୍ନଟ କରିଥିଲେ।

୨୦୧୫ ସେପ୍ଟେମ୍ବର ୪ ମା’ ପୀଡ଼ିତାଙ୍କ ଆଚରଣରେ ଏକ ପରିବର୍ତ୍ତନ ଦେଖିଥିଲେ। ପଚରା ଉଚରା ପରେ ପୀଡ଼ିତା ସମସ୍ତ କଥା ଖୋଲି କହିଥିଲେ। ସେ ମା’ଙ୍କୁ କହିଥିଲେ ଯେ ଅଭିଯୁକ୍ତ ତାଙ୍କୁ ୧୦ ଟଙ୍କା ଦେଇ ଏକ ନିର୍ଜନ ସ୍ଥାନକୁ ନେଇ ବଳାତ୍କାର କରିବାର ଉଦ୍ୟମ କରିଥିଲେ। ପରେ ମା‘ ଏନେଇ ପୋଲିସ ଥାନାରେ ଏକ ମାମଲା ରୁଜୁ କରିଥିଲେ। ଅଭିଯୁକ୍ତଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ କରିବାକୁ କୋର୍ଟ ମନା କରି ଦେଇଛନ୍ତି।
କୋର୍ଟ ଏଭଳି ଅପରାଧ ସଭ୍ୟ ସମାଜ ଉପରେ ଖରାପ ପ୍ରଭାବ ପକାଉଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri