Posted inଜାତୀୟ

ବଳାତ୍କାର ତଦନ୍ତ ୨ ମାସରେ ଶେଷକର

ନୂଆଦିଲ୍ଲୀ, ୧୧ା୧୦: ହାଥ୍‌ରସ ଗଣବଳାତ୍କାର ଏବଂ ହତ୍ୟା ମାମଲାରେ ଉତ୍ତରପ୍ରଦେଶ ପୋଲିସ ଓ ସରକାରଙ୍କ କାର୍ଯ୍ୟକଳାପକୁ ନେଇ ସାରା ଦେଶରେ ସମାଲୋଚନା ଥମିନାହିଁ। ଏଭଳି ସ୍ଥିତିରେ ବଳାତ୍କାର, ଯୌନ ନିର୍ଯାତନା ଆଦି ମହିଳା ବିରୋଧୀ ଅପରାଧ ମାମଲାର ତଦନ୍ତରେ ପୋଲିସର ବିଫଳତା ପ୍ରତି ଗୁରୁତ୍ୱ ଦେବାକୁ କେନ୍ଦ୍ର ସରକାର ଶନିବାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ବଳାତ୍କାର ମାମଲାର ତଦନ୍ତ ୨ ମାସ ମଧ୍ୟରେ ଶେଷ କରିବାକୁ କୁହାଯାଇଛି।
ମହିଳାଙ୍କୁ ଯୌନ ନିର୍ଯାତନା ସହ ଜଡିତ ଆଇନ ତଥା ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ଏବଂ ଏଥିରେ ତ୍ରୁଟି ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି।
ଶନିବାର ଜାରି କରାଯାଇଥିତ୍ବା ଆଡଭାଇଜରିରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଅପରାଧ ଦଣ୍ଡ ସଂହିତା(ସିଆର୍‌ପିସି) ଅନୁଯାୟୀ କେତେକ ପଦକ୍ଷେପକୁ ଗୁରୁତ୍ୱ ଦିଆଯାଇଛି। ବିଶେଷକରି ମହିଳାଙ୍କ ପ୍ରତି ଯୌନ ଅପରାଧ ସମ୍ବନ୍ଧୀୟ ଅଭିଯୋଗ ଉପରେ ବାଧ୍ୟତାମୂଳକ ଭାବେ ଏଫ୍‌ଆଇଆର ପଞ୍ଜୀକରଣ କରିବାକୁ ରାଜ୍ୟଗୁଡ଼ିକୁ କୁହାଯାଇଛି। ଏପରି କି କୌଣସି ଥାନାର ସୀମା ବାହାରେ ଘଟୁଥିବା ଅପରାଧ ସମ୍ପର୍କରେ ସୂଚନା ମିଳିଲେ ‘ଜିରୋ ଏଫ୍‌ଆଇଆର୍‌’ କରିବା ପାଇଁ ପୋଲିସକୁ ଆଇନ କ୍ଷମତା ଦେଇଥିବା ଦର୍ଶାଯାଇଛି। ଆଡଭାଇଜରିରେ ଆଉ ୨ଟି ବାଧ୍ୟତାମୂଳକ ପଦକ୍ଷେପକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ତାହା ହେଲା ବଳାତ୍କାର କିମ୍ବା ଯୌନ ନିର୍ଯାତନା ମାମଲାର ତଦନ୍ତ ୬୦ ଦିନ ମଧ୍ୟରେ ଶେଷ କରିବା ଏବଂ ପୀଡ଼ିତାଙ୍କ ସହମତି ଅନୁଯାୟୀ ୨୪ ଘଣ୍ଟା ମଧ୍ୟରେ ତାଙ୍କର ଡାକ୍ତରୀ ପରୀକ୍ଷା କରିବା। ଏହାସହ ଫରେନସିକ ପରୀକ୍ଷା ପାଇଁ ଆବଶ୍ୟକ ପ୍ରମାଣ ନିମନ୍ତେ ଯୌନ ନିର୍ଯାତନା ପ୍ରମାଣ ସଂଗ୍ରହ (ଏସ୍‌ଏଇସି) କିଟ୍‌ ବ୍ୟବହାର ଏବଂ ବାରମ୍ବାର ଯୌନ ଅପରାଧ ଘଟାଉଥିବା ବ୍ୟକ୍ତିଙ୍କୁ ଚିହ୍ନଟ ଓ ଠାବ କରିବା ଲାଗି ଉର୍ଦ୍ଦିଷ୍ଟ ଜାତୀୟ ଡାଟାବେସ୍‌(ଆଇଟିଏସ୍‌ଏସ୍‌ଓ)କୁ ବ୍ୟବହାର କରିବାକୁ ରାଜ୍ୟଗୁଡ଼ିକୁ କୁହାଯାଇଛି।
ମହିଳାଙ୍କ ସୁରକ୍ଷାକୁ ନେଇ ଅନ୍ୟ ରାଜ୍ୟରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଛି। ଗତ ସପ୍ତାହରେ ଝାଡଖଣ୍ଡ ହାଇକୋର୍ଟ ୧୫ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣାର ଦୁର୍ବଳ ତଦନ୍ତ ପାଇଁ ରାଜ୍ୟ ପୋଲିସକୁ ତାଗିଦ କରିଥିଲେ। ଗତ ମାସରେ ଜାତୀୟ କ୍ରାଇମ୍‌ ରେକର୍ଡ ବ୍ୟୁରୋ(ଏନ୍‌ସିଆରବି) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୦୧୯ରେ ଭାରତରେ ପ୍ରତିଦିନ ହାରାହାରି ୮୭ଟି ବଳାତ୍କାର ମାମଲା ରେକର୍ଡ କରାଯାଇଥିଲା, ଯାହା ୨୦୧୮ଠାରୁ ୭%ରୁ ଅଧିକ। ୨୦୧୮ରେ ମଧ୍ୟ ଏଭଳି ମାମଲା ପୂର୍ବ ବର୍ଷ ତୁଳନାରେ ବୃଦ୍ଧି ପାଇଥିଲା। ୨୦୧୭ରେ ୩୨,୫୫୯ ମାମଲା ଏବଂ ୨୦୧୮ରେ ୩୩,୩୫୬ ବଳାତ୍କାର ମାମଲା ଦେଶରେ ରୁଜୁ ହୋଇଥିଲା।
କେନ୍ଦ୍ରର ଆଡଭାଇଜରିରେ ଦର୍ଶାଯାଇଛି ଯେ, ଦେଶରେ ଆପରାଧିକ ମାମଲା, ବିଶେଷକରି ମହିଳା ବିରୋଧୀ ମାମଲାରେ ନ୍ୟାୟ ଦେବା ଲାଗି ଆଇନରେ କଠୋର ବ୍ୟବସ୍ଥା ଏବଂ ଅନେକ ଦକ୍ଷତା ବିକାଶମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। କିନ୍ତୁ ଏ ଦିଗରେ ବାଧ୍ୟତାମୂଳକ ଆବଶ୍ୟକତା ପାଳନ କରିବାରେ ପୋଲିସର ବିଫଳତା ଲୋକଙ୍କୁ ନ୍ୟାୟ ପ୍ରଦାନରେ ସହାୟକ ହେବ ନାହିଁ। ଏଥିପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ଆଡଭାଇଜରିରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡକାୟତି ଘଟଣାର ପର୍ଦ୍ଦାଫାସ କଲା ପାଟପୁର ପୋଲିସ, ଜେଲ୍ ଗଲେ ୪ ଅଭିଯୁକ୍ତ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଏକ ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି । ଛିନତାଇ ଘଟଣାରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ରବିବାର…

ବୈଭବଙ୍କୁ ୩ ନମ୍ବରରେ ଖେଳାଇବା ନେଇ ଅଶ୍ୱିନଙ୍କ ପ୍ରଶ୍ନ, କହିଲେ ପାଣି ବାହାରେ ମାଛ…

ନୂଆଦିଲ୍ଲୀ, ୨୫।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ୧୫ ବର୍ଷୀୟ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଭାରତୀୟ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିଥିଲା। ଈଶାନ କିଶନ…

୨.୬୦ କୋଟି ସରକାରୀ ପାଣ୍ଠି ଆତ୍ମସାତ ମାମଲା, ୬ମାସ ପରେ ଫେରାର ବନ ସହାୟକ ବାବୁଲୁ ଗିରଫ

ଭବାନୀପାଟଣା,୨୫।୧୦(ଉତ୍ତମ କୁମାର ଦାଶ): ସରକାରୀ ପାଣ୍ଠି ଆତ୍ମସାତ ମାମଲାରେ ଓଡ଼ିଶା ଭିଜିଲାନ୍ସକୁ ମିଳିଛି ଏକ ବଡ଼ ସଫଳତା। ନୂଆପଡା ଜିଲା ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡ ଡିଏଫ୍ଓ କାର୍ଯ୍ୟାଳୟର…

ଜଟଣୀରେ RBI ଡାଟା ସେଣ୍ଟର ଉଦଘାଟନ କରି ବଡ଼ କଥା କହିଲେ ମୋଦି, ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ବଢ଼ିବ….

ଭୁବନେଶ୍ବର,୨୫।୧୦: ଜଟଣୀ ଇନ୍‌ଫୋଭାଲି-୨ରେ RBI ଡାଟା ସେଣ୍ଟର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଉଦଘାଟନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ,…

ଜୟଶଙ୍କରଙ୍କ ବଡ଼ ବୟାନ, କହିଲେ ମୂକଦର୍ଶକ ହୋଇ….

ନୂଆଦିଲ୍ଲୀ, ୨୫।୧୦: ବିଶ୍ୱରେ ଜାରି ରହିଥିବା ଯୁଦ୍ଧକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର । ସେ କହିଛନ୍ତି, ଯେକୌଣସି ସ୍ଥାନରେ…

ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ସ୍ବାଗତ କଲେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୫।୧୦: ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ପହଞ୍ଚିଥିବା ସୂଚନା ରହିଛି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ…

ସମ୍ଭାବ୍ୟ ବାତ୍ୟା ପାଇଁ ସମୁଦ୍ର ଅଶାନ୍ତ, ଜେଟିରେ ଲାଗିଲା ଆନ୍ଧ୍ର ଟ୍ରଲର

ଛତ୍ରପୁର,୨୫ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସମ୍ଭାବ୍ୟ ବାତ୍ୟାକୁ ନେଇ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଭୀର ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ମାଛଧରା ଦୁଇ ଟ୍ରଲର ଆର୍ଯ୍ୟପଲ୍ଲୀ ଜେଟିରେ ସୁରକ୍ଷିତ…

ଖୋର୍ଦ୍ଧା ଜିଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ମୁଖ୍ୟାଳୟ ଛାଡ଼ିଲେ ହେବ କାର୍ଯ୍ୟାନୁଷ୍ଠାନ

ଖୋର୍ଦ୍ଧା,୨୫ା୧୦(ପ୍ରଭାତ ପାଣିଗ୍ରାହୀ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?