Posted inଜାତୀୟ

ବଳାତ୍କାର ତଦନ୍ତ ୨ ମାସରେ ଶେଷକର

ନୂଆଦିଲ୍ଲୀ, ୧୧ା୧୦: ହାଥ୍‌ରସ ଗଣବଳାତ୍କାର ଏବଂ ହତ୍ୟା ମାମଲାରେ ଉତ୍ତରପ୍ରଦେଶ ପୋଲିସ ଓ ସରକାରଙ୍କ କାର୍ଯ୍ୟକଳାପକୁ ନେଇ ସାରା ଦେଶରେ ସମାଲୋଚନା ଥମିନାହିଁ। ଏଭଳି ସ୍ଥିତିରେ ବଳାତ୍କାର, ଯୌନ ନିର୍ଯାତନା ଆଦି ମହିଳା ବିରୋଧୀ ଅପରାଧ ମାମଲାର ତଦନ୍ତରେ ପୋଲିସର ବିଫଳତା ପ୍ରତି ଗୁରୁତ୍ୱ ଦେବାକୁ କେନ୍ଦ୍ର ସରକାର ଶନିବାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ବଳାତ୍କାର ମାମଲାର ତଦନ୍ତ ୨ ମାସ ମଧ୍ୟରେ ଶେଷ କରିବାକୁ କୁହାଯାଇଛି।
ମହିଳାଙ୍କୁ ଯୌନ ନିର୍ଯାତନା ସହ ଜଡିତ ଆଇନ ତଥା ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ଏବଂ ଏଥିରେ ତ୍ରୁଟି ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି।
ଶନିବାର ଜାରି କରାଯାଇଥିତ୍ବା ଆଡଭାଇଜରିରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଅପରାଧ ଦଣ୍ଡ ସଂହିତା(ସିଆର୍‌ପିସି) ଅନୁଯାୟୀ କେତେକ ପଦକ୍ଷେପକୁ ଗୁରୁତ୍ୱ ଦିଆଯାଇଛି। ବିଶେଷକରି ମହିଳାଙ୍କ ପ୍ରତି ଯୌନ ଅପରାଧ ସମ୍ବନ୍ଧୀୟ ଅଭିଯୋଗ ଉପରେ ବାଧ୍ୟତାମୂଳକ ଭାବେ ଏଫ୍‌ଆଇଆର ପଞ୍ଜୀକରଣ କରିବାକୁ ରାଜ୍ୟଗୁଡ଼ିକୁ କୁହାଯାଇଛି। ଏପରି କି କୌଣସି ଥାନାର ସୀମା ବାହାରେ ଘଟୁଥିବା ଅପରାଧ ସମ୍ପର୍କରେ ସୂଚନା ମିଳିଲେ ‘ଜିରୋ ଏଫ୍‌ଆଇଆର୍‌’ କରିବା ପାଇଁ ପୋଲିସକୁ ଆଇନ କ୍ଷମତା ଦେଇଥିବା ଦର୍ଶାଯାଇଛି। ଆଡଭାଇଜରିରେ ଆଉ ୨ଟି ବାଧ୍ୟତାମୂଳକ ପଦକ୍ଷେପକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ତାହା ହେଲା ବଳାତ୍କାର କିମ୍ବା ଯୌନ ନିର୍ଯାତନା ମାମଲାର ତଦନ୍ତ ୬୦ ଦିନ ମଧ୍ୟରେ ଶେଷ କରିବା ଏବଂ ପୀଡ଼ିତାଙ୍କ ସହମତି ଅନୁଯାୟୀ ୨୪ ଘଣ୍ଟା ମଧ୍ୟରେ ତାଙ୍କର ଡାକ୍ତରୀ ପରୀକ୍ଷା କରିବା। ଏହାସହ ଫରେନସିକ ପରୀକ୍ଷା ପାଇଁ ଆବଶ୍ୟକ ପ୍ରମାଣ ନିମନ୍ତେ ଯୌନ ନିର୍ଯାତନା ପ୍ରମାଣ ସଂଗ୍ରହ (ଏସ୍‌ଏଇସି) କିଟ୍‌ ବ୍ୟବହାର ଏବଂ ବାରମ୍ବାର ଯୌନ ଅପରାଧ ଘଟାଉଥିବା ବ୍ୟକ୍ତିଙ୍କୁ ଚିହ୍ନଟ ଓ ଠାବ କରିବା ଲାଗି ଉର୍ଦ୍ଦିଷ୍ଟ ଜାତୀୟ ଡାଟାବେସ୍‌(ଆଇଟିଏସ୍‌ଏସ୍‌ଓ)କୁ ବ୍ୟବହାର କରିବାକୁ ରାଜ୍ୟଗୁଡ଼ିକୁ କୁହାଯାଇଛି।
ମହିଳାଙ୍କ ସୁରକ୍ଷାକୁ ନେଇ ଅନ୍ୟ ରାଜ୍ୟରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଛି। ଗତ ସପ୍ତାହରେ ଝାଡଖଣ୍ଡ ହାଇକୋର୍ଟ ୧୫ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣାର ଦୁର୍ବଳ ତଦନ୍ତ ପାଇଁ ରାଜ୍ୟ ପୋଲିସକୁ ତାଗିଦ କରିଥିଲେ। ଗତ ମାସରେ ଜାତୀୟ କ୍ରାଇମ୍‌ ରେକର୍ଡ ବ୍ୟୁରୋ(ଏନ୍‌ସିଆରବି) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୦୧୯ରେ ଭାରତରେ ପ୍ରତିଦିନ ହାରାହାରି ୮୭ଟି ବଳାତ୍କାର ମାମଲା ରେକର୍ଡ କରାଯାଇଥିଲା, ଯାହା ୨୦୧୮ଠାରୁ ୭%ରୁ ଅଧିକ। ୨୦୧୮ରେ ମଧ୍ୟ ଏଭଳି ମାମଲା ପୂର୍ବ ବର୍ଷ ତୁଳନାରେ ବୃଦ୍ଧି ପାଇଥିଲା। ୨୦୧୭ରେ ୩୨,୫୫୯ ମାମଲା ଏବଂ ୨୦୧୮ରେ ୩୩,୩୫୬ ବଳାତ୍କାର ମାମଲା ଦେଶରେ ରୁଜୁ ହୋଇଥିଲା।
କେନ୍ଦ୍ରର ଆଡଭାଇଜରିରେ ଦର୍ଶାଯାଇଛି ଯେ, ଦେଶରେ ଆପରାଧିକ ମାମଲା, ବିଶେଷକରି ମହିଳା ବିରୋଧୀ ମାମଲାରେ ନ୍ୟାୟ ଦେବା ଲାଗି ଆଇନରେ କଠୋର ବ୍ୟବସ୍ଥା ଏବଂ ଅନେକ ଦକ୍ଷତା ବିକାଶମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। କିନ୍ତୁ ଏ ଦିଗରେ ବାଧ୍ୟତାମୂଳକ ଆବଶ୍ୟକତା ପାଳନ କରିବାରେ ପୋଲିସର ବିଫଳତା ଲୋକଙ୍କୁ ନ୍ୟାୟ ପ୍ରଦାନରେ ସହାୟକ ହେବ ନାହିଁ। ଏଥିପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ଆଡଭାଇଜରିରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri