ଧନୁଯାତ୍ରା ଦେଖିବାକୁ ଆସି ଯୁବତୀଙ୍କୁ ବଳାତ୍କାର ମାମଲା: ପୀଡ଼ିତାଙ୍କ ପୋଷାକ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ବରଗଡ଼,୧୮।୧(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଧନୁଯାତ୍ରା ମହୋତ୍ସବ ଦେଖିବାକୁ ଆସି ନିଖୋଜ ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ମାମଲାକୁ ନେଇ ଏବେ ବରଗଡ଼ ସହର ଉଠୁଛି ଓ ପଡ଼ୁଛି। ଏଭଳି ସ୍ଥିତିରେ ଏହି ମାମଲାକୁ ନେଇ ଜିଲା କଂଗ୍ରେସ ଏକ ସଙ୍ଗୀନ ଅଭିଯୋଗ ଆଣିଛି। ଉକ୍ତ ମାମଲାକୁ ଚାପିଦେବା ତଥା ମାମଲାକୁ ଭିନ୍ନମୋଡ଼ ଦେବାର ଅପଚେଷ୍ଟା ଚାଲିଛି ବୋଲି ଶନିବାର ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କଂଗ୍ରେସ ନେତୃବୃନ୍ଦ ଅଭିଯୋଗ କରିଛନ୍ତି।

ଖବରଦାତା ସମ୍ମିଳନୀରେ ଜିଲା କଂଗ୍ରେସ ସଭାପତି ହରଦୀପ ସିଂ କହିଥିଲେ, ଭୀମସାର୍‌, ବୁର୍ଲା ଡାକ୍ତରଖାନାରେ ପୀଡ଼ିତାଙ୍କ ଯେଭଳି ଚିକିତ୍ସା ଚାଲିଛି, ତାହା ଦୁର୍ଭାଗ୍ୟଜନକ। ଏଭଳି ଏକ ସମ୍ବେଦନଶୀଳ ଘଟଣାର ପୀଡ଼ିତାଙ୍କୁ ସ୍ବତନ୍ତ୍ର କ୍ୟାବିନରେ ରଖି ଉଚ୍ଚତର ଚିକିତ୍ସା ଯୋଗାଇ ଦିଆଯିବା ଦରକାର। କିନ୍ତୁ ତାଙ୍କୁ ଜଣେ ସାଧାରଣ ରୋଗୀଭାବେ ଚିକିତ୍ସା କରାଯାଉଛି। କେହି ଭେଟିବାକୁ ଗଲେ ପୋଲିସ ସଂକ୍ରମଣ ଆଶଙ୍କା ରହିଛି ବୋଲି କହୁଛି। କିନ୍ତୁ ପୀଡ଼ିତାଙ୍କ ପାଖରେ ଡାକ୍ତର ବଦଳରେ ପୋଲିସ କର୍ମଚାରୀମାନେ ଉପସ୍ଥିତ ରହୁଛନ୍ତି। ସେହିପରି କଂଗ୍ରେସ ନେତା ନିପନ କୁମାର ଦାଶ କହିଥିଲେ, ପୋଲିସର ତଦନ୍ତ ପ୍ରକ୍ରିୟା ଯେଭଳି ଚାଲିଛି, ସେଥିରୁ ମାମଲାର ବାସ୍ତବତାକୁ ଚାପିଦେବା ପାଇଁ ଉଦ୍ୟମ କରାଯାଉଥିବା ଆପେ ବାରି ହୋଇ ପଡ଼ୁଛି। ପୀଡ଼ିତା ସମ୍ପୁର୍ଣ୍ଣଭାବେ ଚେତା ଫେରି ପାରି ନାହାନ୍ତି। ସେ ବୟାନ ଦେବା ସ୍ଥିତିରେ ନାହାନ୍ତି। କିନ୍ତୁ କାହାକୁ ଆଧାର କରି ଯୁବତୀ ଉଦ୍ଧାର ହେବା ଦିନ ବରଗଡ଼ ଦାୟିତ୍ୱରେ ରହିଥିବା ବଲାଙ୍ଗିର ଏସପି ମନଗଢ଼ା ବୟାନ ଦେଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି ଘଟଣା ଦିନ ପୀଡ଼ିତା ପିନ୍ଧିଥିବା ପୋଷାକ କେଉଁଠି ଅଛି ଏବଂ କେଉଁ ଉଦ୍ଦେଶ୍ୟରେ ପୋଲିସ ପୀଡ଼ିତାଙ୍କ ଘରକୁ ଯାଇ ପୀଡ଼ିତାଙ୍କ ପୁରୁଣା ପୋଷାକ ମାଗିଥିଲା, ତାହା ପୋଲିସ ସ୍ପଷ୍ଟ କରୁ ବୋଲି ଦାଶ କହିଛନ୍ତି। ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ପୋଲିସ ହାଲୁକାଭାବେ ନେଲେ ଆଗାମୀ ଦିନରେ ପରିସ୍ଥିତି ଭୟଙ୍କର ହେବ ଏବଂ କଂଗ୍ରେସ ନାରୀ ସୁରକ୍ଷା ପାଇଁ ଆବ୍ଯଯକ ହେଲେ ରାଜରାସ୍ତାକୁ ମଧ୍ୟ ଓହ୍ଲାଇବ ବୋଲି ଦାଶ ଚେତାବନୀ ଦେଇଥିଲେ। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଯୁଗଳ ପ୍ରସାଦ ସିଂ, ବ୍ରହ୍ମା ମହାକୁଡ଼, ସରୋଜ ଷଡ଼ଙ୍ଗୀ, ଅଭିଷେକ ସେଠ ପ୍ରମୁଖ ଉପସ୍ଥିତ ଥିଲେ। ଶନିବାର ପୂର୍ବାହ୍ନରେ କଂଗ୍ରେସର ପ୍ରତିନିଧି ଦଳ ଭୀମସାର୍‌, ବୁର୍ଲା ଯାଇ ପୀଡ଼ିତା ଏବଂ ସେଠାରେ ଥିବା ତାଙ୍କ ପରିବାର ଲୋକଙ୍କୁ ଭେଟିଥିଲେ। ଏହା ସହିତ ଡାକ୍ତରଖାନା ଅଧୀକ୍ଷକଙ୍କ ସହିତ ପୀଡ଼ିତାଙ୍କ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri