Categories: ଜାତୀୟ

ବିଧାୟକଙ୍କ ବିରୋଧରେ ବଳାତ୍କାର ମାମଲା

ଭୋପାଳ,୨୧।୧୧: ମଧ୍ୟପ୍ରଦେଶର ଧର୍‌ ଜିଲାରେ ଜଣେ ମହିଳାଙ୍କୁ ବଳାତ୍କାର କରାଯିବା ସହ ମାନସିକ ନିର୍ଯାତନା ଦେବା ଅଭିଯୋଗରେ କଂଗ୍ରେସ ବିଧାୟକ ଉମଙ୍ଗ ସିଂଘରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଗାନ୍ଧୀଓ୍ବାନି ଆସନର ବିଧାୟକ ସିଂଘରଙ୍କ ବିରୋଧରେ ଧର୍‌ ଜିଲାର ନାଉଗାଁ ଥାନାରେ ଆଇପିସିର ଧାରା ୩୭୬, ୩୭୭ ଏବଂ ୪୯୮ରେ ମାମଲା ରୁଜୁ ହୋଇଥିବା ପୋଲିସ ଅଧିକାରୀ କହିଛନ୍ତି। ମଧ୍ୟପ୍ରଦେଶରେ କମଳନାଥଙ୍କ ନେତୃତ୍ୱରେ ୧୫ମାସିଆ କଂଗ୍ରେସ ସରକାର ବେଳେ ସିଂଘର କ୍ୟାବିନେଟ୍‌ ମନ୍ତ୍ରୀ ଥିଲେ। ସେ ପୀଡ଼ିତାଙ୍କୁ ବର୍ଷେ ପର୍ଯ୍ୟନ୍ତ ବଳାତ୍କାର ଓ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ତେବେ ଦଳ ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି। ବିଧାୟକ ଭାଜପା ଟାର୍ଗେଟରେ ଥିଲେ ବୋଲି କଂଗ୍ରେସ କହିଛି।

Share