Posted inଜାତୀୟ

ପୀଡ଼ିତାଙ୍କୁ ବିବାହ କଲେ ମଧ୍ୟ ବଳାତ୍କାର ଅପରାଧକୁ କ୍ଷମା କରାଯାଇ ପାରିବ ନାହିଁ, ହାଇକୋର୍ଟଙ୍କ ରାୟ…

ନୂଆଦିଲ୍ଲୀ, ୧୧।୧ : ବଳାତ୍କାର ଅଭିଯୋଗରେ ଜଣେ ସରକାରୀ କର୍ମଚାରୀଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଏଫଆଇଆର୍‌କୁ ଖାରଜ କରିବାକୁ ଦିଲ୍ଲୀ ହାଇକୋର୍ଟ ମନା କରି ଦେଇଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ହୋଇଥିବା ଆପୋଷ ବୁଝାମଣା ଏବଂ ବିବାହ ଚୁକ୍ତିନାମା ଆଧାରରେ ଏଭଳି ଏଫଆଇଆର୍‌ ରଦ୍ଦ କରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।

ଏହା ଦ୍ୱାରା ଅପରାଧ ଶେଷ ହୋଇ ଯାଉନାହିଁ ବୋଲି ବିଚାରପତି ରଜନୀଶ ଭଟ୍ଟନାଗରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ରାୟ ପ୍ରଦାନ କରିଛନ୍ତି। ବଳାତ୍କାର ଜଣେ ବ୍ୟକ୍ତିଙ୍କ ବିରୁଦ୍ଧରେ ନୁହେଁ ବରଂ ସମାଜ ବିରୁଦ୍ଧରେ ଏକ ଅପରାଧ ବୋଲି ଖଣ୍ଡପୀଠ କହିଛନ୍ତି।

ଅଭିଯୁକ୍ତ ଜଣେ ସରକାରୀ କର୍ମଚାରୀ। କଷ୍ଟମ୍ସ ଏବଂ ସିଜିଏସଟି ବିଭାଗର ଅଧୀକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି। ସେ ଗେଜେଟେଡ ପୋଷ୍ଟରେ ନିଯୁକ୍ତ ଅଛନ୍ତି। ଜଣେ ସରକାରୀ କର୍ମଚାରୀ ହୋଇଥିବାରୁ ତାଙ୍କ ବ୍ୟକ୍ତିଗତ ଜୀବନରେ ନୈତିକତା ଏବଂ ଉପଯୁକ୍ତ ଗାରିମା ବଜାୟ ରଖିବେ ଏବଂ ତାଙ୍କ କୁକର୍ମ ଦ୍ୱାରା ନିଜ ସରକାରୀ ସେବାକୁ ବଦନାମ କରିବେ ନାହିଁ ବୋଲି ତାଙ୍କଠୁ ଆଶା କରାଯାଏ ବୋଲି ଖଣ୍ଡପୀଠ କହିଛନ୍ତି।

ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୬,୩୨୩ ଏବଂ ୫୦୬ ଅନୁଯାୟୀ ପଞ୍ଜୀକୃତ ହୋଇଥିବା ଏଫଆଇଆରକୁ ଖାରଜ କରିବାକୁ ଅଭିଯୁକ୍ତ କୋର୍ଟରେ ଏକ ନିବେଦନ କରିଛନ୍ତି। ଅଭିଯୋଗକାରୀ ମହିଳା ପୋଲିସକୁ କହିଥିଲେ ଯେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ତାଙ୍କର ଝଗଡା ହୋଇଥିଲା ଏବଂ ସେ ତାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ପରେ, ସେ ଅଭିଯୁକ୍ତଙ୍କ ଦ୍ୱାରା କରାଯାଇଥିବା ଯୌନ ଉତ୍ପୀଡ଼ନ ବିଷୟରେ ମଧ୍ୟ ପ୍ରକାଶ କରିଥିଲେ। ଏଥିସହ ଅଭିଯୋଗକାରୀ ମହିଳା କହିଥିଲେ ଯେ ସେ ଜୀବନ ସାଥି ଡଟ କମ ମାଧ୍ୟମରେ ଅଭିଯୁକ୍ତଙ୍କ ସହ ତାଙ୍କର ଯୋଗାଯୋଗ ହୋଇଥିଲା। ଅଭିଯୁକ୍ତ ମହିଳାଙ୍କୁ ମୋବାଇଲ ନମ୍ବର ମାଗିଥିଲେ। ଅଭିଯୁକ୍ତ ତାଙ୍କୁ କହିଥିଲେ ଯେ ତାଙ୍କର ବୟସ ପ୍ରାୟ ୩୨ ବର୍ଷ । ସେ ଅବିବାହିତ ଏବଂ କଷ୍ଟମ୍ସର ଜଣେ ଅଧିକାରୀ। ତେବେ ତାଙ୍କର ପ୍ରଥମ ପ୍ରେମ ବିବାହ ବିଷୟରେ ସେ ତଥ୍ୟ ଲୁଚାଇ ରଖିଥିଲେ। ତାଙ୍କର ପ୍ରଥମ ପତ୍ନୀ ଆତ୍ମହତ୍ୟା କରିଛନ୍ତି ଯେଉଁଥିପାଇଁ କୋର୍ଟରେ ମାମଲା ଚାଲିଛି ତାହା ମଧ୍ୟ ସେ ପ୍ରକାଶ କରି ନ ଥିଲେ।

ପୋଲିସ ଷ୍ଟେସନରେ ଅଭିଯୋଗ ପରେ ଅଭିଯୁକ୍ତ ତାଙ୍କୁ ବିବାହ କରିବେ ବୋଲି ପ୍ରତିଶୃତି ଦେଇଥିଲେ ଏବଂ ଏହା ପରେ ମହିଳା ଜଣକ ତାଙ୍କ ଅଭିଯୋଗ ପ୍ରତ୍ୟାହାର କରି ନେଇଥିଲେ।

ଖଣ୍ଡପୀଠ ଏହା ମଧ୍ୟ ବିଚାର ପରିସରଭୁକ୍ତ କରିଛନ୍ତି ଯେ ଉଭୟ ପକ୍ଷ ଏହି ମାମଲାରେ ଏକ ବନ୍ଧୁତ୍ୱପୂର୍ଣ୍ଣ ସମାଧାନରେ ପହଞ୍ଚିିଛନ୍ତି। ଅଭିଯୁକ୍ତ ଏବଂ ଅଭିଯୋଗକାରୀଙ୍କୁ ପରସ୍ପରକୁ ବିବାହ କରିଛନ୍ତି। ଖଣ୍ଡପୀଠ ଦର୍ଶାଇଛନ୍ତି ଯେ କେବଳ ପାରସ୍ପରିକ ସମାଧାନ ଆଧାରରେ ଏହା କୁହାଯାଇପାରିବ ନାହିଁ ଯେ ଅଭିଯୋଗ ସାମାନ୍ୟ ହୋଇଛି କିମ୍ବା ହ୍ରାସ ପାଇଛି କିମ୍ବା ଅଭିଯୋଗକାରୀଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗ ଗୁରୁତ୍ୱ ହରାଇଛି।

ସିଆର୍‌ପିସି ଧାରା ୪୮୨ ଅନ୍ତର୍ଗତ ଖଣ୍ଡପୀଠ ଦର୍ଶାଇଛନ୍ତି ଯେ, ବଳାତ୍କାର ଅପରାଧକୁ କ୍ଷମା କରାଯାଇ ପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri