ବିଭିନ୍ନ ବ୍ୟାଙ୍କରେ ରହିଛି ୬୨୦୮.୦୩ କୋଟି ଟଙ୍କା, ହାଇକୋର୍ଟରେ ଡିଏମଆରସିର ସୂଚନା…

ନୂଆଦିଲ୍ଲୀ, ୧୧।୧ : ଦିଲ୍ଲୀ ମେଟ୍ରୋ ରେଳ ନିଗମ ଲିମିଟେଡ (ଡିଏମଆରସି)ର ବିଭିନ୍ନ ବ୍ୟାଙ୍କରେ ମୋଟ ୬୨୦୮.୦୩ କୋଟି ଟଙ୍କା ରହିଛି। ଏନେଇ ଡିଏମଆରସି ପକ୍ଷରୁ ଦିଲ୍ଲୀ ହାଇକୋର୍ଟଙ୍କ ସମ୍ମୁଖରେ ସୂଚନା ପ୍ରଦାନ କରାଯାଇଛି। ଦିଲ୍ଲୀ ବିମାନ ବନ୍ଦର ମେଟ୍ରୋ ଏକ୍ସପ୍ରେସ ପ୍ରାଇଭେଟ ଲିମିଟେଡ (ଡିଏଏମଇପିଏଲ) ଦ୍ୱାରା ଦାଖଲ ହୋଇଥିବା ଆବେଦନରେ ଏକ ଅତିରିକ୍ତ ଆଫିଡେଭିଟ ଦାଖଲ କରିବାବେଳେ ଡିଏମଆରସି ଏହି ସୂଚନା ପ୍ରଦାନ କରିଛି। ଯେଉଁଥିରେ ୧୧ ମେ’ ୨୦୧୭ ମଧ୍ୟସ୍ଥତା ଆଓ୍ବାର୍ଡକୁ ଲାଗୁ କରିବାକୁ ଦାବି କରାଯାଇଛି।

ବ୍ୟାଙ୍କ ଆକାଉଣ୍ଟରେ ପଡ଼ିଥିବା ଅର୍ଥର ସବିଶେଷ ତଥ୍ୟ ଦେବାକୁ ହାଇକୋର୍ଟ ଗତ ମାସରେ ଡିଏମଆରସିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଡିଏମଆରସି ଦ୍ୱାରା ଦାଖଲ ହୋଇଥିବା ପୂର୍ବ ଆଫିଡେଭିଟ ଉପରେ କୋର୍ଟ ଧ୍ୟାନ ଦେଇଛନ୍ତି ଯେଉଁଥିରେ ଦର୍ଶାଯାଇଛି ଯେ ଏହାର ବ୍ୟାଙ୍କ ଆକାଉଣ୍ଟରେ ୧୬୪୨.୬୯ କୋଟି ଟଙ୍କା ଜମା କରାଯାଇଛି।

ଏହି ଆବେଦନ ସମ୍ବନ୍ଧରେ, ଡିଏମଆରସି ଆର୍ବିଟ୍ରେସନ ଆଣ୍ଡ କନ୍ସିଲିଏସନ ଆକ୍ଟ, ୧୯୯୬ ର ଧାରା ୩୪ ଅନୁଯାୟୀ ଏକ ପିଟିଶନ ଦାଖଲ କରିଥିଲା, ଯାହା ହାଇକୋର୍ଟର ଖଣ୍ଡପୀଠଙ୍କ ଦ୍ୱାରା ୨୦୧୮ ମାର୍ଚ୍ଚ ୬ରେ ଖାରଜ କରାଯାଇଥିଲା। ପରେ, ଏହି ନିଷ୍ପତ୍ତି ଅଧିନିୟମର ଧାରା ୩୭ ଅନୁଯାୟୀ ଏକ ଡିଭିଜନ ବେଞ୍ଚରେ ଚ୍ୟାଲେଞ୍ଜ କରାଯାଇଥିଲା। ଏହାକୁ ଆଂଶିକ ଅନୁମତି ଦିଆଯାଇଥିଲା ଏବଂ ୨୦୧୯ ଜାନୁୟାରୀ ୧୫ର ରାୟରେ ଖାରଜ କରାଯାଇଥିଲା।

ଡିଏଏମଇପିଏଲ୨୦୧୯ ର ରାୟ ବିରୋଧରେ ସୁପ୍ରିମକୋର୍ଟରେ ଏକ ସ୍ବତନ୍ତ୍ର ଆବେଦନ ଦାଖଲ କରିଥିଲେ। ୨୦୨୧ ସେପ୍ଟେମ୍ବର ୯ କୋର୍ଟ ସପକ୍ଷରେ ରାୟ ପ୍ରଦାନ କରିଥିଲେ।
୨୦୨୨ ଜାନୁୟାରୀ ୧୨ରେ ବିଚାରପତି ସୁରେଶ କୁମାର କୈତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?