ବଳାତ୍କାରୀ ଅଭିଯୁକ୍ତ ଗିରଫ

କେନ୍ଦୁଝର,୨୨ା୭(ସ୍ବ.ପ୍ର.): ଜଣେ ମହିଳାଙ୍କୁ ବଳାତ୍କାର କରିବା ଅଭିଯୋଗରେ ଟାଉନ ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କ ନାମ ଶ୍ରୀକାନ୍ତ ମହାନ୍ତ ଏବଂ ସେ ଏକ ଫେବ୍ରିକେସନ ୟୁନିଟରେ କାମ କରନ୍ତି। ପୀଡ଼ିତାଙ୍କ ଘର କେନ୍ଦୁଝର ଟାଉନରେ। ଦୁଇ ଜଣ ପରସ୍ପରକୁ ଭଲ ପାଉଥିଲେ। ଗତ ୯ ତାରିଖରେ ସେ ପୀଡ଼ିତାଙ୍କ ଘରକୁ ଆସି ବଳାତ୍କାର କରି ଫେରାର ହୋଇଯାଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଥିଲା। ଫେରାର ଅଭିଯୁକ୍ତକୁ ଗିରଫ କରି ମେଡିକାଲ ଯାଞ୍ଚ ପରେ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ଶାନ୍ତନୁ କୁମାର ଜେନା ତଦନ୍ତକାରୀ କହିଛନ୍ତି। ଏନେଇ ଟାଉନ ଥାନାରେ କେସ୍‌ ନମ୍ବର ୨୪୨/୨୧ରେ ମାମଲା ରୁଜୁ ହୋଇଥିବା ବେଳେ ଅଧିକ ତଦନ୍ତ ଚାଲିଥିବା ସେ କହିଛନ୍ତି।