ବାପାଙ୍କୁ ହରାଇଲେ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ବାପାଙ୍କୁ ହରାଇଲେ ବଲିଉଡ ଅଭିନେତା ରଣବୀର ଶୌରୀ। ୯୨ ବର୍ଷ ବୟସରେ ଅଭିନେତାଙ୍କ ବାପା ତଥା ଫିଲ୍ମନିର୍ମାତା କେଡି ଶୌରୀଙ୍କ ମୃତ୍ୟୁ ଘଟିଛି। ଏନେଇ ଶନିବାର ସେ ଟୁଇଟ୍‌ କରି ପ୍ରଶଂସକଙ୍କୁ ଜଣାଇଛନ୍ତି।

ରଣବୀର ଲେଖିଛନ୍ତି, ‘ମୋ ପ୍ରିୟର ବାପା, କୃଷ୍ଣ ଦେବ ଶୌରୀଙ୍କର ୯୨ ବର୍ଷରେ ପରଲୋକ ଘଟିଛି। ସେ ତାଙ୍କର ସନ୍ତାନ ଏବଂ ନାତିନାତୁଣୀଙ୍କ ସହ ଶେଷ ସମୟ ବିତାଇଥିଲେ। ସୁନ୍ଦର ସ୍ମୃତି ସାଙ୍ଗକୁ ଅନେକ ପ୍ରଶଂସକ ସେ ପଛରେ ଛାଡ଼ି ଯାଇଛନ୍ତି। ହେଲେ ମୁଁ ନିଜର ପ୍ରେରଣା ଏବଂ ସୁରକ୍ଷାର ସବୁଠାରୁ ବଡ଼ ସ୍ରୋତକୁ ସବୁଦିନ ଲାଗି ହରାଇଲି। ’

ଅଭିନେତାଙ୍କ ପୋଷ୍ଟ ପରେ ପ୍ରଶଂସକଙ୍କଠାରୁ ଆରମ୍ଭ କରି ସାଥୀ କଳାକାର ସମବେଦନା ଜଣାଉଛନ୍ତି। ତେବେ କୃଷ୍ଣ ଦେବ ୧୯୮୮ରେ ଫିଲ୍ମ ‘ମହା-ଯୁଦ୍ଧ’ର ନିର୍ଦ୍ଦେଶନା ଦେଇଥିଲେ। ପରେ ସେ ‘ବେ-ରେହମ୍‌, ‘ବଦ ଔର ବଦ୍‌ନାମ’ ଭଳି ଅନେକ ଫିଲ୍ମ ନିର୍ମାଣ କରିଛନ୍ତି।

Share