ମୋ ଫ୍ୟୁଜ୍‌ ଉଡିଯାଇଛି…କାହିଁକି ଏମିତି କହିଲେ ରଣବୀର

ବଲିଉଡ୍‌ ଅଭିନେତା ରଣବୀର ସିଂ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ଅଭିନୟ ସହିତ ସେ ନିଜର ବିନ୍ଦାସ ଅନ୍ଦାଜ୍‌ ଏବଂ ଡ୍ରେସିଂ ଷ୍ଟାଇଲ୍‌ ପାଇଁ ମଧ୍ୟ ଜଣାଶୁଣା। ନିକଟରେ ସେ ତାଙ୍କ ସ୍କୁଲ ଦିନର ସୁନ୍ଦର ସ୍ମୃତିକୁ ମନେ ପକାଇ ଅନେକ ଖୁଲାସା କରିଛନ୍ତି। ଜଣେ ଯୁକ୍ତିଯୁକ୍ତ ଏବଂ ଯୋଜନା କରୁଥିବା ବ୍ୟକ୍ତିଙ୍କ ଅପେକ୍ଷା ସେ ଜଣେ ସୃଜନଶୀଳ ବ୍ୟକ୍ତି ବୋଲି ରଣବୀର କହିଛନ୍ତି।
ଆଜିର ଦିନରେ ଯଦିଓ ରଣବୀର ସିଂ ଅଭିନୟର ଗୁରୁ, କିନ୍ତୁ ପିଲାଦିନରେ ସେ ଗଣିତରେ ବହୁତ ଦୁର୍ବଳ ଥିଲେ। ସେ ନିଜେ ଏହା ପ୍ରକାଶ କରିଛନ୍ତି। ରଣଭୀରଙ୍କ ଅନୁଯାୟୀ, ସେ ଛୋଟବେଳୁ କଳା-ଶିଳ୍ପ, ନାଟକ, ନୃତ୍ୟ ଏବଂ ଗୀତକୁ ବହୁତ ଭଲ ପାଉଥିଲେ, କିନ୍ତୁ ସେ ଗଣିତ ଏବଂ ଆକାଉଣ୍ଟିଂ ପଢି ଚିଡିଯାଉଥିଲେ। ଏହି ସମୟରେ ତାଙ୍କ ମନକୁ ଆସୁଥିଲା ମୋର ମୁଣ୍ଡର ବାମ ପାର୍ଶ୍ୱରେ ଏକ ସର୍ଟ ସର୍କିଟ ଅଛି। କିନ୍ତୁ ମୁଣ୍ଡର ଡାହାଣ ପାର୍ଶ୍ୱ ଅତ୍ୟନ୍ତ ଶକ୍ତିଶାଳୀ, ଏଥିରେ କୌଣସି ମୁଁ ସବୁବେଳେ କଳା ଏବଂ ଗୀତ ପ୍ରତି ଆଗ୍ରହୀ ଥିଲି ଏବଂ ଅନ୍ୟ ବିଷୟଗୁଡିକ ବିରକ୍ତିକର ମନେ କରିଥିଲି। ଯେତେବେଳେ ମୁଁ ଦୁର୍ବଳ ଥିଲି, ଏହା ସ୍ପଷ୍ଟ ହୋଇଗଲା ଯେ ମୋତେ କଳାରେ କିଛି କରିବାକୁ ପଡିବ। ଏହାପରଠାରୁ ମୋ ଇଚ୍ଛାକୁ ନେଇ କାର୍ଯ୍ୟକ ରିବା ଆରମ୍ଭ କରିଥିଲି।
ରଣବୀର କରଣ ଜୋହରଙ୍କ ଆଗାମୀ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାଣୀ’ରେ ନଜର ଆସିବେ। ଏଥିରେ ତାଙ୍କୁ ଆଲିଆ ଭଟ୍ଟଙ୍କ ସହ ସ୍କ୍ରିନ ଶେୟାର କରୁଥିବା ଦେଖିବାକୁ ମିଳିବ। ଏହି ଫିଲ୍ମ ଚଳିତ ବର୍ଷ ଏପ୍ରିଲରେ ମୁକ୍ତିଲାଭ କରିବ।

Share