ବିବାହ ବାର୍ଷିକିରେ ଦୀପିକାଙ୍କୁ ସରପ୍ରାଇଜ ଦେଲେ ରଣବୀର

ମୁମ୍ବାଇ: ରଣବୀର ସିଂ ଓ ଦୀପିକା ପାଦୁକୋନ ବଲିଉଡର ସବୁଠାରୁ ପ୍ୟାରା ରିୟଲ ଲାଇଫ କପୁଲ ବୋଲି କୁହାଯାଏ । ତେବେ କିଛିଦିନ ପୂର୍ବରୁ ଏମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟିହେବା ନେଇ ଆଲୋଚନା ହୋଇଥିଲେ ବି ଏମାନେ ଏହାକୁ ଗୁଜବ ବୋଲି କହିଥିଲେ । ଏହାରି ଭିତରେ ଦୀପିକା ଓ ରଣବୀର ତାଙ୍କର ୪ର୍ଥ ବିହାବ ବାର୍ଷିକି ପାଳନ କରିଛନ୍ତି । ଏହି ଅବସରରେ ରଣବୀର ଦୀପିକାଙ୍କୁ ସରପ୍ରାଇଜ ଦେଇ ପୁଣିଥରେ ମେଜର କପୁଲ ଗୋଲ ସେଟ କରିଛନ୍ତି ।

ସୂଚନାଯୋଗ୍ୟ, ପ୍ରଫେସନାଲ କମିଟମେଣ୍ଟସ୍ କାରଣରୁ ଦୀପିକା ସୋମବାର ତାଙ୍କୁ ୱେଡିଂ ଆନିଭର୍ସାରି ପାଳନ କରିପାରି ନ ଥିଲେ । ଆଉ ଏହାରି ଭିତରେ ପତ୍ନୀଙ୍କୁ ସରପ୍ରାଇଜ ଦେବାକୁ ରଣବୀର ଚକୋଲେଟ ଓ ପୁଲ ତୋଡା ନେଇ ତାଙ୍କ ଅଫିସରେ ପହଞ୍ଚି ଯାଇଥିଲେ । ଆଉ ହଠାତ୍ ରଣବୀରଙ୍କୁ ସାମ୍ନାରେ ଦଖି ଚମକି ପଡିଥିଲେ ଦୀପିକା ଆଉ ଖୁସିରେ ଝୁମି ଉଠିଥିଲେ ।
ରଣବୀର ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏହି ସରପ୍ରାଇଜ ଭିଜିଟର ଫଟୋ ଶେୟାର କରିଛନ୍ତି । ଫଟୋରେ ଦୀପିକା ତାଙ୍କ ଟିମ ସହ ଅଫିସରେ କାମ କରୁଥିବା ନଜର ଆସିଛି । କ୍ୟାପଶନରେ ରଣବୀର ଲେଖିଛନ୍ତି, ଫୁଲ ଓ ଚକୋଲେଟର ପାୱାରକୁ ଅଣ୍ଡରଏଷ୍ଟିମେଟ କରାଯାଇ ନ ପାରେ । ଡାଇମଣ୍ଡର ଆବଶ୍ୟକତା ନାହିଁ ।

Share