ଚର୍ଚ୍ଚାରେ ରଣବୀରଙ୍କ ନୂଆ ଲୁକ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର ସିଂ ନିଜ ନିଆରା ଅନ୍ଦାଜ, ଡ୍ରେସିଂ ସେନ୍ସ ଓ ଷ୍ଟାଇଲିଷ୍ଟ ପାଇଁ ବେଶ୍‌ ଜଣାଶୁଣା। ପ୍ରାୟ ସମୟରେ ତାଙ୍କୁ ଭିନ୍ନ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳେ ନିକଟରେ ରଣବୀର ନିଜର ଏକ ଫଟୋଶୁଟ କରାଇଛନ୍ତି। ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ବେଳେ ପ୍ରଶଂସକ ବେଶ୍‌ ପସନ୍ଦ କରିଛନ୍ତି। ଏହି ଫଟୋରେ ରଣବୀର ଗୁସି ବ୍ରାଣ୍ଡର ଏକ ଟ୍ରାକ୍‌ ଶୁଟ୍‌ ସହ ମ୍ୟାଚିଂ କରି ଏକ ଫେଡେରା କ୍ୟାପ ପିନ୍ଧିଥିବା ନଜର ଆସିଛନ୍ତି। ଏହି ବ୍ଲୁ କଲରର ଟ୍ରାକ୍‌ ଶୁଟ୍‌ ଓ ଫେଡେରା କ୍ୟାପରେ ସେ ବେଶ୍‌ ହ୍ୟାଣ୍ଡସମ୍‌ ଦେଖାଯାଉଛନ୍ତି।

ଏହି ଲୁକ୍‌କୁ ଦେଖି ଅନେକ ଲୋକ ତାଙ୍କୁ ହଲିଉଡ୍‌ ଅଭିନେତା ଜେରେଡ ଲେଟୋଙ୍କ ସହ ତୁଳନା କରିଛନ୍ତି। ତେବେ ରଣବୀର ପିନ୍ଧିଥିବା ଟ୍ରାକ୍‌ ଶୁଟ୍‌ ଓ କ୍ୟାପର ଦାମ୍‌ ଶୁଣିଲେ ସମସ୍ତଙ୍କ ହୋସ୍‌ ଉଡ଼ିଯିବ। ଗୁସି ଓ୍ବେବସାଇଟ୍‌ ଅନୁସାରେ ରଣବୀରଙ୍କ ଟ୍ରାକ୍‌ ପ୍ୟାଣ୍ଟର ଦାମ୍‌ ହେଉଛି ୧,୯୮୦ ଡଲାର ଅର୍ଥାତ୍‌ ୧,୪୭,୮୮୬.୬୦ ଟଙ୍କା। ସେହିପରି ତାଙ୍କର ସାଇନିଂ କରୁଥିବା ଜେର୍ସି ସ୍ବେଟଶାର୍ଟର ଦାମ୍‌ ୧,୬୫୦ଡଲାର ଅର୍ଥାତ୍‌ ୧,୨୩,୨୩୮.୮୩ ଟଙ୍କା।

ତେବେ ପୂରା ଟ୍ରାକ୍‌ ଶୁଟ୍‌ର ଦାମ୍‌ ହେଉଛି ମୋଟ ୨,୭୧,୧୨୫.୪୩ ଟଙ୍କା। ଏତଦ୍‌ ବ୍ୟତୀତ ରଣବୀର ଏହି ଫେଡେରା କ୍ୟାପର ଦାମ୍‌ ହେଉଛି ୫୩୦ ଡଲାର। ଏହା ଭାରତୀୟ ମୂଲ୍ୟ ଅନୁସାରେ ୩୯,୫୮୮.୦୮ଟଙ୍କା। ରଣବୀର ସିଂହଙ୍କ ଏହି ଲକ୍‌ ଏବେ ଚର୍ଚ୍ଚାରେ ରହିଛି।

Share