ଇତିହାସ ରଚିଲା ‘୮୩’

ବମ୍ବେ: ବକ୍ସ ଅଫିସରେ ଇତିହାସ ରଚିଛି ସୁପରଷ୍ଟାର ରଣବୀର ସିଂ ଏବଂ ଦୀପିକା ପାଦ୍ୟୁକୋନ୍‌ ଅଭିନୀତ ଫିଲ୍ମ ‘୮୩’। ୨୦୨୧ ଡିସେମ୍ବର ୨୪ରେ ଏହା ରିଲିଜ ହୋଇଥିଲା। ଏହାପରେ ଏକାଧିକ ବଡ଼ ବଜେଟ୍‌ ଫିଲ୍ମ ରିଲିଜ ହୋଇଥିଲେ ହେଁ ବ୍ୟବସାୟ ଉପରେ ପ୍ରଭାବ ପକାଇ ପାରିନାହିଁ। ଫଳରେ ଏହା ୨୦୨୧ରେ ବିଦେଶ ମାଟିରେ ସବୁଠାରୁ ଅଧିକ ରୋଜଗାର କରିଥିବା ଭାରତୀୟ ଫିଲ୍ମ ପାଲଟିଛି। ରିଲିଜ ପରର ୩୧ ଦିନରେ ଏହା ବିଦେଶରେ ୬୨.୫୪ କୋଟି ଟଙ୍କା ରୋଜଗାର କରିଛି। ଆଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା’ ଏବଂ ଅକ୍ଷୟଙ୍କ ‘ସୂର୍ଯ୍ୟବଂଶୀ’ ମଧ୍ୟ ବିଦେଶରେ ରିଲିଜ ହୋଇଥିଲେ ହେଁ ଛାପ ଛାଡ଼ି ପାରିନାହିଁ।

Share