ମୁମ୍ବାଇରେ ରଣବୀର ସିଂଙ୍କ କାର ଦୁର୍ଘଟଣାଗ୍ରସ୍ତ

ମୁମ୍ବାଇ,୧୫।୧୦-ବଲିଉଡ ଅଭିନେତା ରଣବୀର ସିଂଙ୍କ ଗାଡି ଗୁରୁବାର ମୁମ୍ବାଇରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ରଣବୀର ଡବିଂ ଷ୍ଟୁଡିଓରୁ କାମ ସାରି ନିଜ କାରରେ ଫେରୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଜଣେ ବାଇକ ଆରୋହୀ ରଣବୀରଙ୍କ କାରକୁ ପଛ ପଟୁ ଧକ୍କା ଦେଇଥିଲେ। ଦୁର୍ଘଟଣା ପରେ ରଣବୀର ଗାଡିରୁ ଓହ୍ଲାଇ ଗାଡିର ସ୍ଥିତି ପରଖି ପୁଣି କାର ଭିତକୁ ପ୍ରବେଶ କରିଥିବା ଦେଖାଯାଇଥିଲା। ଏହି ଦୁର୍ଘଟଣାରେ ବିଶେଷ କିଛି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି।

Share