ଦୀପିକାଙ୍କୁ ଭେଟିବାକୁ ଗଲେ ରଣବୀର: ଫ୍ୟାଶନ ସେନ୍ସକୁ ନେଇ ହେଉଛି ଚର୍ଚ୍ଚା

ମୁମ୍ବାଇ: ବଲିଉଡ୍ ବିୟୁଟି ଦୀପିକା ପାଦୁକୋନ ଏବେ ଅନନ୍ୟା ପାଣ୍ଡେ ଓ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହ ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି । ମଙ୍ଗଳବାର ସକାଳେ ଶୁଟିଂ ପାଇଁ ଦୀପିକା ଅଲିବାଗ ବାହାରିଥିଲେ । ହେଲେ ସକାଳେ ଶୁଟିଂ ପାଇଁ ବାହାରିବା ପୂର୍ବରୁ ରଣବୀର ସିଂ ପତ୍ନୀ ଦୀପିକାଙ୍କୁ ସାକ୍ଷାତ୍ କରିବାକୁ ପହଞ୍ଚିଲେ । ରଣବୀର ସିଂ ଦକ୍ଷିଣ ମୁମ୍ବାଇର ଏକ ଫାଇଭ୍ ଷ୍ଟାର ହୋଟେଲରେ ଦୀପିକାଙ୍କୁ ଦେଖା କରିବାକୁ ପହଞ୍ଚିଲେ । ଆଉ ଏହି ସମୟରେ ପୁଣିଥରେ ସେ ତାଙ୍କର ଫ୍ୟାଶନ ସେନ୍ସକୁ ନେଇ ଚର୍ଚ୍ଚାକୁ ଆସି ଯାଇଥିଲେ । ରଣବୀରଙ୍କ ଆଉଟ୍ ଫିଟ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ସେ ବ୍ଲାକ୍ ଆଣ୍ଡ ରେଡ ପ୍ରିଣ୍ଟେଡ ଟ୍ରାକ୍ ଶୁଟ୍ ପିନ୍ଧିଥିଲେ ଯାହା ସମ୍ପୂର୍ଣ୍ଣ ଅଲଗା ଦେଖାଯାଉଥିଲା । ଦୀପିକା ହ୍ୱାଇଟ୍ ଟପ୍ ସାଙ୍ଗକୁ ବ୍ଲାକ କଲର ଲୋବର ପିନ୍ଧିଥିଲେ । ଆଉ ଦୀପିକାଙ୍କୁ ଛାଡିବା ବେଳେ ରଣବୀର ତାଙ୍କୁ କିସ୍ କରିଥିବା ଦେଖାଯାଇଥିଲା । ଯେଉଁ ଦୃଶ୍ୟଥିଲା ଖୁବ୍ ରୋମାଣ୍ଟିକ ।

Share