Categories: ଖେଳ

ରୋହିତଙ୍କ ବ୍ୟାଟିଂର ଫ୍ୟାନ୍‌ ପାଲଟିଲେ ରଣବୀର ସିଂହ

ମୁମ୍ବାଇ,୬।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ର ୫୧ତମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଟାଇଟନ୍ସ ମୁହାଁମୁହିଁ ହେଉଛନ୍ତି। ଏହି ହାଇଭୋଲ୍ଟେଜ୍‌ ମୁକାବିଲାରେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ମୁମ୍ବାଇକୁ ବ୍ୟାଟିଂ ଲାଗି ଆମନ୍ତ୍ରିତ କରିଥିଲେ। ଲଗାତାର ଭାବେ ମ୍ୟାଚ୍‌ ହାରୁଥିବା ମୁମ୍ବାଇ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଭଲ ଆରମ୍ଭ କରିଥିଲେ। ତେବେ ଏହି ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମରେ ଉପସ୍ଥିତ ଥିଲେ ବଲିଉଡ ଅଭିନେତା ରଣବୀର ସିଂହ। ଅଭିନେତା ରୋହିତଙ୍କର ବଡ଼ ପ୍ରଶଂସକ। ଏଣୁ ରୋହିତ ବ୍ୟାଟିଂ କରୁଥିବା ସମୟରେ ରଣବୀର ଖୁସିରେ ସେଲିବ୍ରେଟ୍‌ କରୁଥିବା ଦେଖାଯାଇଛି।

ମ୍ୟାଚ୍‌ର ତୃତୀୟ ଓଭରରେ ମହମ୍ମଦ ଶାମିଙ୍କ ବଲ୍‌ରେ ରୋହିତ ଛକା ମାରିଥିଲେ। ଏହାପରେ ରଣବୀର ଛିଡ଼ା ହୋଇ ତାଳି ବଜାଇଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଦେଖନ୍ତୁ ଭିଡିଓ:

Share