ମା’ଙ୍କୁ ଏହି ଫିଲ୍ମ ଆଦୌ ଦେଖାଇବାକୁ ଚାହୁଁନାହାନ୍ତି ରଣବୀର

ବଲିଉଡ୍‌ ଅଭିନେତା ରଣବୀର ସିଂ ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କୁ ବିଭିନ୍ନ ଆଡୁ ଜନ୍ମଦିନର ଶୁଭେଚ୍ଛା ମିଳୁଛି। ବଲିଉଡ୍‌ର ଆଗଧାଡିର ନାୟକ ରଣବୀର ଫିଲ୍ମ କ୍ୟାରିୟରରେ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ତାଙ୍କ ଫିଲ୍ମ ଦେଖିବାକୁ ଦର୍ଶକ ମଧ୍ୟ ଚାହିଁ ରହିଥାନ୍ତି। କିନ୍ତୁ ଜାଣନ୍ତି କି ରଣବୀର ନିଜେ ଅଭିନୟ କରିଥିବା ଏକ ଚଳଚ୍ଚିତ୍ର ନିଜ ମା’ଙ୍କୁ ଦେଖାଇବାକୁ ଚାହନ୍ତି ନାହିଁ। ଫିଲ୍ମଟି ହେଉଛି ‘ବାଜିରାଓ ମସ୍ତାନୀ’। ଏହି ଫିଲ୍ମରେ ରଣବୀର ଦମଦାର୍‌ ଅଭିନୟ କରି ବିଭିନ୍ନ ପୁରସ୍କାର ଜିତିଥିଲେ। କିନ୍ତୁ ସେ ତାଙ୍କ ମା’ଙ୍କୁ ଏହି ଫିଲ୍ମ ଦେଖାଇବାକୁ ଚାହାନ୍ତି ନାହିଁ। ଫିଲ୍ମର କ୍ଲାଇମାକ୍ସରେ ବାଜିରାଓ ଅର୍ଥାତ୍‌ ରଣବୀରଙ୍କ ମୃତ୍ୟୁ ହୋଇଯାଉଛି। ଏମିତି ଫିଲ୍ମ ଯେଉଁଥିରେ ରଣବୀରଙ୍କ ମୃତ୍ୟୁ ହେବ ସେପରି ଫିଲ୍ମ ଦେଖିବାକୁ ତାଙ୍କ ମା’ ପସନ୍ଦ କରନ୍ତି ନାହିଁ। ବାଜିରାଓ ଦେଖିବାକୁ ତାଙ୍କ ମା’ ଜିଦ୍‌ କରିବାରୁ ରଣବୀର ତାଙ୍କୁ ଦେଖାଇଥିଲେ। କିନ୍ତୁ କ୍ଲାଇମାକ୍ସରେ ଟିଭି ବନ୍ଦ କରିଦେଇଥିଲେ ବୋଲି ରଣବୀର ଏକ ସାକ୍ଷାତକାରରେ କହିଥିଲେ।

Share