ରଣବୀରଙ୍କ ବୋଲ୍ଡ ଫଟୋଶୁଟ୍‌

ବଲିଉଡ ଅଭିନେତା ରଣବୀର ସିଂ ତାଙ୍କ ଫ୍ୟାଶନ୍‌ ଷ୍ଟାଇଲ୍‌କୁ ନେଇ ପ୍ରାୟତଃ ଚର୍ଚ୍ଚାରେ ଥାାନ୍ତି। ବେଳେବେଳେ ନିଜ ଶୈଳୀକୁ ନେଇ ଟ୍ରୋଲର ଶିକାର ହୁଅନ୍ତି। କିନ୍ତୁ ସେ ନିଜ ଇଚ୍ଛା ଅନୁଯାୟୀ ଡ୍ରେସିଂ ଷ୍ଟାଇଲ ବାଛନ୍ତି। ନିକଟରେ ସେ ଏକ ବୋଲ୍ଡ ଫଟୋଶୁଟ୍‌ କରି ପୁଣିଥରେ ଇଣ୍ଟରନେଟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏକ ମାଗାଜିନ୍‌ ପାଇଁ ସେ ଏହି ଫଟୋଶୁଟ୍‌ କରିଛନ୍ତି। ରଣବୀରଙ୍କ ଏହି ଅନ୍ଦାଜ୍‌ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଫଟୋଗୁଡିକ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଗୋଟିଏ ଫଟୋରେ ରଣବୀର ସମ୍ପୂର୍ଣ୍ଣ ନଗ୍ନ ଅବସ୍ଥାରେ ଶୋଇଥିବାବେଳେ ଅନ୍ୟ ଏକ ଫଟୋରେ ସେ ବସିଥିବା ନଜର ଆସିଛନ୍ତି। ଏହି ଫଟୋ ଦେଖି ପ୍ରଶଂସsକ ତାଙ୍କୁ ଟ୍ରୋଲ କରିବାକୁ ପଛାଇ ନାହାନ୍ତି। ଜଣେ ୟୁଜର୍ସ କହିଛନ୍ତି, ଦୀପିକା ପାଦ୍ୟୁକୋନ ଏହି ଫଟୋ ଦେଖି କ’ଣ କହିବେ।
ରଣବୀରଙ୍କୁ ଖୁବ୍‌ଶୀଘ୍ର କରଣ ଜୋହରଙ୍କ ଫିଲ୍ମ ରକି ଫିଲ୍ମରେ ରକି ଔର ରାନୀ ପ୍ରେମ କାହାଣୀରେ ଦେଖିବାକୁ ମିଳିବ। ଏଥିରେ ଆଲିଆ ଭଟ୍ଟ, ଧର୍ମେନ୍ଦ୍ର, ଶବାନା ଆଜମି ଏବଂ ଜୟା ବଚ୍ଚନଙ୍କ ସହ ସେ ନଜର ଆସିବେ। ଏହି ଫିଲ୍ମଟି ଫେବୃଆରୀ ୧୧, ୨୦୨୩୍‌ରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି।

Share