ଦୀପିକାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କଲେ ରଣବୀର

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର ସିଂହ ସ୍ତ୍ରୀ ଦୀପିକା ପାଦୁକୋନଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋରେ ଦୁଇଜଣ ଖୁବ୍‌ ରୋମାଣ୍ଟିକ୍‌ ଦେଖାଯାଉଛନ୍ତି।

ଫଟୋରେ ଦୀପିକାଙ୍କ ଆଖିକୁ ଚାହିଁଛନ୍ତି ରଣବୀର। ଦୀପିକା ମଧ୍ୟ ରଣବୀରଙ୍କୁ ହଟ୍‌ ଲୁକ୍‌ରେ ଚାହିଁଛନ୍ତି। ଫଟୋ ଦେଖିଲେ ସ୍ପଷ୍ଟ ଜଣାପଡୁଛି ରଣବୀର-ଦୀପିକା ଅପ୍‌କମିଂ ଫିଲ୍ମ ବିଷୟରେ ଆଲୋଚନା କରୁଛନ୍ତି।

ରଣବୀର ଶେୟାର କରିଥିବା ଫଟୋରେ ଦୀପିକା ବି ପ୍ରତିକ୍ରିୟା ଦେଇଛନ୍ତି। ସେ ଲେଖିଛନ୍ତି, ‘ଟୁ ହ୍ୟାଣ୍ଡସମ’। ଏହା ସହିତ ଦୀପିକା ଲଭ୍‌ଷ୍ଟ୍ରକ ଇମୋଜି ବି ଦେଇଛନ୍ତି। ଦୀପିକା-ରଣବୀରଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଜବରଦସ୍ତ ଭାଇରାଲ ହେଉଛି। ଜଣେ ୟୁଜର ଲେଖିଛନ୍ତି, ଏହି ଯୋଡ଼ିଙ୍କ ଉପରେ କାହା ନଜର ନ ଲାଗୁ। ଆଉ ଜଣେ ୟୁଜର ଲେଖିଛନ୍ତି, ‘ସୁନ୍ଦର ରୋମାଣ୍ଟିକ ଯୋଡ଼ି’।

କହିରଖୁଛୁ, ରଣବୀର ଫିଲ୍ମ ‘୮୩’ରେ ନଜର ଆସିବେ। ଏହି ଫିଲ୍ମରେ ସେ ଇଣ୍ଡିଆନ କ୍ରିକେଟ ଟିମ୍‌ର ପୂର୍ବତନ କ୍ୟାପଟେନ କପିଲ ଦେବଙ୍କ ଭୂମିକାରେ ଅଭିନୟ କରିବେ। ଦର୍ଶକମାନେ ଏହି ଫିଲ୍ମ ଅପେକ୍ଷାରେ ରହିଛନ୍ତି।

Share